Education

ଆସିଗଲା ହୋଲି!!!

ଆସିଗଲା ହୋଲି!!!

16 March, 2019 11:39 AM IST By: KJ Staff

ଆଗାମୀ ସପ୍ତାହ ରେ ହୋଲି ର ଆଗମନ ସହ ରଙ୍ଗୀନ ହେବା ଆରମ୍ଭ ହୋଇଛି ବଜାର ! ବିଭିନ୍ନ ରାଙ୍ଗ ର ମହୋଲ ରେ ଉତ୍ଫୁଳିତ ପାରିପାର୍ଶ୍ବ । ତେବେ ହୋଲି ରେ ଅଭିର ରଙ୍ଗ ରେ ଖେଳିବା ବଦଳରେ ଏବେ ଲୋକ ସିନ୍ଥେଟିକ୍ ରଙ୍ଗ ର ବ୍ୟବହାର କରିବା କୁ ଭଳପାଉଛନ୍ତି ।ତେବେ ଏହି ରଙ୍ଗ ଆପଣଙ୍କ ତ୍ଵଚା ଉପରେ ବହୁତ୍ ପ୍ରଭାବ ପକାଇ ଥାଏ।କଣ ସେ ପ୍ରଭାବ ! କିପରି ସୁରକ୍ଷା କରିବେ ନିଜର ତ୍ଵଚା ର !! ପଢନ୍ତୁ ବିଶେଷଜ୍ଞଙ୍କ ମତ..


୧) ବଜାରରେ ଉପଲବ୍ଧ ହେଉଛି କେତୋଟି ଆୟୁର୍ବେଦିକ୍ ରଙ୍ଗ , ହର୍ବାଲ ରଙ୍ଗ ଇତ୍ୟାଦି ବ୍ୟବହାର କରନ୍ତୁ ।
୨) ବିଶେଷ କରି ଆଖି , ନାକ ,ଏବଂ ସମ୍ବେଦନଶୀଳ ଅଙ୍ଗ କୁ ଘୋଡାଇ ରଖନ୍ତୁ ।
୩) ଚର୍ମ ର ସୁରକ୍ଷା ଲାଗି ମଇଶ୍ଚରାଇଜର ବ୍ୟବହାର କରନ୍ତୁ।କେବଳ ନଡ଼ିଆ ତେଲ ଵା ସୋରିଷ ତେଲ ବ୍ୟବହାର କଲେ ଭଲ ।
୪)ରଙ୍ଗ ଓ ସୂର୍ଯ୍ୟକିରଣ ର ସମ୍ଭାରରେ ଏକ ଫଟୋ ତକ୍ସିକ୍ ପ୍ରକ୍ରିୟା ସୃଷ୍ଟି କରେ,ଫଳରେ ଶରୀରର ବିଭିନ୍ନ ଅଙ୍ଗ କୁଣ୍ଡାଇ ହୋଇ ଫଳି ଯାଏ ।ଏମିତି ହେଲେ ତୁରନ୍ତୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ ।

୫) ମୁଣ୍ଡର ଉପରି ଭାଗରେ ତଥା କେଶରେ ହେ୍ୟାର ଅଏଲ୍ ବ୍ୟବହାର କରନ୍ତୁ ଏବଂ ପଡ ଓ ହାଥ ନଖ ରେ ଭଲ ଭାବରେ ନେଲ୍ ପୋଲିସ ଲଗାନ୍ତୁ
୬) ସୋରିଆସିସ୍ ଏବଂ ଏକଜେମା ରୋଗୀ ଜମା ରଙ୍ଗ ଖେଳନ୍ତି ନାହିଁ।
୭) ଦେହରେ ଲାଗିଥିବା ରଙ୍ଗକୁ ଅଳ୍ପ ଉଷୁମ ପାଣି ରେ ଧୋଇଲେ ଭଲ ! ରଙ୍ଗ ଛଡାଇବା ଲାଗି ସାବୁନ୍, ରୀମୁଭର କିମ୍ବା ପେଟ୍ରୋଲ ମାରନ୍ତୁ ନାହିଁ।
୮)ଗାଧୋଇ ସାରିବା ପରେ ଦେହରେ ଲାଗିଥିବା ବଳକା ରଙ୍ଗ କୁ ଜୋରରେ ରଗଡ଼ି ସଫା କରନ୍ତୁ ନାହିଁ।
୯) ପାଣି ରଙ୍ଗ ବ୍ୟବହାର କରନ୍ତୁ ନାହିଁ।ବିଶେଷ କରି ମୁହଁରେ ବ୍ରଣ ଥିଲେ ରଙ୍ଗ ଠାରୁ ଦୂରେଇ ରୁହନ୍ତୁ।
୧୦) ମାଦକ୍ ଦ୍ରବ୍ୟ ସେବନ କରି ହୋଲି ଖେଳନ୍ତି ନାହିଁ ।ଏବଂ ଖେଳିଲା ପରେ ନଈ,ପୋଖରୀ ବା ସମୁଦ୍ର ରେ ଗାଧେଇବାକୁ ଯାଆନ୍ତୁ ନାହିଁ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)