Education

ରୁଆ ଧାନ ଚାଷ ପ୍ରଣାଳୀ :

ରୁଆ ଧାନ ଚାଷ ପ୍ରଣାଳୀ :

12 July, 2019 10:24 AM IST By: KJ Staff

ଉତ୍ତର ପୂର୍ବ ଭାରତ ଏବଂ କେତେ ମାତ୍ରା ରେ ଦକ୍ଷିଣ ଭାରତ ରେ ମଧ୍ୟ ଧାନ ଚାଷ ବେଶ ପ୍ରସିଦ୍ଧ |ତେବେ ଏସିଆ ମହାଦେଶ ରେ ବିଶେଷ କରି ରୁଆ ଧାନ ଚାଷ କରାଯାଏ |ଧାନ ରୋଇବା ଲାଗି ପ୍ରଥମେ ନର୍ସରୀ ରେ ଧାନ ବୁଣି ତାକୁ ୨ ରୁ ୩ ପତ୍ର ହେଲେ (୨୦ ରୁ ୩୦ ଦିନ ପରେ )ଉପାଡି ମୁଖ୍ୟ ଜମି ରେ ତଳି ରୁଆ ଯାଇଥାଏ |ତଳି କୁ ଟ୍ରାନ୍ସପ୍ଲାଣ୍ଟର ସାହାଯ୍ୟ ରେ ବା ହାଥରେ ରୁଆ ଯାଇପାରିବ |
ମଜୁରୀ ମିଳୁ ଥିବା ଜାଗାରେ ବିଶେଷ କରି ଧାନ କୁ ହାଥରେ ରୁଆ ଯାଏ |ଏଠି ଲାଗି ବ୍ୟୟବହୁଳ ମେସିନ ଯଥା ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକ ହୁଏ ନାହିଁ |ଧାନ କୁ ଶୁଖା ,ଭିଜା ବା ମ୍ୟାଟ ନର୍ସରୀ ରେ ବୁଣିପାରିବେ |ନର୍ସରୀ ର ଉଚିତ ପରିଚାଳନା ହିଁ ସ୍ୱାସ୍ଥ୍ୟକର ଧାନ ତଳି ର ଆଧାର ହୋଇଥାଏ |ବହୁ ପ୍ରକାର ରୋଗ ଏବଂ କୀଟ ବିଶେଷ କରି ଧାନ ନର୍ସରୀ ରେ ଥିଲା ବେଳେ ଆକ୍ରମଣ କରିଥାନ୍ତି |ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ |

ଧାନ ରୋଇବା ର ଉପାଦେୟତା ?


ରୁଆ ଧାନ ରେ ଅନାବନା ଘାସ କାମ ଦେଖିବାକୁ ମିଳେ |୩୦ ଦିନ ପରେ ତଳି ରୋଇଲେ ,ମୁଖ୍ୟ ଜମି ରେ ସେମାନେ ଭଲ ଭାବେ ବଢନ୍ତି ଏବଂ ଏକା ସମୟରେ ଅମଳକ୍ଷମ ହୋଇଥାନ୍ତି |ଏହା ବ୍ୟତୀତ ରୋଗ ପୋକ ସମସ୍ୟା ରୁ କେତେ ମାତ୍ରା ରେ ଲାଘବ ମିଳିବା ସାଙ୍ଗରେ ସ୍ୱାସ୍ଥ୍ୟକର ତଳି ବାଛି ରୋଇ ହେବ |ଜମି ସମତଳ ନ ହୋଇଥିଲେ ମଧ୍ୟ ଏଥିରେ ଧାନ ରୋଇବା ସମ୍ଭବ ହୋଇଥାଏ |

ହାଥରେ ଧାନ ରାଇବେ କିପରି ?


ନର୍ସରୀ ରେ ଧାନ ବୁଣିବା ର ୧୫ ରୁ ୩୦ ଦିନ ପରେ ତଳି ଉପାଡି ମୁଖ୍ୟ ଜମି କୁ ନିଅନ୍ତୁ |
ମ୍ୟାଟ ନର୍ସରୀ କରିଥିଲେ ୧୫ ରୁ ୨୦ ଦିନ ମଧ୍ୟରେ ତଳି ରୋଇବା ଲାଗି ପ୍ରସ୍ତୁତ ହୋଇଯାଏ ଏବଂ ସମ୍ପୂର୍ଣ ମ୍ୟାଟ କୁ ରୋଇବା ଲାଗି ମୁଖ୍ୟ ଜମି କୁ ନିଆଯାଇଥାଏ |
ତଳି ଉପାଡି ପରେ ରୋଇବା ଆରମ୍ଭ କରିଦେବା ଉଚିତ |ଅଧିକ ସମୟ ଡେରି କରି ତଳି ମରିଯିବାର ସମ୍ଭାବନ ରହିଛି |
ଧାଡି କୁ ଧାଡି ୨୦ ସେ .ମି ଏବଂ ଗଛ କୁ ଗଛ ୧୦ ରୁ ୧୫ ସେ.ମି ବ୍ୟବଧାନ ରେ ଏକାବେଳେ ୨ ରୁ ୩ ଟି ତଳି ରୁଅନ୍ତୁ |ରୋଇବା ସମୟରେ ତଳି ର ଚେର ଯେପରି କ୍ଷେତିଗ୍ରସ୍ତ ନ ହୁଏ ସେଥିପ୍ରତି ସାବଧାନତା ଅବଲମ୍ବନ କରନ୍ତୁ |

ତଳି ଧୀରେ ଧୀରେ ବଡ ହେବ ଆରମ୍ଭ କଲେ ଅଧିକ ଗଛ ଥିଲେ ,ଗୋଟେ ଗଛ ଛାଡି ଅନ୍ୟଗୁଡିକ ଉପାଡି ଦିଅନ୍ତୁ |ଏହା ଦ୍ୱାରା ଅମଳ ବୃଦ୍ଧି ହେବ |

ରୋଇବା ର ୧୦ ଦିନ ବ୍ୟବଧାନ ରେ କୋନୋ ୱେଡ଼ର ସାହାଯ୍ୟ ରେ ଘାସ ପରିଚାଳନା କରନ୍ତୁ |

ରୋଇବା ସମୟରେ ମୁଖ୍ୟ ଜମି ଭଲ ଭାବେ କାଦୁଅ ହୋଇ ଠିଆ ପାଣି ରହିବ ଆବଶ୍ୟକ |ଏହା ଦ୍ୱରା ତଳି ଶୀଘ୍ର ବଢିବ ଏବଂ ସହଜରେ ରୋଇ ହେବ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)