Education

ଚାଲନ୍ତୁ ଟିକେ ବୁଲି ଆସିବା !

ଚାଲନ୍ତୁ ଟିକେ ବୁଲି ଆସିବା !

23 March, 2019 11:34 AM IST By: KJ Staff

ପ୍ରାତଃ ଭ୍ରମଣ ବିଷୟରେ ଶୁଣିଥିବେ ନିଶ୍ଚିନ୍ତ !ତେବେ ଆଜିକାଲି ର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଶଯ୍ୟା ତ୍ୟାଗ ପରେ ଲୋକ ସ୍ମାର୍ଟ ଫୋନ ର ବ୍ୟବହାର କରିବା ଅଧିକ ଉଚିତ ମାନେ କରୁଛନ୍ତି |ଅତି ଆବଶ୍ୟକ ନ ହେଲେ ସକାଳୁ ବ୍ୟାୟାମ ର ଅଭ୍ୟାସ ଖୁବ କୋଚିତ ଦେଖିବାକୁ ମିଳିଥାଏ |କିନ୍ତୁ ସମୟ ଅଭାବ ବା ଆଳସ୍ୟ ହେତୁ ରୁ ବ୍ୟାୟାମ ନ କରି ଆପଣ ନିଦ୍ରା ଭଙ୍ଗ ପରେ ନିଶ୍ଚିନ୍ତ ଭ୍ରମ କରିବାକୁ ବାହାରନ୍ତୁ |

ତେବେ ଏହାର ରହିଛି ଏହିପରି କିଛି ଉପଯୋଗୀତା :


-ସକାଳୁ ଏବଂ ସନ୍ଧ୍ୟାରେ ଅତି କମ୍ରେ ୧୫-୨୦ ମିନିଟ ଚାଲିବା ଏ ଅଭ୍ୟାସ ରଖନ୍ତୁ |ଏହିପରି ଅଭ୍ୟାସ ରହିଥିବା ଲୋକ ମଧୁମେହ ଏବଂ ରକ୍ତ ଚାପ ପରି ସମସ୍ୟା ରେ ଅଧିକ ପୀଡିତ ହୁଅନ୍ତି ନାହିଁ ବୋଲି ବିଭିନ୍ନ ପରୀକ୍ଷା ଓ ଜଣା ପଡିଛି |


-ବାହାରେ ଭ୍ରମଣ କଲେ ଆମ ଶରୀର ର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ,ସକାଳ ର ସୂର୍ଯ୍ୟରଶ୍ମୀ ଦ୍ୱାରା ଶରୀରରେ ଭିଟାମିନ -ଡି ପ୍ରସ୍ତୁତ ହୋଇଥାଏ |

- ଆବଶ୍ୟକ ଅନୁଯାୟୀ ଖାଇବା ସହ ନିୟମିତ ଚାଲିବା ଅଭ୍ୟାସ ରଖିବା ଦ୍ୱାରା ୨-୩ ମାସ ମଧ୍ୟରେ ଓଜନ କମିବା ପରିଲିକ୍ଷିତ ହୋଇଥାଏ |ମେଦବହୁଳ ରୋଗୀ ଏହି ଉପାୟ ନିଶ୍ଚିନ୍ତ ଅବଲମ୍ବନ କରିବା ଉଚିତ

-ହୃଦରୋଗୀମାନେ ମଧ୍ୟ ନିୟମିତ ପ୍ରଥା ସନ୍ଧ୍ୟା ଭ୍ରମଣ କରିବା ଉଚିତ |ଏହା ସେମାନଙ୍କ ହୃଦଯନ୍ତ୍ର ଉପରେ ଉତ୍ତମ ପ୍ରଭାବ ପକାଏ


-କ୍ଷିପ୍ର ଗତି ରେ ପ୍ରତ୍ୟହ ଚାଲିଲେ ଆମ ଶରୀରର ମାଂସପେଶାକୁ ଶକ୍ତି ମିଳିଥାଏ |


-ମଧୁମେହ ରୋଗ ରୁ ଦୁରେଇ ରହିବାକୁ ଚାହୁଁଥିଲେ ନିୟମିତ ଭାବେ ଚାଲିବାର ଅଭ୍ୟାସ କରିବା ମଧ୍ୟ କୌଣସି ଔଷଧ ସେବନ ଠାରୁ କମ ନୁହେଁ ବୋଲି ମତ ଦିଅନ୍ତି ବିଶେଷଜ୍ଞ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)