Education

କିପରି କରିବେ ଜଳ ସଂରକ୍ଷଣ !

କିପରି କରିବେ ଜଳ ସଂରକ୍ଷଣ !

09 July, 2019 2:55 PM IST By: KJ Staff

"ମୋର କ୍ରପ ପର ଡ୍ରପ "ର ବାର୍ତ୍ତା ଦେଇଛି ଆଜି ର ଆଧୁନିକ ଚାଷ ପ୍ରଣାଳୀ |ତେବେ ଏହା ଲାଗି ଆବଶ୍ୟକ ଜଳ ସଂରକ୍ଷଣ ତେଣୁ ,ଚାଷୀ ଭାଇ ମାନେ ଜଳ ସଂରକ୍ଷଣ ଲାଗି ଏହି କେତେଟି ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ |

୧)ବୁନ୍ଦା ଜଳସେଚନ:

ଏହି ପ୍ରଣାଳୀ ଦ୍ୱାରା ଜଳ ସିଧା ସଳଖ ଗଛ ମୂଳ କୁ ଦିଆଯାଏ,ତେଣୁ ଏହା ଦ୍ୱାରା ଜଳସେଚନ କ୍ଷମତା ହାରାହାରି ୯୦ % ବୃଦ୍ଧି ପାଇବା ସାଙ୍ଗରେ ଜଳ ନଷ୍ଟ ବା ବାଷ୍ପୀଭୂତ ହେବାର ଆଶଙ୍କା ବେଶ କମ ଥାଏ |ଏହା ଦ୍ୱାରା ଅମଳ ବୃଦ୍ଧି ମଧ୍ୟ ହୋଇଥାଏ |

୨)ଜଳଧାରୀ ପୋଖରୀ :

ଜଳ ସଙ୍କଟ ରେ ଥିବା ବିଭିନ୍ନ ଦେଶ ମାନେ ମଧ୍ୟ ଏହି ପ୍ରଣାଳୀ ରେ ୨ ରୁ ୩ ଟି ପୋଖରୀ ନିଜ ଜମି ରେ ଖୋଲି ବର୍ଷା ପାଣି କୁ ସଂଗ୍ରହ କରି ,ତତ ଦ୍ୱାରା ଜଳସେଚନ ର ବ୍ୟବସ୍ତା କରିଛନ୍ତି |

୩)ଉଚିତ ସମୟ ରେ ଜଳସେଚନ :

ମାଟି ର ଜଳୀୟ ଅଂଶ ଦେଖିବା ସାଙ୍ଗରେ ଫସଲ ର ଷ୍ଟେଜ ବା ଆବଶ୍ୟକ କୁ ଦେଖନ୍ତୁ |ବହୁ ଫସଲ କୁ ଫୁଲ ଧରିବା ପୂର୍ବରୁ ଏବଂ ବଢ଼ିଲା ସମୟରେ ଜଳ ର ଆବଶ୍ୟକ ଅଧିକ ଥାଏ |ଏହା ସବୁ ଫସଲ ଲାଗି ଅଲଗା ଅଲଗା ଥାଏ |ଏହା ଦେଖି ଜଳସେଚନ କରିବା ର ପ୍ରୟାସ କରିଲେ ଜଳ ସଂରକ୍ଷିତ କରି ହୁଏ |


୪)ମରୁଡି ସହିଷ୍ଣୁ ଫସଲ :

ବହୁତ ପ୍ରକାର ଗଛ ଅଛନ୍ତି ଯେଉଁମାନେ ମରୁଡି ହେଲେ ମଧ୍ୟ ନିଜ ମଧ୍ୟରେ ଜଳ ସଂରକ୍ଷିତ କରିପାରିବେ |ସର୍ଗମ ,ଓଲିଭ ,ମିଲେଟ ଇତ୍ୟାଦି କେତେକ ଫସଲ ଖୁବ କମ ଜଳ ରେ ମଧ୍ୟ ଜୀବନଧାରଣ କରିପାରିବେ|ଏମାନଙ୍କୁ ଚାଷ କରି ଲାଭବାନ ହୁଅନ୍ତୁ |

୫)କବର କ୍ରପ:

ଗୋବର ଖତ ,ଜୈବିକ ଖତ ଇତ୍ୟାଦି ମୃତିକା ସଂରକ୍ଷଣ କରିବା ସାଙ୍ଗରେ ,ମାଟି ର ଜଳଧରଣ କ୍ଷମତା ମଧ୍ୟ ବୃଦ୍ଧି କରିଥାନ୍ତି |କେତୋଟି ଫସଲ ଯେପରି ଝୁଡ଼ଙ୍ଗ ଇତ୍ୟାଦି ମାଟି କୁ ଅଧିକ ଘୋଡାଇ ରଖନ୍ତି ତେଣୁ ଜଳ ସଂରକ୍ଷଣ ହେବ ସହ ମୃତିକା କ୍ଷୟ ମଧ୍ୟ ହୁଏ ନାହିଁ ଏବଂ ଅନାବନା ଘାସ ଉଠିବାର ସମ୍ଭାବନା ମଧ୍ୟ କମ ଥାଏ |ଏହା ଦ୍ୱାରା ମୃତିକା ରେ ଯବକ୍ଷାରଜାନ ମାତ୍ର ମଧ୍ୟ ବୃଦ୍ଧି ପାଇଥାଏ ଏବଂ ଫଳରେ ଅଧିକ ଅମଳ ସହଏହାକୁ ବିକ୍ରି କରି ଲାଭ ମଧ୍ୟ ଅଧିକ ମିଳେ |


୬)ଜମି ହଳ କରିବା ପ୍ରଣାଳୀ :

ଏହି ପ୍ରଣାଳୀ କୁ ଉଚିତ ଭାବେ ଅବଲମ୍ବନ କରିଲେ ଜଳ ସଂରକ୍ଷିତ ହୋଇଥାଏ |ସର୍ବଦା ମନେ ରଖନ୍ତୁ ପୂର୍ବ ଫସଲ ର କେତେକ ଅଂଶ ଜମି ରେ ରହିବ ଆବଶ୍ୟକ |ଏହା ଜମି ରେ ଜଳ ସଂରକ୍ଷଣ କରିବା ରେ ବେଶ ସାହାଯ୍ୟ କରିଥାଏ |ତେଣୁ ଜମି ହଳ କରିବା ସମୟରେ ଏଥି ପ୍ରତି ଧ୍ୟାନ ଦିଅନ୍ତୁ |


୭)ଜୈବିକ ଉପାୟ :

ସର୍ବଦା ରାସାୟନିକ ପଦାର୍ଥ ଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ |ଯେତେ ଅଧିକ ଜୈବିକ ୱାପୟା ଅବଲମ୍ବନ କରିବେ ସେତେ ଅଧିକ ଜଳ ସଂରକ୍ଷିତ ରହିବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)