ରୋଗ ,ପୋକ ଆକ୍ରମଣ ଇତ୍ୟାଦି ଠାରୁ ମଧ୍ୟ ସବୁଠାରୁ ଭୟଙ୍କର ହେଉଛି ଅତ୍ୟଧିକ ଅନାବନା ଘାସ ଉଠିବା |ଏହି ପରିସ୍ଥିତି ରେ ହାରାହାରି ୩୩ % ଅମଳ ହ୍ରାସ ପାଇଥାଏ |ଏହା ବ୍ୟତୀତ ଅତ୍ୟଧିକ ଘାସ ଦ୍ୱାରା ଭୁତାଣୁ ଜନିତ ରୋଗ ହେବା ସୁନିଶ୍ଚିତ |ଘାସ ମୁଖ୍ୟ ଫସଲ ସହ ପ୍ରତିଯୋଗିତା ରେ ଅଧିକ ବଳପୂର୍ବକ ସାବ୍ୟସ୍ତ ହୁଏ ତେଣୁ ଫସଲ ଲାଗି ଉପଯୋଗୀ ସମସ୍ତ ଖାଦ୍ୟ ପଦାର୍ଥ ର ଉପଯୋଗ କରି ନିଜେ ବଡ ହୁଏ ଏବଂ ମୁଖ୍ୟ ଫସଲ ର ଅମଳ ହ୍ରାସ ପାଇଥାଏ |ତେବେ ଘାସ ସମସ୍ୟା ରୁ ରକ୍ଷା ପାଇବା ଲାଗି ବାରମ୍ବାର ରାସାୟନିକ ପଦାର୍ଥ ର ବ୍ୟବହାର ପରିବେଶ ଏବଂ ଫସଲ ପ୍ରତି କ୍ଷେତିକାରକ ସାବ୍ୟସ୍ତ ହୋଇପାରେ ,ତେଣୁ ଜୈବିକ ଉପାୟ ରେ ଘାସ ନିୟନ୍ତ୍ରଣ କରିବା ଅତିଆବଶ୍ୟକ |
ଧାନ ରେ ବାଥୁଆ ,ମୂଥା ,ଅଣସୋରିଷ ,ବାଡ଼ି ଅଁଳା ,କାଉ ଗୋଡିଆ ,ହାତୀ ଶୁଣ୍ଢିଆ,ଖଡା ପରି ଅନେକ ପ୍ରକାର ଅନାବନା ଘାସ ଦେଖିବାକୁ ପାଇବେ |ତେଣୁ ଧାନ ରୋଇବାର ୨୦ ରୁ ୨୫ ଦିନ ପରେ ଥରେ ଏବଂ ୪୦ ରୁ ୪୫ ଦିନ ପରେ ହାଥରେ ଘାସ ବାଛି ଦିଅନ୍ତୁ |ବୁଣା ଧାନରେ ୨ ରୁ ୩ ଥର ଧାନ ବୁଣିବାର ୪୦ ରୁ ୪୫ ଦିନ ପରେ ହାଥ ରେ ଘାସ ବାଛିଦିଅନ୍ତୁ |
ଘାସ ବାଛିବାକୁ ହେଲେ କୋନୋ ୱେଡ଼ର ର ସାହାଯ୍ୟ ମଧ୍ୟ ନେଇ ପାରିବେ |
ବିଶେଷ କରି ଧାନ କୁ ୨୦ ରୁ ୩୦ ଦିନ ଯାଏ ଘାସ ଦାଉ ରୁ ଦୁରାଇ ରଖନ୍ତୁ ;ଏହା ପରେ ଏମାନେ ସ୍ୱୟଂ ଘାସ ସହ ମୁକାବଳୀ କରିବାକୁ ସକ୍ଷମ ହୋଇଥାନ୍ତି |
ଜୈବିକ ଉପାୟ ରେ ଘାସ ର ନିୟନ୍ତ୍ରଣ:
୧)ସମ୍ପୂର୍ଣ ସଢା ଗୋବର ଖତ ର ବ୍ୟବହାର କରନ୍ତୁ |
୨)ଘାସ ବାଛିବାରେ ବ୍ୟବହାର ହୋଇଥିବା ଯନ୍ତ୍ର କୁ ଅନ୍ୟ କୌଣସି ଫସଲରେ ବ୍ୟବହାର କରିବା ପୂର୍ବରୁ ଭଲ ଭାବେ ଧୋଇ ସଫା କରନ୍ତୁ |ଘାସ ର ମଞ୍ଜି ରହିଗଲେ ଏହା ପୁନଃ ବ୍ୟାପିବା ଆରମ୍ଭ କରିବା |
୩)ନର୍ସରୀ ରୁ ଚାରା ଗଛ ଆଣିଲା ବେଳେ ଭଲ ଭାବେ ଯାଞ୍ଚ କରି ଅଣାନ୍ତୁ | ବହୁ ଘାସ ଗଛର ଚାରା ଧାନ ଚାରା ସଦୃଶ ଦେଖାଯାଏ |
୪)ଖରା ଦିନେ ମାଟି କୁ ଭଲଭାବେ ହଳ କରନ୍ତୁ |୨ରୁ୩ ଥର ହଳ କରିବାଦ୍ୱାରା ମାଟି ଉପର ତଳ ହୋଇ ଭଲଭାବେ ମିଶି ଯାଏ |ଅଧିକ ଗଭୀର ରେ ଥିବା ଘାସ ମଞ୍ଜି ଖରା ପଡି ନଷ୍ଟ ହୋଇଯାଏ |
୫)ବାରମ୍ବାର ଜଳସେଚନ କଲେ ମଧ୍ୟ ଘାସର ପ୍ରକୋପ କମ ରହିଥାଏ |ଜମି ରେ ପାଣି ରହିବାରୁ ଘାସ ମଞ୍ଜି ଅକ୍ସିଜେନ ଅଭାବ ରୂ ମରି ଯାଆନ୍ତି |
୬)କୋନୋ ୱେଡ଼ର:ପ୍ରତି ୧୦ ଦିନ କୁ ଥରେ ୧ରୁ୨ ସେ.ମି ର ପାଣି ଜମିରେ ଥିଲା ବେଳେ କୋନୋ ୱେଡ଼ର ଦ୍ୱାରାଘାସ ବାଛି ଦିଅନ୍ତୁ |ଏହା ହାଥ ରେ ଘାସବାଛିବା ଠାରୁ ଅଧିକ ସହଜ
୭)ମଲଚ :ନଡା ,କୁଟା ,କରତ ଗୁଣ୍ଡ , ଇତ୍ୟାଦି ଦେଇ ମାଟି ଘୋଡାଇ ଦିଅନ୍ତୁ |ଏହା ଦ୍ୱାରା ଭୂତଳ ର ଜଳ ଧୀରେ ଧୀରେ ବଢ଼ିବାରେ ଲାଗିବ ,ଅଧିକ ଜଳ ଆବଶ୍ୟକତା ରହିବ ନାହିଁ ଏବଂ ଘାସ ର ପରିମାଣ ମଧ୍ୟ କମିଯିବ |