Education

ଖରା ଦିନରେ ତ୍ୱଚା ଲାଗି ....

ଖରା ଦିନରେ ତ୍ୱଚା ଲାଗି ....

24 April, 2019 7:54 PM IST By: KJ Staff
ଧୀରେ ଧୀରେ ଖରା ର ପ୍ରକୋପ ବଢିବା ସାଙ୍ଗରେ ବଢୁଛି ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ଏବଂ ଶରୀର ଉପରେ ଏହାର କୁପ୍ରଭାବ |ଖରାଦିନେ ଘରେ ରୁହନ୍ତୁ ଅବା ବାହାରକୁ ଯାନ୍ତୁ ତ୍ୱଚା ରେ ସନ ଟ୍ୟାନ ହେବ ସୁନିଶ୍ଚିତ |ଏଣୁ ଏଇ ଋତୁ ରେ ଘରେ ରହିଲେ ମଧ୍ୟ ଭଲ କମ୍ପାନୀର ଏସପିଏଫ ଯୁକ୍ତ ସନ ସ୍କ୍ରିନ ଲଗାଇବାକୁ ସୌନ୍ଦର୍ଯ୍ୟ ବିଶେଷଜ୍ଞନ ପରାମର୍ଶ ଦିଅନ୍ତି |ଗ୍ରୀଷ୍ମ ରେ ନିୟମିତ ଭାବେ ଘରୋଇ ପ୍ୟାକ ତିଆରି କରି ତ୍ୱଚାରେ ଲଗାଇଲେ ତାହା ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ |

୧)ଅମୃତ ଭଣ୍ଡା ଓ ଅଣ୍ଡାର ପ୍ୟାକ ତ୍ୱଚା ପାଇଁ ଏକ ଉତ୍ତମ ସ୍କ୍ରବ ଭାବେ କାମ କରିବା ସହ ରଙ୍ଗ ମଧ୍ୟ ସଫା କରେ |ପାଚିଲା ଅମୃତଭଣ୍ଡା କୁ ଭଲ ଭାବେ ବାଟି ସେଥିରେ ଗୋଟିଏ ଅଣ୍ଡା ର ଧଳା ଅଂଶ ମିସାଇନେବେ |ଏବେ ସେହି ପ୍ୟାକ୍ରେ ୧ ଚାମଚ ମହୁ ଓ ୧ ଚାମଚ ଦହି ମିଶାଇ ତାହାକୁ ପ୍ୟାକ ଭଳି ମୁହଁ ,ହାତ ଓ ପାଦରେ ଲଗାଇ ଦିଅନ୍ତୁ |୧୦-୧୫ ମିନିଟ ପରେ ତ୍ୱଚାକୁ ନଖ ଉଷୁମ ପାଣି ରେ ଧୋଇ ମଇଶ୍ଚରାଇଜର ଲଗାଇବେ |

୨)କଫି ଗୁଣ୍ଡ ୨ ଚାମଚ ରେ ଲେମ୍ବୁ ରସ ଅଧା ଚାମଚ ମିଶାଇ ତାହାକୁ ପୁରା ଶରୀରରେ ଲଗାଇବେ |ଗାଧେଇବା ପୂର୍ବରୁ ଭଲଭାବେ ମାଲିସ କରି ଏହି ପ୍ୟାକ ସଫା କରିନେବେ |ଏହା ଏକ ଉତ୍ତମ ଖରାଦିନିଆ ପ୍ୟାକ |

 

 

 

 

୩)ଖରାକୁ ଆସିବା ପରେ ତ୍ୱଚା ମଳିନ ପଡ଼ିଯାଏ |ସଂଗେ ସଂଗେ ମୁହଁରେ ଥଣ୍ଡା ପାଣି ଛିଟା ମାରି ଦହି ତ୍ୱଚା ରେ ମାଲିସ କରିନେବେ |୧୫ ମିନିଟ ପରେ ତ୍ୱଚାକୁ ଭଲଭାବେ ଧୋଇନେବେ |ଏପରି କଲେ ତ୍ୱଚାର ସନ ଟ୍ୟାନ ପ୍ରଭାବ ଦୂର ହେଇଯାଏ |

୪)କମଳା ରସରେ ବେସନ ଅଳ୍ପ ମିଶାଇ ତାହାକୁ ପ୍ୟାକ ପରି ଲଗାଇବେ |ପ୍ୟାକ ଶୁଖିଲା ପରେ ତ୍ୱଚା କୁ ଧୋଇ ମଇଶ୍ଚରାଇଜର ଲଗାଇ ଦିଅନ୍ତୁ |
୫)କଞ୍ଚା କ୍ଷୀର ରେ ଆଳୁ ରସ ମିଶାଇ ଏହାକୁ ମଧ୍ୟ କ୍ଲିନଜର ଭାବେ ବ୍ୟବହାର କରିପାରିବେ |ଏହା ଗ୍ରୀଷ୍ମ ନିମନ୍ତେ ଏକ ଉତ୍ତମ ପ୍ୟାକ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)