ବାୟୋ ଗ୍ୟାସ ଏକ ବାଷ୍ପୀୟ ଇନ୍ଧନ ଯାହା ଗୋବର,ନଡା ,କୁଟା ,ଇତ୍ୟାଦି ଆବର୍ଜନା ପସିବାରୁ ପ୍ରସ୍ତୁତ ହୁଏ |ଏଥିରେ ମୁଖ୍ୟତ methane ବା ମାର୍ସ ଗ୍ୟାସ ଥାଏଯାହାକି ଇନ୍ଧନ ଭାବେ ବ୍ୟବହାର ଯୋଗ୍ୟ |
ପ୍ରସ୍ତୁତି ପ୍ରକ୍ରିୟା :
ଗୋବର ବା ବଗିଚା ବର୍ଜ୍ୟ ରେ ଥିବା ଜଟିଳ ପଦାର୍ଥ ପ୍ରଥମେ ପାଣି ଦ୍ୱାରା ସୁଖମ ପଦାର୍ଥ ରେ ପରିଣତ ହୁଏ ଫଳରେ ଉପକାରୀ କବକ ମନେ ଏହାକୁ ସହଜରେ ହଜମ କରି ଜୈବିକ ଅମ୍ଳ (ଅର୍ଗାନିକ ଏସିଡ )
ରେ ପରିଣତ କରିଥାନ୍ତି |ଏହି ଅମ୍ଳ ପରବର୍ତୀ ସମୟରେ ମିଥେନ ଓ ଅଙ୍ଗାରକାମ୍ଳ କୁ ପରିବର୍ତିତ ହୋଇଥାଏ |
ଏହାର ଲାଭ :
- ବର୍ଜ୍ୟ ବସ୍ତୁ ନଷ୍ଟ ହୁଏ ନାହିଁ ମାତ୍ର ଅଧିକ କାର୍ଯ୍ୟଦକ୍ଷ ଥିବା ଇନ୍ଧନ କୁ ପରିଣତ ହୋଇଥାଏ|
- ଗୋବର ଘଷି ଅପେକ୍ଷା ବାୟୋ ଗ୍ୟାସ ରେ କ୍ୟାଲୋରୀ ମାତ୍ର ଅଧିକ ଥାଏ ତଥା ଏଥିରୁ ବେଶୀ ଧୁଆଂ ବାହାରେ ନାହିଁ |
- ବାୟୋ ଗ୍ୟାସ ଉତ୍ପାଦନ ପରେ ବଳକା ପଦାର୍ଥ କୁ ଜୈବିକ ସାର ଭାବେ ବ୍ୟବହାର କରିହେବ | ଏଥିରେ ପ୍ରଚୁର ମାତ୍ର ରେ ଯବକ୍ଷାରକଯାନ ଥାଏ |
- ଏହା ପରିବେଶ ପ୍ରଦୂଷଣ କରେ ନାହିଁ ଓ ସମ୍ପୂର୍ଣ ଭାବେ ନବନୀକରଣୀୟ ଅଟେ |
- ଏହାକୁ ଦରକାର ହିସାବରେ ବ୍ୟବହାର କରି ହେବ |
- ଏହାକୁ ଏଲ.ପି.ଜି. ପରିବର୍ତେ ଭାବେ ବ୍ୟବହାର କରିହେବ |
କେତେକ ଜାଣିବା କଥା :
- ଏହାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରଥମ ଥର ଉପଯୁକ୍ତ ପରିମାଣ ର ଗୋବର ସହ ସେତିକି ମାତ୍ରାର ପାଣି ମିଶାଇ ଡାଇଜେଷ୍ଟର ରେ ଭର୍ତି କରିବାକୁ ପଡେ
- ପ୍ରାୟେ ୪୦ ରୁ ୫୦ ଦିନ ପରେ ଏଥିରୁ ପ୍ରଥମ ଥର ଲାଗି ବାୟୋ ଗ୍ୟାସ ଉପଲବ୍ଧ ହୋଇଥାଏ |
- ବାୟୋ ଗ୍ୟାସ ପ୍ରସ୍ତୁତି ଲାଗି ଖରା ଦିନରେ ୩-୪ ଘଣ୍ଟା ଓ ସୀତା ଦିନରେ ୭ ଘଣ୍ଟା ସମୟ ଲାଗିଥାଏ |
- ଦୈନିକ ବଗିଚା ବର୍ଜ୍ୟ ଓ ଗୋବର ସହ ସମାନ ମାତ୍ରା ରେ ପାଣି ମିଶାଇ ଡ଼ାଈଜେଷ୍ଟର ରେ ଭର୍ତି କରିବାକୁପଡେ |