Education

କିପରି କରିବେ ଧାନ ଚାଷ ?

କିପରି କରିବେ ଧାନ ଚାଷ ?

19 February, 2019 11:15 AM IST By: KJ Staff

୨୦୧୯ ମସିହା ଫେବୃଆରୀ ମାସ ଦ୍ଵିତୀୟ ପକ୍ଷ ପାଇଁ କାର୍ଯ୍ୟପନ୍ଥା !! ?

ମୁଖ୍ୟ ଜମିରେ ତଳି ରୁଆ ସରିଯାଇଥିଲେ ..


-ରୁଆ ଧାନ ମିଶ୍ରିତ ବାଳୁଙ୍ଗା ଦମନ ପାଇଁ ବେନସଲଫ୍ୟୁରାଣ ମିଥାଇଲ ସହ ପ୍ରେଟିଲାକ୍ଲୋର ପ୍ରତି ଏକର ପିଚା ୪ କି.ଗ୍ରା ହିସାବରେ ରୋଇବାର ୮-୧୦ ଦିନ ପରେ ପ୍ରୟୋଗ କରନ୍ତୁ |ଏହା ଦାନାଦାର ହୋଇଥିବାରୁ ପ୍ରତି ଏକର ପିଛା ୪ କି.ଗ୍ରା ବାଲି ସହିତ ମିଶାଇ ବିଲରେ ସମାନ ପ୍ରୟୋଗ କରନ୍ତୁ |

-କାଣ୍ଡ ବିନ୍ଦା ପୋକ ର ନିରୀକ୍ଷଣ ପାଇଁ ରୁଆ ଧାନରେ ଏକର ପିଛା ୩ ଟି ହିସାବରେ ଯୌନ ସମ୍ବେଦନଶୀଳ ଯନ୍ତା ରଖନ୍ତୁ |ଯେତେବେଳେ ପୁରୁଷ ପ୍ରଜାପତି ର ସଂଖ୍ୟା ଗୋଟିଏ ଦିନରେ ଯନ୍ତା ପ୍ରତି ୪ ରୁ ୫ ଟି ହୋଇଯିବେ ,ତେବେ ଏକର ପିଛା ଟ୍ରାଇକୋଗ୍ରାମା ଜାପୋନିକମ ୨୦,୦୦୦ ଅଣ୍ଡା ସପ୍ତାହ ଅନ୍ତରରେ ୩ ଥର ପ୍ରୟୋଗ କରନ୍ତୁ କିମ୍ବା ଏକର ପିଚା ନିମ୍ଵ ମଞ୍ଜି ରୁ ତିଆରି ଔଷଧ ଯଥା ଆଜାଡିରାକ୍ଟିନ ୦.୧୫ % ୬୦୦ ରୁ ୮୦୦ ମି.ଲି ଔଷଧ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ଏକର ପିଛା କ୍ଲୋରାନଟ୍ରାନିଲିପ୍ରୋଲ ୪% ଜି.ଆର. ୪ କି.ଗ୍ରା କୁ ୪ କି.ଗ୍ରା ବାଲି ରେ ମିଶାଇ ପ୍ରୟୋଗ କରନ୍ତୁ |

ତଳି ରୋଇବାର ୧୫ ରୁ ୩୦ ଦିନ ହୋଇଯାଇଥିଲେ --

-ସକ୍ରିୟ ପିଲା ଅବସ୍ଥା ,ଅର୍ଥାତ ତଳି ରୁଆର ୩ ସପ୍ତାହ ପରେ ଏକର ପ୍ରତି ୪୪ କି.ଗ୍ରା ୟୁରିଆ ପ୍ରଥମ ମୂଳ ସାର ଭାବେ ପ୍ରୟୋଗ କରନ୍ତୁ |


-ଯେଉଁ ବିଲରେ କୌଣସି ଘାସାମର ଔଷଧ ପ୍ରୟୋଗ କରାଯାଇନଥିଲା ,ସେଠାରେ ମିଶ୍ରିତ ବାଳୁଙ୍ଗା ଦମନ ପାଇଁ ପ୍ରତି ଏକର ପିଛା ନୋମିନି ଗୋଡ଼ କିମ୍ବା ନରକିସ ୧୨୦ ମି.ଲି ପ୍ରୟୋଗ କରନ୍ତୁ କିମ୍ବା ରାଇସ ଷ୍ଟାର ୨୬୦ ଗ୍ରାମ ସହ ସନରାଇସ ୫୦ ଗ୍ରାମ ,ସ୍ପ୍ରେୟର ମିଶ୍ରିତ ଦ୍ରବଣ କୁ ୧୪୦ ଲିଟର ପାଣିରେ ମିଶାଇ ଧାନ ରୋଇବାର ୧୫ ରୁ ୨୦ ଦିନ ମଧ୍ୟରେ ନାପସାକ ସ୍ପ୍ରେୟର ସାହାଯ୍ୟ ରେ ସିଞ୍ଚନ କରନ୍ତୁ |

-ଯଦି ମେଘୁଆ ପାଗ ସହ ଝିପି ଝିପି ବର୍ଷ ଲାଗି ରୁହେ ତେବେ ମହିଷା ରୋଗ ହେବାର ସମ୍ଭାବନା ଅଧିକ ଥାଏ |ଯଦି ଏପରି ରୋଗ ର ଲକ୍ଷଣ ଦେଖାଯାଏ ତେବେ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ ସହିତ ଟେବୁକୋନାଜୋଲ ୦.୬ ଗ୍ରାମ ଏକର ପିଛା ପ୍ରତି ଲିଟର ପାଣି ରେ ମିଶାଇ ସ୍ପ୍ରେ କରନ୍ତୁ |


--କାଣ୍ଡ ବିନ୍ଦା ପୋକ ର ନିରୀକ୍ଷଣ ପାଇଁ ଯେତେବେଳେ ପୁରୁଷ ପ୍ରଜାପତି ର ସଂଖ୍ୟା ଗୋଟିଏ ଦିନରେ ଯନ୍ତା ପ୍ରତି ୪ ରୁ ୫ ଟି ହୋଇଯିବେ ଏକର ପିଛା ନିମ୍ଵ ମଞ୍ଜି ରୁ ତିଆରି ଔଷଧ ଯଥା ଆଜାଡିରାକ୍ଟିନ ୦.୧୫ % ୬୦୦ ରୁ ୮୦୦ ମି.ଲି ଔଷଧ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ଏକର ପିଛା କ୍ଲୋରାନଟ୍ରାନିଲିପ୍ରୋଲ ୪% ଜି.ଆର. ୪ କି.ଗ୍ରା କୁ ୪ କି.ଗ୍ରା ବାଲି ରେ ମିଶାଇ ପ୍ରୟୋଗ କରନ୍ତୁ |


ସୂଚନା :ଭା.କୃ.ଅନୁ.ପ -ଜାତୀୟ ଧାନ ଗବେଷଣା ଅନୁଷ୍ଠାନ  

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)