Education

କାହିଁକି କରିବେ ମାଟି ପରୀକ୍ଷା ?

କାହିଁକି କରିବେ ମାଟି ପରୀକ୍ଷା ?

10 July, 2019 2:15 PM IST By: KJ Staff

ଜମି ରେ ଚାଷ କରିବା ପୂର୍ବରୁ ,ମାଟି ର ଉର୍ବରତା ଯାଞ୍ଚ କରିବା ପ୍ରଥମ ଗୁରୁତ୍ୱପୂର୍ଣ ପଦକ୍ଷେପ |ଏହା ଦ୍ୱାରା ଆପଣ ଜାଣିପାରିବେ ଯେ କେଉଁ ଫସଲ ଚାଷ କରିପାରିବେ ଏବଂ ଏହା କେତେ ଭଲ ଅମଳ ଦେବେ |ଏହା ବ୍ୟତୀତ ମାଟି କୁ କେଉଁ ସାର କେତେ ପରିମାଣ ରେ ଆବଶ୍ୟକ ଏହା ମଧ୍ୟ ସ୍ପଷ୍ଟ ହୋଇପାରିବ |

କେମିତି ନିଜ ମାଟି କୁ ପରୀକ୍ଷା କରିବେ ?


ମାଟି ସାମ୍ପଲ କୁ ଜମି ର ବିଭିନ୍ନ ଜାଗା ରୁ ନିଆଯାଇଥାଏ |ପ୍ରଥମେ ସାମ୍ପଲ ନେବା ସ୍ଥାନ ରୁ ଘାସ ,ପଥର ଇତ୍ୟାଦି ବାଛି କାଢି ଦିଅନ୍ତୁ |ସାମ୍ପୁଲ କୁ ଜମି ର ମାଧ୍ୟମ ଅଂଶ ରୁ ନିଅନ୍ତୁ ଏବଂ ଜମି ରୁ ହାରାହାରି ୬ ରୁ ୭ ଟି ସାମ୍ପଲ ନିଅନ୍ତୁ |ମାଟି କୁ ୫ ରୁ ୭ ଇଞ୍ଚ ତଳକୁ ଖୋଳି ସାମ୍ପଲ ନେବା ଉଚିତ |ସାମ୍ପଲ ହୋଇଥିବା ମାଟି କୁ ଛାଇ ରେ ଶୁଖାନ୍ତୁ ଏବଂ ପରେ ଏଥିରୁ ୧/୪ ଭାଗ କୁ ମାଟି ପରୀକ୍ଷା ଲାଗି ନିକଟସ୍ଥ ମାଟି ପରୀକ୍ଷା କେନ୍ଦ୍ର ବା ଲ୍ୟାବ କୁ ପଠାଇ ପାରିବେ |
ବର୍ତମାନ ମୋବାଇଲ ମାଟି ପରୀକ୍ଷା କରିବା ଲ୍ୟାବ ସୁବିଧା ସବୁଆଡେ ଉପଲବ୍ଧ ହେଉଛି |ଏହା ବ୍ୟତୀତ ମାଟି ପରୀକ୍ଷା ଲାଗି ନିକଟସ୍ଥ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ |

ଏହାର ଉପାଦେୟତା :


୧)ଜମି ର ସ୍ୱାସ୍ଥ୍ୟ :ମାଟି ପରୀକ୍ଷା କରି ନିଜର ଜମି ର ସ୍ୱାସ୍ଥ୍ୟ ସମୀକ୍ଷା କରିବା ସବୁଠାରୁ ଉତ୍ତମ ଉପାୟ |ମାଟି ରେ କେତେଭାଗ ଉପକାରୀ କବକ ଏବଂ କୀଟାଣୁ ରହିଛନ୍ତି ତାହା ମଧ୍ୟ ଜାଣିପାରିବେ |


୨)ମୃତିକା ପରୀକ୍ଷା ପରେ ସାର ପ୍ରୟୋଗ :ମାଟି ର ଉପଲବ୍ଧ ଥିବା ଯବକ୍ଷାରଜାନ ,ଫସଫରସ ,ଏବଂ ପୋତାସ ର ମାତ୍ର ଯାଞ୍ଚ ହେଲା ପରେ ହିଁ ଅତ୍ୟଧିକ ସାର ର ପ୍ରୟୋଗ କରନ୍ତୁ |ଏହା ଦ୍ୱାରା ଅଧିକ ସାର ଲାଗି ଖର୍ଚ ମଧ୍ୟ ହ୍ରାସ ପାଇବା |ଏହା ବ୍ୟତୀତ ଜିଙ୍କ ବା ଲୌହ ଯଦି ଅଭାବ ଥାଏ ,ତେବେ ତାହା ମଧ୍ୟ ପ୍ରୟୋଗ କରିବାକୁ ପଡିପାରେ |


୩)ମାଟି ର ଅମ୍ଳତା ଯାଞ୍ଚ :ମାଟି ର ଅମ୍ଳତା ଦେଖି ଫସଲ ଚାଷ କରିବା ଉଚିତ କାରଣ କେତେକ ଗଛ ଅଧିକ ଅମ୍ଳତା ରେ ବଢ଼ିପାରନ୍ତି ନାହିଁ |ଏହାର ନିରାକରଣ ଲାଗି ଚୂନ ବା ଜିପସମ କେତେ ମାତ୍ରା ରେ ଆବଶ୍ୟକ ହେବ ,ତାହା ମଧ୍ୟ ମାଟି ପରୀକ୍ଷା କରିଲା ପରେ ହିଁ ଜାଣିପାରିବେ |

ମୃତ୍ତିକା ଯାଞ୍ଚ ର ଆବଶ୍ୟକତା କ୍ଷୟ ବୃଦ୍ଧି ପାଇବାରୁ ଏବେ ଦିନକୁ ଦିନ ମାଟି ଯାଞ୍ଚ ର ଆବଶ୍ୟକତା ବଢ଼ିବାରେ ଲାଗିଛି | ଫସଲ ର ଅମଳ ବହୁ ମାତ୍ର ରେ ମାଟି ଉପରେ ନିର୍ଭରଶୀଳ ,ତେଣୁ ଏହାକୁ ଦୃଷ୍ଟି ରେ ରଖି ହଳ କରିବା ପୂର୍ବରୁ ନିଜ ଜମି ରୁ ମାଟି ପରୀକ୍ଷା ନିଶ୍ଚିନ୍ତ କରନ୍ତୁ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)