Education

ଖାଦ୍ୟ ଯୋଗ୍ୟ କଦଳୀ ଚୋପା

ଖାଦ୍ୟ ଯୋଗ୍ୟ କଦଳୀ ଚୋପା :

09 October, 2019 6:03 PM IST By: KJ Staff

ନଷ୍ଟ ହେବନି କଦଳୀ ଚୋପା
କଦଳୀ ସହ ଖାଇ ପାରିବେ ଚୋପା

କେବେ ଭାବିଛନ୍ତି ଫଳ ରେ ଚୋପା ର ଆବଶ୍ୟକତା କଣ ହୋଇପାରେ ?ଫଳ ରେ ଚୋପା ବିଶେଷ କରି ଫଳ କୁ କୀଟାଣୁ ଆଦି ଅହିତକାରୀ ସଂକ୍ରମଣ ରୁ ରକ୍ଷା କରିଥାଏ |ହାରାହାରି ସମସ୍ତ ଫଳ ର ଚୋପା ରେ ମଧ୍ୟ କେତେକ ଉପକାରୀ ଦ୍ରବ୍ୟ ରହିବା ସାଙ୍ଗରେ କେତେକ ଅହିତକାରୀ ରାସାୟନିକ ଦ୍ରବ୍ୟ ବା ଟକ୍ସିନ ମଧ୍ୟ ମିଳିଥାଏ |କେତେକ ଫଳ ର ଚୋପା କୁ ବହୁ ପ୍ରକାର ରୋଗ ନିବାରଣ ,ସାପ କାମୁଡ଼ା ର ଉପଚାର ଇତ୍ୟାଦି ରେ ମଧ୍ୟ ବ୍ୟବହାର କରାଯାଏ |

ତେବେ ଜାପାନ ରେ ଏପରି ଏକ କଦଳୀ ର ଉଦ୍ଭାବନ କରିଛନ୍ତି ଯାହାର ଚୋପା ଖାଦ୍ୟ ଯୋଗ୍ୟ |ଏହା ଏବେ ମଧ୍ୟ ଜାପାନ ର ସମସ୍ତ ଅଞ୍ଚଳ ରେ ଉପଲବ୍ଧ ହୋଇନାହିଁ |ଏହା ବିଶେଷ କରି ଜାପାନ ସ୍ଥିତ ପ୍ରେଫେଂକଚର ଅଫ ଫୁକୁସିମା ରେ ଉତ୍ପାଦନ କରାଯାଉଛି |ଏହା କୁ କିରେଇ ନାମ ରେବଜାରରେ ଉପଲବ୍ଧ କରାଯାଇଛି ଯାହାର ଜାପାନୀ ଅର୍ଥ "ସୁନ୍ଦର"|
ଏହି କଦଳୀ ବଜାରରେ ଅବିଶ୍ୱସନୀୟ ଦର ଧାର୍ଯ୍ୟ କରିଛି |ଏହାର ଦର ପ୍ରତି ୟୁନିଟ ୩ ଡଲାର ପର୍ଯ୍ୟନ୍ତ ରହିଛି |

ଏହା ବ୍ୟତୀତ ଜାପାନ ଆଉ ଏକ ଅଦ୍ଭୁତ୍ତ କଦଳୀ କିସମ ର ଉଦ୍ଭାବନ କରିଛି |ଏହି କିସମ ଟି -୬୦ ଡିଗ୍ରୀ ତାପମାତ୍ରା ରେ ଚାଷ କରାଯାଇ ପୁଣି ଆଉ ଠାରେ ୩୦ ଡିଗ୍ରୀ ତାପମାତ୍ରା ଥିବା ଅଞ୍ଚଳ ରେ ରୋପଣ କରାଯାଏ ଏବଂ ଯେଉଁଠାରେ ଜମି ରହିଥିବା ବରଫ ପାଣି ହୋଇଯାଏ ବା ଡିଫୋର୍ଷ୍ଟ ହୋଇଯାଇଥାଏ |
ଏହାର ନିର୍ମାତା ଡି ଆଣ୍ଡ ଟି କମ୍ପାନୀ ର ଗବେଷକ ମାନେ ଏହାକୁ ମଂଗୀ କଦଳୀ ର ନାମ ଦେଇଛନ୍ତି |ନିର୍ମାତା ମାନେ ପୃଥିବୀ ରେ ୨୦୦୦୦ ବର୍ଷ ପୂର୍ବେ ଥିବା ଅତ୍ୟନ୍ତ ଥଣ୍ଡା ପରିବେଶ ର ଅବିକଳ ପରିବେଶ ରେ କଦଳୀ ଗଛ କୁ ତିଆରି କରିଛନ୍ତି ଯାହା ଥଣ୍ଡା ପରେ ଗରମ ପରିବେଶ ପାଇଲେ ଫୁଲ ଧରିବା ଆରମ୍ଭ କରିଥିଲା |

ଏଣୁ ଅଧିକାଂଶ କଦଳୀ ଗଛ ସମ୍ପୂର୍ଣ ବଡ ହେବାକୁ ୨ ବର୍ଷ ସମୟ ଲଗାଇଥିଲା ବେଳେ ମଂଗୀ କଦଳୀ ମାତ୍ର ୪ ମାସ ସମୟ ନେଇଥାଏ |ସବୁଠାରୁ ବଡ କଥା ହେଲା ଏହା ଲାଗି କୌଣସି କୀଟନାଶକ ବା ରାସାୟନକ ର ବ୍ୟବହାର ଆବଶ୍ୟକ ନାହିଁ ଏବଂ ଏହାକୁ ତିଆରି କରିବାକୁ ଗବେଷକ ମାନଙ୍କୁ କିଛି ଜେନେଟିକ ପରିବର୍ତନ କରିବାକୁ ପଡି ନଥିଲା
ଏହା ସହ ଏହି କଦଳୀ ର ଚୋପା ରେ ଅଧିକ ଭିଟାମିନ ବି ଏବଂ ମ୍ୟାଗନେସିଏମ ମଧ୍ୟ ରହିଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)