ୟୁ ଏସ ର କୃଷି ବିଭାଗ ଏବେ କପା ର ଏକ କିସମ କୁ ଉତ୍ପତ୍ତିର ରୂପ୍ରେ ପରିବର୍ତିତ କାରବକୁ ଭାବୁଛି ଯାହା ଫଳରେ ଏଥିରେ ବିଷାକ୍ତ ଗୋସିପୋଲ ର ମାତ୍ରା ହ୍ରାସ କରଯାଇ ପାରିବ ଏଣୁ ତାହାକୁ ଖାଦ୍ୟ ଭାବେ ବ୍ୟବହାର କରିହେବ |
କପା ଗଛ ବିଶେଷ ଭାବେ ତାର ଧଳା ତନ୍ତୁ ବା ଫାଇବର ଲାଗି ଚାଷ କରାଯାଏ ଏବଂ ସେଇଥିରୁ ଖୁବ ସୁନ୍ଦର କପଡା ତିଆରି କରି ହୁଏ |ମାତ୍ର ଏଥିରେ ଥିବା ଗୋସିପୋଲ ଯୋଗୁ ଏହାର ମଞ୍ଜି ଖାଦ୍ୟ ଯୁକ୍ତ ନୁହେଁ ବରଂ ବିଷାକ୍ତ |
ଟେକସା ଏ ଆଣ୍ଡ ଏମ ବିଶ୍ୱବିଦ୍ୟାଳୟ ର କୀର୍ତି ରାଠୋର ଏବଂ ସହଯୋଗୀ ମାନେ ଏହି କପା ରେ ଏକ ଡି.ଏନ.ଏ ନିବେଶନ କରି ଏହାର ଗୋସିପୋଲ ଉତ୍ପତ୍ତି କରିବା ର ଦକ୍ଷତା କୁ ହ୍ରାସ କରାଇଥିଲେ |ଫଳ ସ୍ୱରୂପ ଗଛ ର ଡାଳ ଓ ପତ୍ର ରେ ଆବଶ୍ୟକ ମାତ୍ରା ରେ ଗୋସିପୋଲ ଥିଲା ମାତ୍ରା ରେ ମଞ୍ଜି ରେ ନଥିଲା |ତେଣୁ ସେମାନେ ଏହି ମଞ୍ଜି କୁ ଭାଜି ଖାଇଥିଲେ ଏବଂ ଏହାର ସ୍ୱାଦ ଠିକ ଚଣା ପରି ମଧ୍ୟ ଉଲେଖ କରିଥିଲେ |
ଏବେ ୟୁ ଏସ କୃଷି ବିଭାଗ ର ସନ୍ନମତି ପରେ ଏହା ବଜାରରେ ଗୋଖାଦ୍ୟ ପରି ଉପଲବ୍ଧ ହୋଇପାରିବ କାରଣ ଏହା ଗାଈ ର ଶରୀର ଉପରେ କୌଣସି ପ୍ରଭାବ ପକାଏ ନାହିଁ ମାତ୍ରା ଏହି ପରି ପରିବର୍ତନ ପରେ ଏହା ଗୃହପାଳିତ ପାଖି ଏବଂ ମଣିଷ ଖାଦ୍ୟ ଉପଯୋଗୀ ମଧ୍ୟ ହୋଇପାରିବ |
ଭାରତ ପରି ଅନେକ ଦେଶ ଯେଉଁଠି କୁପୋଷଣ ପରି ସମସ୍ୟା ଦେଖିବାକୁ ମିଳୁଛି ସେହି ରାଷ୍ଟ୍ର ମାନଙ୍କରରେ ଏହି ପରି ଉଦ୍ଭାବନ ବେଶ ସହାୟକ ହେବ ବୋଲି କହିଛନ୍ତି ରାଠୋର |