Education

ଓଜନ ହ୍ରାସ ଲାଗି ଖାଇପାରିବେ ଏହି ତେଲ !!

କେଉଁ ତେଲ ଟି ଭଲ ?

25 March, 2019 10:43 AM IST By: KJ Staff
ଓଡ଼ିଆ ଖାଦ୍ୟ ରେ ତେଲ ,ମସଲା ର ବ୍ୟବହାର ସବୁବେଳେ ହୋଇଥାଏ |ସୋରିଷ ତେଲ ରେ ଆଳୁ ଭାରତ ଏବଂ ମାଂସ କସା କାହାକୁ ବା ଭଲ ନ ଲାଗୁଥିବେ |କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ ରୋଗ ରେ ପୀଡିତ ରହୁଥିବା ରୁ ଲୋକେ କାମ ତେଲ କହିବାକୁ ପସନ୍ଦ କରୁଛନ୍ତି |ଆପଣ ଜାଣି ରଖିବା ଦରକାର ଯେ ତେଲ ର୍ରେ କେବଳ ଚର୍ବି ବା ଫ୍ୟାଟସ ରହିଥାଏ ଏବଂ ଏହି ସମସ୍ତ ଫ୍ୟାଟ ଶରୀର ପ୍ରତି ଅହିତକାରୀ ନୁହେଁ ..କିଛି ଚର୍ବି ଶରୀର ଉପଯୋଗୀ ମଧ୍ୟ |ବିଶେଷ କରି ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଙ୍କ ଲାଗି ବେଶ ଉପଯୋଗୀ ହେବ ଏହି କିଛି ଟି ତେଲ |

ଜଣାନ୍ତୁ କେଉଁ ତେଲ ରେ ରୋଷେଇ କରିବେ …

୧)ଓଲିଭ ତେଲ :ଏହି ତେଲ କୁ ଆପଣ ବହୁତ ଅଧିକ ତାପମାତ୍ରା ରେ ମଧ୍ୟ ରୋଷେଇ କରିପାରିବେ ଏବଂ ଏହା ଶୀଘ୍ର ପଡେ ନାହିଁ |ଏଥିରେ ସାଚୁରେଟେଡ଼ ଫ୍ୟାଟ ମାତ୍ର ଶତକଡା ୧୪ ଭାଗ ରହିଛି ତେଣୁ ଓଜନ ହ୍ରାସ ଲାଗି ଏହା ସବୁଠାରୁ ଉତ୍ତମ |

୨)କାନୋଲା ତେଲ :ଏଥିରେ ମଧ୍ୟ ସାଚୁରେଟେଡ଼ ଫ୍ୟାଟ ମାତ୍ର ଶତକଡା ୮ ଭାଗ|ଏହା ବ୍ୟତୀତ ଶରୀର ହିତକାରୀ ଓମେଗା -୩-ଫ୍ୟାଟ ରହିଛି ତେଣୁ ହାଲ୍କା ଭାଜିବାକୁ ବା ଛାଣିବାକୁ ଏହି ତେଲ ର ପ୍ରୟୋଗ କରନ୍ତୁ |

 

୩)ବାଦାମ ତେଲ :ହେଜେଳ ତେଲ,ସୂର୍ଯ୍ୟମୁଖୀ ତେଲ,ବାଦାମ ତେଲ ଇତ୍ୟାଦି ମଧ୍ୟ ଓଜନ ହ୍ରାସ ରେ ସହାୟକ |ହେଜେଳ ନଟ ତେଲ ରେ ଶତକଡା ୭ ଭାଗ ସାଚୁରେଟେଡ଼ ଫ୍ୟାଟ ଥିବା ବେଳେ ସୂର୍ଯ୍ୟମୁଖୀ ରେ ଶତକଡା ୧୪ ଭାଗଏବଂ ବାଦାମ ତେଲ ରେ ଶତକଡା ୭ ଭାଗ ରହିଛି |

 

 

 

୪)ନଡ଼ିଆ ତେଲ :ଏହି ତେଲ ରେ ଓଡିଶା ରେ ହୁଏତ ଆପଣ କେବେ ରୋଷେଇ ହେବାର ଦେଖିନଥିବେ ମାତ୍ର ଏହା କେରଳ ରେ ବେଶ ଲୋକପ୍ରିୟ | ସାଚୁରେଟେଡ଼ ଫ୍ୟାଟ ମାତ୍ର ଶତକଡା ୬ ଭାଗ ଥିବା ବେଳେ ଏହା ମଧ୍ୟ ଓଜନ ହ୍ରାସ କରିବା ସହ ଶରୀର ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ |


ମାନେ ରଖନ୍ତୁ :ତେଲ ରେ କ୍ୟାଲୋରୀ ବହୁତ ଅଧିକ ରହିଥାଏ ତେଣୁ ଏହାର ନିୟନ୍ତ୍ରଣ ଅତି ଆବଶ୍ୟକ |ଯେକୌଣସି ତେଲ ବ୍ୟବହାର କଲେ ମଧ୍ୟ ହାରାହାରି ୧ ଚାମଚ ତେଲ ରେ ୧୨୦ କ୍ୟାଲୋରୀ ରହିଥାଏ|ତେଣୁ ଖୁବ କମ ତେଲ ରେ ରୋଷେଇ କରି ସୁସ୍ଥ ରୁହନ୍ତୁ

 

 

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)