ପାରମ୍ପରିକ ଚାଷ ପଦ୍ଧତ୍ତି ରେ ପ୍ରକୃତି ର ସମ୍ବଳ ଦୀର୍ଘ ସ୍ଥାୟୀ ହୋଇ ମୃତ୍ତିକା ଉର୍ବରତା ଓ କୃଷି ଉତ୍ପାଦନ ଚିରପୋଷ୍ୟମାନ ହେଉଥିଲା |ସମ୍ପରଟିଇ ରାସାୟନିକ ପଦାର୍ଥ ସବୁର ପ୍ରତିକ୍ରିୟା ସ୍ୱରୂପ ମୃତ୍ତିକା ଓ ପରିବେଶ ଅସନ୍ତୁଳିତ କରିଦେଇଛି |ଦୂଷିତ ପାଣି ,ଖାଦ୍ୟ ଓ ପରିବେଶର ରହି ମନୁଷ୍ୟ ତଥା ପ୍ରାଣୀମାନେ ରୋଗଗ୍ରସ୍ତ ହେଉଛନ୍ତି | ମୃତ୍ତିକା ଫସଲ ସହାୟକ ନ ହେବାରୁ ଉତ୍ପାଦନ ଆଶାନୁରୂପ ହୋଇ ପାରୁନାହିଁ |ଫସକାର ରୋଗ ପୋକ ନିୟନ୍ତ୍ରଣ ଓ ସମ୍ଭାବନା ବଢି ଚାଲିଛି |ବାୟୁମଣ୍ଡଳୀୟ ପରିବର୍ତନ ,ଉତ୍ତାପ ବୃଦ୍ଧି ,ଅନିୟମିତ ବୃଷ୍ଟିପାତ ,ଏସବୁ ଅନିୟମିତତା ବଢାଇବାରେ ସହାୟକ ହେଉଛି |ରରାସୟାନିକ ପଦାର୍ଥ ପ୍ରଯୋଗରୁ ଉତ୍ପାଦିତ ଶସ୍ୟ ,ଡାଲି,ତୈଳବୀଜ ,ପନିପରିବା ଇତ୍ୟାଦି ର ସ୍ୱାଦ ଓ ଗୁଣ ଦୀର୍ଘକାଳୀନ ସାଇଟ ହୋଇ ରହୁନାହିଁ |ଉତ୍ପାଦନ ଖର୍ଚ ବୃଦ୍ଧି ହେତୁ ଲାଭ କାମ ରହୁଛି |
ଏସବୁ ର ନିରାକରଣ ଲାଗି ବେଶ ସହଜ ଉପାୟ ହେଉଛି ଜୈବିକ କୃଷି |ଏହାର ମୂଳ ତତ୍ୱ ହେଉଛି ଏକ ଜୀବନ୍ତ ପ୍ରାଣୀ ପରି,ଯେଉଁ ଥିରେ ମୃତ୍ତିକା,ଉଦ୍ଭିଦ,ପୋକ ,କୃଷକ ଓ ସ୍ଥାନୀୟ ବିଷୟ ପରସ୍ପର ସହ ଜଡିତ ହୋଇ ରହିଥାନ୍ତି |ପରିବେଶ ସୁରକ୍ଷା ପ୍ରାକୃତିକ ସମ୍ବଳର ପୁର୍ଣ ଉପଯୋଗ କରି ଖାଦ୍ୟ ର ଗୁଣାତ୍ମକ ମନ ଓ ବଜାରରେ ଚାହିଦା ଅନୁଯାୟୀ କୃଷି କୁ ପ୍ରସ୍ତୁତି କରୁଥିବା ଶକ୍ତିଶାଳୀ କୃଷି ବୈଷୟିକ ବ୍ୟବସ୍ଥା କୁ "ଜୈବିକ କୃଷି "କୁହାଯାଏ |ମୃତ୍ତିକା,ଜଳ ଓ ଜଳବାୟୁ ର ସୁସ୍ଥ ବ୍ୟବହାରକୁ ଉତ୍ସାହିତ କରିବା ସହ କୃଷି ଅଭୟାସ ବା କାର୍ଯ୍ୟ ଗୁଡିକ ରୁ ଉତ୍ପର୍ଣ୍ଣ ସମସ୍ତ ପ୍ରକାର ପ୍ରଦୂଷଣକୁ ସର୍ବନିମ୍ନ କରାଯାଇଥାଏ |ପରିବେଶ ଅନୁକୂଳ ହୋଇ ରୋଗପୋକ ନିୟନ୍ତ୍ରିତ ହୋଇଥାଏ |
ଜୈବିକ କୃଷି ର ପ୍ରମୁଖ ଉତ୍ପାଦନ ଗୁଡିକ ହେଲା :
- ମୃତ୍ତିକା ସ୍ୱାସ୍ଥ୍ୟ ବଜାଇ ରଖିବା ନିମନ୍ତେ ଗୋବର ଖାତା ,କମ୍ପୋଷ୍ଟ,ବିଲାତି ଦଳ କମ୍ପୋଷ୍ଟ,ଗୋବର ଗ୍ୟାସ ହାତ ,ପିଡିଆ ,କୁକୁଡ଼ା ମଲା ଖତ ଇତ୍ୟାଦି ର ପ୍ରୟୋଗ
- ସବୁଜ ସାର
- ଜୀବାଣୁ ସାର
- ଆଜୋଲା ର ଧାନ ଫସଲରେ ପ୍ରୟୋଗ
- ଜିଆଖତ
- ଘାସପରିଚାଳନା ,ଆବରଣ ଫସଲ,ସଂରକ୍ଷିତ ଫସଲ
- ଫସଲସୁରକ୍ଷା ନିମନ୍ତେ ଜୀଵମୃତ ,ବିଜାମରୁତା ,ତରଳ ଖାଦ୍ୟ ଓ କୀଟ ନାଶକ ,ଅମୃତପାଣି,ଅଗ୍ନିହୋତ୍ରୀ ଇତ୍ୟାଦି ର ପ୍ରୟୋଗ
- ମିଶ୍ରିତ କୃଷି ,ଅଣୂଫସଲ ଜାଣ୍ଟାଫସଲ ,ପାର୍ଶ୍ୱ ଫସଲ ର ଲଗାତାର ଚାଷ
ସାମଗ୍ରିକ ଭାବେ କହିବାକୁଗଲେ ଉତ୍ତମ ଗୁଣବତ୍ତା ବିଶିଷ୍ଟ ବିହନ.ଉତ୍ତମ ସ୍ୱାସ୍ଥ୍ୟ ସମରକ୍ଷଣ ,ଜୈବିକଖତ ,ଜୀବାଣୁସାର ଆଦି ସମସ୍ତ ଅବଶକୀୟ ଫସଲ ସଂରକ୍ଷଣ ଓ ସୁରକ୍ଷା ବ୍ୟବସ୍ତା ଗୁଡିକ ଉପଯୋଗ କରି ପରିବେଶଗକୁ ସୁରକ୍ଷା ଯୋଗାଇବା ସହିତ ଫସଲ ଓ ଆଶାନୁରୂପ ଜୈବିକ କୃଷି ଉତ୍ପାଦ ପାଇଁ କୃଷକ ସଂଶୟ ନ ରଖି ଚିରନ୍ତର କୃଷି ସଫଳତା ସହ କରିପାରିବେ |