Education

ବାତ୍ୟା ସମୟରେ ସାବଧାନ!!!

ବାତ୍ୟା ସମୟରେ ସାବଧାନ!!!

02 May, 2019 1:15 PM IST By: KJ Staff

୧)ବାତ୍ୟା ପୂର୍ବରୁ …
-ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ ..
-ମୋବାଇଲ ଫୋନ କୁ ନିଶ୍ଚିନ୍ତ ଭାବେ ଚାର୍ଜ କରି ରଖନ୍ତୁ
-ରେଡ଼ିଓ ,ଟି.ଭି ,ଖବର କାଗଜ ର ସମାଚାର ଉପରେ ନଜର ରଖନ୍ତୁ
-ନିଜ ଜରୁରୀ କାଗଜ ପତ୍ର ଏବଂ ଜରୁରୀ ସାମଗ୍ରୀ କୁ ୱାଟର ପ୍ରୁଫ ଜରି ବା ଡବା ରେ ରଖନ୍ତୁ |
-ଆବଶ୍ୟକ ସାମଗ୍ରୀ ସହ ପ୍ରସ୍ତୁତ ରୁହନ୍ତୁ |
-ପଶୁ ବା ଗୋରୁ ଗାଈ ଥିଲେ ତାଙ୍କୁ ବାନ୍ଧି ରଖନ୍ତୁ ନାହିଁ |
-କିଛି ମାତ୍ରା ରେ ପାଣି ସଂଗ୍ରହ କରି ରଖନ୍ତୁ ଏବଂ ମହମ ବତୀ ଇତ୍ୟାଦି କିଛି ପାଖରେ ରଖନ୍ତୁ |

-ମୁନିଆଁ ଜିନ୍ସ କୁ ଖୋଲା ରେ ରଖନ୍ତୁ ନାହିଁ |

 

୨)ବାତ୍ୟା ସମୟରେ
(ଯଦି ଘର ଭିତରେ ଅଛନ୍ତି )
-ଗ୍ୟାସ ଏବଂ ବିଜୁଳି ସପ୍ଲାଇ କାଟି ଦିଅନ୍ତୁ |
-ଝରକା କବାଟ ଭଲ ଭାବେ ବନ୍ଦ କରି ରଖନ୍ତୁ |
-ନିଜ ଘର ସୁରକ୍ଷିତ ଅବସ୍ଥା ରେ ନ ଥିଲେ ଘର ଛାଡି ଅନ୍ୟତ୍ର ଆଶ୍ରୟ ନିୟନ୍ତୁ
-ସିଝା ବା ଫୁଟା ପାଣି ପିଅନ୍ତୁ
-ସର୍ବଦା ସମାଚାର ଉପରେ ନଜର ରଖନ୍ତୁ

 

(ଘର ବାହାରେ ଥିଲେ )
- ଶୀଘ୍ର ଏକ ଆଶ୍ରୟସ୍ଥଳୀ ଖୋଜନ୍ତୁ
- ଭଙ୍ଗା ଘର ବା ବଡ ବଡ ଗଛ ପାଖରେ ଠିଆ ହୁଅନ୍ତୁ ନାହିଁ
- ମୁନିଆ ଜିନିଷ ରୁ ଦୂରରେ ରୁହନ୍ତୁ |

ମତ୍ସ୍ୟଜୀବୀ ଙ୍କ ଲାଗି ...
-ରେଡ଼ିଓ ସହ କିଛି ଅତ୍ୟଧିକ ବେଟେରି ମଧ୍ୟ ପାଖରେ ରଖନ୍ତୁ
-ନିଜ ଡଙ୍ଗା କୁ ସୁରକ୍ଷିତ ଜାଗା ରେ ରଖନ୍ତୁ
- ସମୁଦ୍ର ମଧ୍ୟ କୁ ଯାନ୍ତୁ ନାହିଁ ..

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)