Education

ଦୁବ ଘାସ ଖାଇଛନ୍ତି କି ??

ଦୁବ ଘାସ ଖାଇଛନ୍ତି କି ??

26 July, 2019 2:39 PM IST By: KJ Staff

ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଲାଗି ମହୋଷଧି !ଦୁବ ଘାସ ..


ବିଭିନ୍ନ ପୂଜା ପର୍ବ ରେ ଦୁବ ଘାସ ର ମହତ୍ୱ ସମ୍ବନ୍ଧରେ ହୁଏତ ଆପଣ ସମସ୍ତେ ଜାଣିଥିବେ ମାତ୍ର ଏହା ଆପଣଙ୍କ ସ୍ୱାସ୍ଥ୍ୟ ଓସୌନ୍ଦର୍ଯ୍ୟ ଲାଗି କେତେ ଉପକାରୀ ତା ହୁଏତ ଆପଣ ଜାଣି ନଥିବେ |ଏହା ବ୍ୟତୀତ ବିଭିନ୍ନ ଲିଭର ରୋଗ ,କଫ ଇତ୍ୟାଦି ଲାଗି ଏହା ମହୋଷଧି ଭାବେ କାର୍ଯ୍ୟ କରିଥାଏ |
ଆୟୁର୍ବେଦ ଅନୁଯାୟୀ ଦୁବ ର ସ୍ୱାଦ କସା ଏବଂ ମିଠା ହୋଇଥାଏ |ଏଥିରେ ପ୍ରୋଟିନ ,କ୍ୟାଲ୍ସିଅମ ,ଫାଇବର ଇତ୍ୟାଦି ପର୍ଯ୍ୟାପ୍ତ ମାତ୍ରା ରେ ମିଳିଥାଏ |ଦୁବ ଘାସ ମୁଖ୍ୟତ ପେଟ ଏବଂ ଲିଭର ଜନିତ ସମସ୍ୟା ଲାଗି ବିଶେଷ ଉପକାରୀ ବୋଲି ମନେ କରାଯାଏ |

ଏହାର ଉପାଦେୟତା :


-ରୋଗ ପ୍ରତିରୋଧକ କ୍ଷମତା ବଢ଼ିବାରେ ଦୁବ ଘାସ ସାହାଯ୍ୟ କରିଥାଏ |ଏଥିରେ ଥିବା କବକ ଏବଂ କୀଟାଣୁ ପ୍ରତିରୋଧକ ଶକ୍ତି ଶରୀର ଲାଗି ବେଶ ଉପକାରୀ ହୋଇଥାଏ |
-ଅନିଦ୍ରା ର ଉପଚାର :ଦୁବ ଘାସ ଖାଇବା ଦ୍ୱାରା ଅନିଦ୍ରା ,ଥକାପଣ ,ଆଦି ସମସ୍ୟା ରୁ ମୁକ୍ତି ମିଳିଥାଏ |
-ସୌନ୍ଦର୍ଯ୍ୟ ଲାଗି :ଏଥିରେ ଥିବା ଆଣ୍ଟି ଇନ୍ଫ୍ଲମେଟୋରି ଏବଂ ଆଣ୍ଟି ସେପ୍ଟିକ ଗୁଣ ତ୍ୱଚା ରୁ ମୃତ କୋଷିକା ନିଷ୍କାସନ କରି ତ୍ୱଚା ବା ଚମ କୁ ସର୍ବଦା ସତେଜ ରଖିବାରେ ସହାୟକ ହୋଇଥାଏ |ତେଣୁ ଏକସେମା ଏବଂ ଛଉ ପରି ସମସ୍ୟା ର ଏହା ପ୍ରକୃଷ୍ଟ ଉପଚାର |

-ପାଟି ରେ ଘା ଗାଇଥିଲେ ପ୍ରତିଦିନ ଦୁବ ଘାସ ର ପତ୍ର କୁ ଗରମ ପାଣି ରେ ସିଝାଇ ସକାଳୁ ସେଥିରେ କୁଲି କରନ୍ତୁ |ଏହା ଦ୍ୱାରା ଆରାମ ମିଳେ |
-ଦୁବ ରସ ପାନ କରିବା ଦ୍ୱାରା ଶରୀର ରୁ ଅତ୍ୟଧିକ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ |ଏହା ଦ୍ୱାରା ଶରୀର ଶୀଘ୍ର ବାର୍ଦ୍ଧକ୍ୟ ପ୍ରାପ୍ତ ହୁଏ ନାହିଁ ,ତ୍ୱଚା ଦୀର୍ଘ ଦିନ ଯାଏ ସତେଜ ରୁହେ |