ଫଳ କୁ ଉପଯୁକ୍ତ ଭାବେ ସାଇତି ରଖିବାର ସୁବିଧା ନଥିବାରୁ ଅନେକ ସମୟରେ ବହୁମୂଲ୍ୟ ଫଳ ମଧ୍ୟ ଶୀଘ୍ର ନଷ୍ଟ ହୋଇଯାଏ |ଆମଦାନୀ ସମୟରେ ଫଳକୁ ଉଚିତ ଭାବେ ସଂରକ୍ଷଣ କରିପାରିଲେ ବହୁ ମାତ୍ରା ରେ ଦେଶରେ ଥିବା ଖାଦ୍ୟ ଅଭାବ କୁ ଦୁରେଇ ହେବେ |ତେବେ ଫଳ କୁ ସେମିତି ସାଇତି ରଖିବା କାଠି କର ପାଠ ତେଣୁ ଏଥିରୁ ଜାମ ତିଆରି କରିପାରିଲେ ଫଳ ର ମନ ବୃଦ୍ଧି ହେବ ସହ ,ତାହା ନଷ୍ଟ ହୁଏ ନାହିଁ ଏବଂ ପରବର୍ତୀ ସମୟରେ ତାହାକୁ ବ୍ୟବହାର ମଧ୍ୟ କରିହୁଏ |ଆମ୍ବ କମଳା ,ପିଜୁଳି ,ଅମୃତଭଣ୍ଡା ,ସପେଟା,ସପୁରି ଇତ୍ୟାଦି ରୁ ଅତି ସରଳ ଉପାୟରେ ଜାମ ରେ ପରିବର୍ତିତ କରିହେବ |
ଜାମ କଣ ?
ଅନେକ ଫଳ ସହ ସମାନ ଭାବେ ଚିନି ମିଶାଇ ପ୍ରସ୍ତୁତ ହୋଇଥାଏ ଜାମ|
ପ୍ରସ୍ତୁତି ପ୍ରଣାଳୀ :
- ଇଚ୍ଛା ଅନୁସାରେ ପାଚିଲା ଫଳ ଭଲ ଭାବେ ଧୋଇ ଦିଅନ୍ତୁ |
-ସେହି ଫଳ କୁ ଛୋଟ ଛୋଟ ଖଣ୍ଡ ରେ କାଟି ସମପରିମାଣ ପାଣିରେ ୨୫ ରୁ ୪୦ ମିନିଟ ଯାଏ ସିଝାନ୍ତୁ |
-ସିଝା ଫଳ କୁ କୋରି ସେଥିରୁ ଫଳ ର ମାଂସ କାଢି ଦିଅନ୍ତୁ ଏବଂ ଏଥିରୁ ଟାଣ ଫଳ ଅଂଶ ବା ମଞ୍ଜି କାଢି ଦିଅନ୍ତୁ|
-ବାହାରିଥିବା ବହଳ ଫଳ ରସ ର ସମପରିମାଣ ଓଜନ ରେ ସେଥିରେ ଚିନି ମିଶାନ୍ତୁ |
-ଏହି ମିଶ୍ରଣ କୁ ଚୁଲି ବା ଗ୍ୟାସ ରେ ରାନ୍ଧନ୍ତୁ |
--ରାନ୍ଧିବା ସମୟରେ ୪-୫ଜମ ପ୍ରତି କି.ଗ୍ରା ଓଜନ ହିସାବ ରେ ସାଇଟ୍ରିକ ଏସିଡ ମିଶାନ୍ତୁ |
-୧୫ ରୁ ୨୦ ମିନିଟ ରାନ୍ଧିବା ପରେ ଗୋଟେ ଗ୍ଲାସ ରେ ସେଥିରେ ରନ୍ଧାଯାଇଥିବା ରସ ଟୋପା ଟୋପା କରି ପକାନ୍ତୁ |ଏହି ରସ ଟୋପା ପାଣି ରେ ନ ମିଶି ଜଳସସ ତଳକୁ ଚାଲିଗଲେ ଜାମ ପ୍ରସ୍ତୁତ ହୋଇଗଲା ବୋଲି ଜାଣିବେ |
-ଏହା ପ୍ରସ୍ତୁତ ହୋଇସାରିଲା ପରେ ଏଥିରେ ରଙ୍ଗ ଓ ଏସେନ୍ସ ମିଶାଇ ଚଉଡା ମୁହଁ ଥିବା କାଚ ବୋତଲ ରେ ରଖନ୍ତୁ |
-୨ କି .ଗ୍ରା ଫଳ ଓ ୧.୮ କି.ଗ୍ରା ଚିନି ରୁ ପ୍ରାୟେ ୨.୨୫ କି.ଗ୍ରା ଜାମ ପ୍ରସ୍ତୁତ ହୋଇଥାଏ|