Education

ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି

ନିକଟରେ ଓଡିଶା ସରକାର ରାଜ୍ୟରେ ଖାଲି ପଡିଥିବା ଅନେକ ସରକାରୀ ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଥିଲେ l ଶିକ୍ଷା , ସ୍ୱାସ୍ଥ୍ୟ ଏହିପରି ଅନେକ ବଡ ବଡ ଖାଲି ପଡିଥିବା ପଦବୀ ନିକଟରେ ରାଜ୍ୟ ସରକାର ପୁରାଣ କରିଛନ୍ତି l

21 April, 2023 7:00 PM IST By: Tanushree Mahapatra

ନିକଟରେ ଓଡିଶା ସରକାର ରାଜ୍ୟରେ ଖାଲି ପଡିଥିବା ଅନେକ ସରକାରୀ ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଥିଲେ l ଶିକ୍ଷା , ସ୍ୱାସ୍ଥ୍ୟ ଏହିପରି ଅନେକ ବଡ ବଡ ଖାଲି ପଡିଥିବା ପଦବୀ ନିକଟରେ ରାଜ୍ୟ ସରକାର ପୁରାଣ କରିଛନ୍ତି l ସେହିପରି ଏବେ ଓଡିଶା ଲୋକ ସେବା ଆୟୋଗ ତରଫରୁ ନିଯୁକ୍ତି  ବିଜ୍ଞପ୍ତି ପ୍ରକାଶ କରିଛନ୍ତି l

ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଅନେକ ପ୍ରକାର ନିଯୁକ୍ତି ବାହାରୁଥିବା ବେଳେ ଦନ୍ତ ଚିକିତ୍ସକଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଗତକାଲି  । ପିଏସସି ୧୯୭ ଜଣ ଦନ୍ତ ଚିକିତ୍ସକ କ୍ଲାସ୍-୧ ଜୁନିୟର ବ୍ରାଞ୍ଚ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରଯାଇଛି । ତେବେ ପ୍ରକାଶ ପାଇଥିବା ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ତେବେ ଏଥିପାଇଁ ଏକ ନିର୍ଦିଷ୍ଟ ସମୟ ପ୍ରକାଶ କରାଯାଇଛି ଯେଉଁଦିନ ପର୍ଯ୍ୟନ୍ତ ପ୍ରାର୍ଥୀ ଆବେଦନ କରିପାରିବେ l ଏଥିପାଇଁ ଆବେଦନର ପରିଧି ହେଉଛି ଏପ୍ରିଲ୍ ୨୮ ତାରିଖରୁ ମେ ମାସ ୨୯ ତାରିଖ ପର୍ଯ୍ୟନ୍ତ ।

ଏଥିରେ ଏମାନଙ୍କୁ ଓଡ଼ିଶା ମେଡିକାଲ ସର୍ଭିସ କ୍ୟାଡରରେ ନିଯୁକ୍ତି ଦିଆଯିବ ।  ବିଜ୍ଞପ୍ତି ଅନୁଯାୟୀ, ୧୯୭ ପଦବୀରୁ ୬୫ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି , ଅଣସଂରକ୍ଷିତ ବର୍ଗ ପାଇଁ ୭୩ଟି , ଏସଇବିସି ପାଇଁ ୧୬ଟି , ଅନୁସୂଚୀତ ଜାତି ପାଇଁ ୨୪ଟି , ଅନୁସୂଚିତ ଜନଜାତି ପାଇଁ ୮୬ଟି ପଦବୀ ସଂରକ୍ଷିତ ରହିଛି । ତେବେ ଏଥିପାଇଁ ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ କମ୍ ହେବା ଉଚିତ୍ ନୁହେଁ ଏବଂ ଜାନୁୟାରୀ ୧, ୨୦୨୩ ସୁଦ୍ଧା ୩୮ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ତଥାପି ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଏଥିରେ ଆରାମ ମିଳିବ ।

ତେବେ ଏଥିପାଇଁ ପ୍ରାର୍ଥୀ ନିଶ୍ଚିତ ଭାବରେ ଡେଣ୍ଟାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ମେଡିକାଲ୍ କଲେଜ କିମ୍ବା ମେଡିକାଲ୍ ଇନଷ୍ଟିଚ୍ୟୁସନ୍ ଠାରୁ ବିଡିଏ କିମ୍ବା ସମାନ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଦନ୍ତ ଚିକିତ୍ସା ଅଧିନିୟମ -୧୯୮୮” ଅଧୀନରେ ଆବେଦନକାରୀଙ୍କର ଏକ ବୈଧ ପଞ୍ଜିକରଣ ପ୍ରମାଣପତ୍ର ମଧ୍ୟ ରହିବା ଉଚିତ୍ l ତେବେ ଏଥିପାଇଁ ସର୍ତ୍ତ ରହିଛି ଯେ ଯଦି ଓଡ଼ିଶା ରାଜ୍ୟ ବାହାରେ ଜଣେ ପ୍ରାର୍ଥୀ ଦନ୍ତ ଅଧିନିୟମ, ୧୯୪୮ ର ଧାରା ୩୪ ର ଧାରା ଅନୁଯାୟୀ ଓଡ଼ିଶା ଦନ୍ତ ପରିଷଦ ଅଧୀନରେ ତାଙ୍କ ନାମ ପଞ୍ଜିକୃତ କରିନାହାଁନ୍ତି, ତେବେ ସେମାନେ ନିଯୁକ୍ତି ଆଦେଶ ଦେବା ପୂର୍ବରୁ ସେ ନିଜକୁ ଏଥିରେ ପଞ୍ଜୀକୃତ କରିବେ l

ବିଦେଶୀ ଦେଶର ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ କ୍ଷେତ୍ରରେ ଡେଣ୍ଟାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଆବଶ୍ୟକ ରୂପାନ୍ତର ପ୍ରମାଣପତ୍ର ରହିବା ଆବଶ୍ୟକ । ସବୁଠାରୁ ବଡ ସୂଚନା ହେଲା ଏହି ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଥିବା ପାର୍ଥୀ ମାନେ ବିନା ଫି ରେ ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି । ଡେଣ୍ଟାଲ ସର୍ଜନ ପଦ ପାଇଁ ଲିଖିତ ପରୀକ୍ଷା କେବଳ କଟକ ଠାରେ ହିଁ ଅନୁଷ୍ଠିତ ହେବ । ଆବେଦନ ପରେ ପରୀକ୍ଷା ପ୍ରୋଗ୍ରାମକୁ ଭଲ ଭାବରେ ସୂଚିତ କରାଯିବ ।

BUAT ରେ ବାହାରିଲା ଅନେକ ପଦବୀ, ଆପଣଙ୍କ ଯୋଗ୍ୟତା ଅନୁସାରେ କରନ୍ତୁ ଆବେଦନ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)