Education

କେମିତି ବୃଦ୍ଧି ହେବ ଧାନ ର ଅମଳ …

ମୌସୁମୀ ର ଆଗମନ ସହ ଓଡିଶା ର ଚାଷୀ ମାନେ ଧାନ ଚାଷ ଆରମ୍ଭ କରିଥାନ୍ତି |ତେବେ ମୁଖ୍ୟତ ଚାଷୀ ମାନଙ୍କର ମୂଳ ସମସ୍ୟା ଥାଏ ଧାନ ର ଅମଳ ବୃଦ୍ଧି କୁ ନେଇ ;ଯେତେ ପରିଶ୍ରମ କଲେ ମଧ୍ୟ ଚାଷ ରେ ଅଧିକ ଲାଭବାନ ହୋଇପାରନ୍ତି ନାହିଁ |ତେବେ ଏହାର ଏକ ମୁଖ୍ୟ କାରଣ ହୋଇପାରେ ଅନିର୍ଦ୍ଧିଷ୍ଟ ଖାଦ୍ୟ ପରିଚାଳନା ବା ଉଚିତ ମାତ୍ର ରେ ସାରା ପ୍ରୟୋଗ ନ କରିବା |ପୋଷଣ ଅଧିକ ବା କମ ହେବ ଉଭୟ ଗଛ ର ଅମଳ କମ କରିଥାଏ |

09 January, 2019 1:05 PM IST By: KJ Staff
ମୌସୁମୀ ର ଆଗମନ ସହ ଓଡିଶା ର ଚାଷୀ ମାନେ ଧାନ ଚାଷ ଆରମ୍ଭ କରିଥାନ୍ତି |ତେବେ ମୁଖ୍ୟତ ଚାଷୀ ମାନଙ୍କର ମୂଳ ସମସ୍ୟା ଥାଏ ଧାନ ର ଅମଳ ବୃଦ୍ଧି କୁ ନେଇ ;ଯେତେ ପରିଶ୍ରମ କଲେ ମଧ୍ୟ ଚାଷ ରେ ଅଧିକ ଲାଭବାନ ହୋଇପାରନ୍ତି ନାହିଁ |ତେବେ ଏହାର ଏକ ମୁଖ୍ୟ କାରଣ ହୋଇପାରେ ଅନିର୍ଦ୍ଧିଷ୍ଟ ଖାଦ୍ୟ ପରିଚାଳନା ବା ଉଚିତ ମାତ୍ର ରେ ସାରା ପ୍ରୟୋଗ ନ କରିବା |ପୋଷଣ ଅଧିକ ବା କମ ହେବ ଉଭୟ ଗଛ ର ଅମଳ କମ କରିଥାଏ |

ଓଡ଼ିଶାରେ ଚାଷୀ ମାନେ ମୁଖ୍ୟତ ୟୁରିଆ ପ୍ରୟୋଗ କରିଥାନ୍ତି |


ଉପଯୁକ୍ତ ପରିମାଣ ର ସାର ପ୍ରୟୋଗ :
ବର୍ତମାନ ଅଧିକ ଅମଳ ଲାଗି ପୋଟାସ ,ଫସଫରସ ,ସଲଫର ସହ ଜିଙ୍କ ର ଉପଯୁକ୍ତ ପରିମାଣରେ ପ୍ରୟୋଗ ହେବ ଅତିଆବଶ୍ୟକ |

ପ୍ରଥମ :ଗଛ ବଢ଼ିଲା ସମୟରେ ;(ଧାନ ରୋଇବାର ୧୪ ଦିନ ପର୍ଯ୍ୟନ୍ତ)

-ଏହି ସମୟରେ ଖୁବ କମ ୟୁରିଆ ଦରକାର ପଡିଥାଏ ଏବଂ ଏହା ବ୍ୟତୀତ ଅନ୍ୟ ସମସ୍ତ ସାର ଗଛ ର ଚେର ଏବଂ ବୃଦ୍ଧି ଲାଗି ଆବଶ୍ୟକ |


ଦ୍ଵିତୀୟ :(୧୪ ରୁ ୨୧ ଦିନ ମଧ୍ୟରେ )

ପତ୍ର ରଙ୍ଗ ଦେଖି ଲୀଫ କଲର ଚାର୍ଟ ଦ୍ୱାରା ଜାଣିପାରିବେ ଯବକ୍ଷାରଜାନ ର ଆବଶ୍ୟକ ମାତ୍ରା|ଏହି ସମୟରେ ଗଛ ବହୁ ମାତ୍ରାରେ ବଢିଥାଏ ତେଣୁ ଏହାର ଆବଶ୍ୟକତା ଅଧିକ ଥାଏ |ଯଦି ପତ୍ର ର ରଙ୍ଗ ଅଧିକ ସବୁଜ ଥାଏ ତେବେ ମାତ୍ରା ସଠିକ ଅଛି ବୋଲି ଜାଣିବେ |

ତୃତୀୟ ପର୍ଯ୍ୟାୟ (ପାଚିବା ସମୟରେ ):

ଏହି ସମୟରେ ପୂର୍ବରୁ ମିଳିଥିବା ଯବକ୍ଷାରଜାନ ଧାନ ପ୍ରସ୍ତୁତି ରେ ଲାଗିଥାଏ |ଉପଯୁକ୍ତ ପରିମାଣ ରେ ଯବକ୍ଷାରଜାନ ପୂର୍ବରୁ ମିଳିଥିଲେ କେଣ୍ଡା ଧରିବା ସମୟରେ ଯବକ୍ଷାରଜାନ ଦରକାର ପଡି ନ ଥାଏ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)