Education

ପାଳ ଛତୁ ଚାଷ-ସବଲମ୍ବି ଚାଷୀ ର ପରିଚୟ

ପାଳ ଛତୁ ଏକ ଖାଦ୍ୟ ଯୋଗ୍ୟ ଫଙ୍ଗସ|ଲମ୍ବା ଡେମ୍ଫ ଓ ଗୋଲୀୟ ଆକୃତି ଥିବା ଏହି ଛତୁ ଟି ସୁପ ,ପକୋଡା ,ଛଡା ଅନ୍ୟାନ୍ୟ ଚାଇନିସ ଓ ଭାରତୀୟ ରୋଷେଇ ରେ ଖୁବ ଲୋକପ୍ରିୟତା ଲାଭ କରିଛି|

04 November, 2018 5:50 PM IST By: KJ Staff

ପାଳ ଛତୁ ଏକ ଖାଦ୍ୟ ଯୋଗ୍ୟ ଫଙ୍ଗସ|ଲମ୍ବା ଡେମ୍ଫ ଓ ଗୋଳିଆ ଆକୃତି  ଥିବା ଏହି ଛତୁ ଟି ସୁପ ,ପକୋଡା ,ଛଡା ଅନ୍ୟାନ୍ୟ ଚାଇନିସ ଓ ଭାରତୀୟ ରୋଷେଇ ରେ ଖୁବ ଲୋକପ୍ରିୟତା ଲାଭ କରିଛି|

 

ଛତୁ ଲାଗି ଆବଶ୍ୟକ ସାମଗ୍ରୀ :

  • ନଡା
  • ପଲିଥିନ
  • ଛତୁ ମଞ୍ଜି
  • ବେସନ
  • ଚୋକଡ

 

 

ଚାଷ ପ୍ରଣାଳୀ :
୧)ନଡା କୁ ୧ କି.ଗ୍ରା ଲେଖା ଓଜନ କରି ବିଡା ବାନ୍ଧନ୍ତୁ |
୨)ବିଡା କୁ ପ୍ରାୟେ ୧୨-୧୮ ଘଣ୍ଟା ପାଣି ରେ ବତୁରାଈ ରଖନ୍ତୁ |ପାଣି ରେ ବାଭିଷ୍ଟିନ ମିଶାଇଲେ ନଡା ବିଶୋଧନ କରାଯାଏ |
୩) ବିଡା କାଢି ତାକୁ ଗରମ ପାଣି ର ୧ ଘଣ୍ଟା ଲାଗି ବାମ୍ଫ ଦିଅନ୍ତୁ |
୪)ପରେ ବିଡା ରୁ ପାଣି ନିଗାଡ଼ି ତାକୁ ପ୍ରସ୍ତୁତ ପ୍ଲାଟଫର୍ମ ସଜାଡନ୍ତୁ | ଇଟା ଉପରେ ବାଉଁଶ ଥୋଇ
ପ୍ଲାଟଫର୍ମ ତିଆରି କରିପାରିବେ |ମନେ ରଖନ୍ତୁ ନଡା ବିଡା ଭୂମି ରେ ଲାଗିବ ଅନୁଚିତ |

୫) ପ୍ରଥମେ ୪ ଟି ବିଡା କୁ ସିଦ୍ଧା ରଖନ୍ତୁ ଓ ତା ଉପରେ ଅନ୍ୟ ୪ ଟି ବିଡା କୁ ଅଭିଳମ୍ବ ଭାବେ ରଖନ୍ତୁ |


୬)ଛତୁ ମଞ୍ଜି ବୋତଲ ଭାଙ୍ଗି ବିଡା ଉପରେ ବୁଣିଦିଅନ୍ତୁ | ପାର୍ଶ୍ୱ ରୁ ପ୍ରାୟେ ୧୫ ସେ.ମି ଛାଡିକି ମଞ୍ଜି ବୁଣାଯାଏ |


୭)ମଞ୍ଜି ଉପରେ ସମାନ ମାତ୍ରା ର ଚୋକଡ ଓ ବେସନ ଗୋଳାଇ ବୁଣିଦିଅନ୍ତୁ |


୮) ଏହି ପରି ଆହୁରି ୨ ଟି ସ୍ତର ପ୍ରସ୍ତୁତ କରନ୍ତୁ | ପରିଶେଷରେ ଆଉ ୪ ଟି ବିଡା ଢାଙ୍କୁଣୀ ଭାବେ ରଖନ୍ତୁ |


୯)ପଲିଥିନ ଦ୍ୱାରା ବିଡା କୁ ସମ୍ପୂର୍ଣ ଭାବେ ଘୋଡାଇ ଦିଅନ୍ତୁ | ଏହାର ତାପମାତ୍ରା ୩୦-୩୫ ଡ଼ିଗ୍ରୀ ସେଲସିଅସ ଓ ଆଦ୍ରତା ଶତକଡା ୮୦-୯୦ ଭାଗ ରହିବ ଆବଶ୍ୟକ |


୧୦)ଛତୁ ସାଗୁ ଦନା ପରି ଆକୃତି ହେଲେ ପଲିଥିନ କାଢିଦିଆନ୍ତୁ |ଏହାର ପ୍ରାୟେ ଏକ ସପ୍ତାହ ପରେ ଛତୁ କଢ ଅବସ୍ଥା କୁ ଆସିଥାଏ |ଏହି ଅବସ୍ଥା ରେ ଏହାର ବଜାର ଚାହିଦା ଅଧିକ ଥାଏ |


୧୧) ନଡାରେ ପାଣିକମି ଯାଉଥିଲେ ଆବଶ୍ୟକ ଅନୁସାରେ ରୋଜ କ୍ୟାନ ଦ୍ୱାରା ପାଣି ସ୍ପ୍ରେ କରନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)