ବିଶ୍ୱ ଜଗତୀକରଣ ଓ ପାଣିପାଗ ର ପରିବର୍ତ୍ତନ କେବଳ ଯେ ଜୀବଜଗତର ଦୈବିଦୁର୍ବିପାକ ଆଣିଛି ତାହା ନୁହେଁ ,ମାନବ ସମାଜ ପାଇଁ ଏବେ ଖାଦ୍ୟପାନୀୟ ଏକ ବଡ ସମସ୍ୟା ହୋଇ ଉଭା ହୋଇଛି |ଦୈନଦିନ ସାଧାରଣ ଲୋକ ବଜାରରେ ମିଳୁଥିବା ଜଙ୍କ ଫୁଡ ଖାଇବା ଦ୍ୱାରା ରୋଗ ବ୍ୟାଧି ର ସମ୍ମୁଖୀନ ହେଉଛନ୍ତି |ସମସ୍ତେ ଉତ୍ତମ ଖାଦ୍ୟ ଖାଇବାପାଇଁ ଚାହୁଁଥିଲେ ମଧ୍ୟ ବାସ୍ତବରେ ତାହା କାର୍ଯ୍ୟରେ ପରିଣତ କରିପାରୁନାହାନ୍ତି |ଏଥିପାଇଁ କେତେକ କ୍ଷେତ୍ର ରେ ମାନସିକତା ଦାୟୀ ରହୁଥିଲାବେଳେ ଆଉ କେତେକ ସମୟରେ ସ୍ୱଳ୍ପତା ଓ ପରପାର୍ଶ୍ୱକ ପରିସ୍ଥିତି ଏଥିପାଇଁ ଦାୟୀ ରହିଛି |ଦିନକୁ ଦିନ ଜଙ୍କ ଫୁଡ ଚାହିଦା ବଢ଼ିଲାବେଳେ ଜୈବିକ ଓ ପ୍ରାକୃତିକ ଉପାୟରେ ଲୋକ କାମ ଖାଦ୍ୟ କହୁଛନ୍ତି |ତେଣୁ ଲୋକ ଏପରି ସ୍ଥିତି ଶିକାର ହେବ ସହ ରୋଗବ୍ୟାଧିର ସମ୍ମୁଖୀନ ମଧ୍ୟ ହେଉଛନ୍ତି |
ଆଗାମୀ ଦିନରେ ଲୋକେ କିଭଳି ଏସବୁ ଖାଦ୍ୟ ପଦାର୍ଥ ପ୍ରତି ସଚେତନ ହେବେ ଏବଂ ଜୈବିକ ଉପାୟରେ ଖାଦ୍ୟ ପଦାର୍ଥ ଉତ୍ପାଦନ କରିବେ ଏବଂ ରାନ୍ଧି ଖାଇବେ ସେହି ଆଭିମୁଖ୍ୟ ନେଇ ସଂଗଠନ "ନିର୍ମାଣ "ପକ୍ଷରୁ ନିକଟରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା |ଓଡିଶା ପରିବେଶ ସମିତିରେ ସଭାପତି ସୁନ୍ଦର ନାରାୟଣ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ଏକ ସୁସ୍ଥ ଶରୀର ପାଇଁ ଜୈବିକ ଖାଦ୍ୟ ଉପାଦେୟତା ସମ୍ପର୍କରେ ଆଲୋଚନା ହୋଇଛି |ସେ କହିଥିଲେ ଯେ ଆଧୁନିକ ସମାଜରେ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତନ ହିଁ ରୋଗବ୍ୟାଧିର କାରଣ |ଏହାକୁ ସମସ୍ତେ ଜାଣି ମଧ୍ୟ ବଜାରର ତେଲ ମସଲା ଓ ରାସାୟନିକ ପଦାର୍ଥ ମିଶ୍ରିତ ଖାଦ୍ୟ ଲାଗି ବେଶ ଆଗ୍ରହ ଦେଖାଉଛୁ |
କାର୍ଯ୍ୟକ୍ରମରେ ଓଇଏସ ସମ୍ପାଦକ ଡଃ ଜୟକୃଷ୍ଣ ପାଣିଗ୍ରାହୀ କହିଥିଲେ ଯେ କେବଳ ସରକାର ଚାହିଁଲେ ଏସବୁର ସମାଧାନ ହୋଇପାରିବ ତାହା ନୁହେଁ ,ଏଥିପାଇଁ ସାଧାରଣ ଲୋକେ ସଚେତନ ହେବ ସହିତ ଦୋକାନୀମାନଙ୍କ ପ୍ରତି ଅଙ୍କୁଶ ଲାଗିବ ଦରକାର |ନିର୍ଦ୍ଧିଷ୍ଟ ବ୍ୟବଧାନରେ ଚଢ଼ଉ ହେବ ସହିତ ଖାଦ୍ୟର ମାନ ଯାଞ୍ଚ କରାଯାଇ ଲୋକଲୋଚନାରେ ପରିଦର୍ଶନ କରାଗଲେ ଲୋକେ ଅଧିକ ସଚେତନ ହୋଇପାରନ୍ତେ |କାର୍ଯ୍ୟକ୍ରମ ରେ ନିର୍ମାଣ କାର୍ଯ୍ୟ ନିର୍ବାହୀ ନିର୍ଦେଶକ ସ୍ୱାଗତ ଭାଷଣ ଦେଇଥିଲାବେଳେ| ଏ.ଆଇ.ପି.ଏଚ ର ଉପାଧକ୍ଷ ଡଃ ଜୋତିର୍ମୟ ମହାପାତ୍ର ବୈଜ୍ଞାନିକ ଦୃଷ୍ଟିକୋଣରୁ ଉତ୍ତମ ଖାଦ୍ୟ ର ଯଥାର୍ଥତା ପ୍ରତିପଦାନ କରିଥିଲେ |