Education

IGNOU ରେ ନିଯୁକ୍ତି ସୁଯୋଗ, ଶୀଘ୍ର ଆବେଦନ କରନ୍ତୁ

ଇନ୍ଦିରା ଗାନ୍ଧୀ ଓପନ୍ ୟୁନିଭରସିଟି (IGNOU) ଫେକଲ୍ଟି ଏବଂ ଡିରେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଯାହାକୁ ନେଇ ଏକାଡେ଼ମିକ ଲାଇନରେ ଚାକିରି ଖୋଜୁଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।

15 December, 2021 4:47 PM IST By: Sudesna Nayak

ଇନ୍ଦିରା ଗାନ୍ଧୀ ଓପନ୍ ୟୁନିଭରସିଟି (IGNOU) ଫେକଲ୍ଟି ଏବଂ ଡିରେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଯାହାକୁ ନେଇ ଏକାଡେ଼ମିକ ଲାଇନରେ ଚାକିରି ଖୋଜୁଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ତେଣୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାର ଶେଷ ତାରିଖ 05 ଜାନୁୟାରୀ 2021 ରହିଛି ।

ଏଣିକି ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ IGNOU ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ignou.ac.in ରେ ଆବେଦନ କରିପାରିବେ । ଏହି ପୋଷ୍ଟ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଏବଂ ବୟସ ସୀମା ଭିନ୍ନ ଅଟେ ।

ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଡିରେକ୍ଟର ପଦ ପାଇଁ ମୋଟ 45 ଟି ପଦବୀ IGNOU Recruitment 2021 ଡ୍ରାଇଭ୍ ମାଧ୍ୟମରେ ପୂରଣ ହେବ । ଏହି ପଦବୀଗୁଡ଼ିକ ବିଭିନ୍ନ ସ୍କୁଲ୍ ଅଫ୍ ଷ୍ଟଡିଜ୍ ଏବଂ IGNOU ର ଇଲେକ୍ଟ୍ରୋନିକ୍ ମିଡିଆ ପ୍ରଡକ୍ସନ୍ ସେଣ୍ଟରରେ ନିର୍ଦ୍ଦେଶକ ଏକାଡେମିକ୍ ପୋଷ୍ଟରେ ନିଯୁକ୍ତ ହେବେ ।

ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଅନଲାଇନ୍ ଦାଖଲ ହୋଇଥିବା ଆବେଦନର ପ୍ରିଣ୍ଟଆଉଟର ହାର୍ଡ କପି ସହିତ ସଂପୃକ୍ତ ଦଲିଲଗୁଡ଼ିକର ସେଲ୍ଫ-ଆଟେଷ୍ଟେଡ କପିକୁ ଏହି ଠିକଣା (Director, Academic Coordination Division, Indira Gandhi National Open University, Maidan Garhi, New Delhi-110068) 15 ଜାନୁୟାରୀ 2022 ସୁଦ୍ଧା ପଠାଇବା ଆବଶ୍ୟକ । ପ୍ରାର୍ଥୀମାନେ ଏହି ସମ୍ବନ୍ଧୀୟ ଅଧିକ ବିବରଣୀ ପାଇଁ IGNOU ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଜାଣିପାରିବେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)