Education

ବଢ଼ାନ୍ତୁ ସ୍ମୃତି ଶକ୍ତି !

ବଢ଼ାନ୍ତୁ ସ୍ମୃତି ଶକ୍ତି !

10 September, 2019 3:34 PM IST By: KJ Staff

ବର୍ତମାନ ସମୟର ଚଳଚଞ୍ଚଳ ଜୀବନଶୈଳୀ ମଧ୍ୟରେ ସ୍ମୃତି ଶକ୍ତି ହ୍ରାସ ପାଇବା ଏକ ବିଶେଷ ସମସ୍ୟା ରେ ପରିଣତ ହୋଇଛି |କାମ ର ଚାପ ହେତୁ ବହୁତ ଥର ଲୋକେ ନିଜ ଘର ଲାଗି ସଉଦା ଆଣିବାକୁ ଭୁଲିଯାଉଛନ୍ତି |ଏପରି ପରିସ୍ତିଥି ରେ କେତୋଟି ସାଧାରଣ ଉପାୟ ଦ୍ୱାରା ଆପଣ ନିଜର ସ୍ମୃତି ଶକ୍ତି ବୃଦ୍ଧି କରିପାରିବେ ବୋଲି ଗବେଷଣା ରୁ ପ୍ରକାଶ ପାଇଛି |

କିପରି ବୃଦ୍ଧି ହେବା ସ୍ମୃତି ଶକ୍ତି

-ମାସକୁ ଥରୁଟିଏ ନିଜ କେଶରେ ମେହେନ୍ଦି ଲଗାନ୍ତୁ |ବିଶେଷଜ୍ଞନ ଙ୍କ ମତରେ ମେହେନ୍ଦି ରେ ଥିବା ତତ୍ୱ ମସ୍ତିସ୍କ ର କୋଷିକା କୁ ସକ୍ରିୟ କରିଥାଏ |ହାତକୁ ସୁନ୍ଦର ରୂପ ଦେଉଥିବା ମେହେନ୍ଦି ସ୍ମୃତି ଶକ୍ତି ଲାଗି ମଧ୍ୟ ବେଶ ଉପକାରୀ ବୋଲି ଆୟୁର୍ବେଦ ରେ ବ୍ୟାଖ୍ୟା କରାଯାଇଛି |ତେଣୁ ନିୟମିତ ମେହେନ୍ଦି ର ବ୍ୟବହାର କରନ୍ତୁ |

-କିଛି ବର୍ଷ ପୂର୍ବେ ଲୋକେ ପାହାନ୍ତା ରୁ ଉଠିବାର ଅଭ୍ୟାସ ରଖିଥିଲେ ଯାହା ପ୍ରକୃତରେ ମସ୍ତିସ୍କ ଉପରେ ବେଶ ଭଲ ପ୍ରଭାବ ପକାଉଥିଲା |ତେବେ ଅତ୍ୟଧିକ କାମ ଚାପ ରୁ ଅର୍ଧ ରାତି ରେ ଶୋଇ ସକାଳୁ ବିଳମ୍ବ ରେ ଉଠିବାର ଫ୍ୟାସନ ହେଇଗଲାଣି |ନିୟମିତ ସକାଳୁ ଶୀଘ୍ର ଉଠି ଛାତ ଉପରେ ଚାଲନ୍ତୁ ,ସୂର୍ଯ୍ୟଉଦୟ ଦେଖିବାକୁ ଅଭ୍ୟାସ କରନ୍ତୁ |ସ୍ମୃତିଶକ୍ତି ବୃଦ୍ଧି ହେବା ସହ ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ |

-ଭାରତୀୟ ଙ୍କର ମୁଖ୍ୟ ପାନ୍ୟ ହେଉଛି ଚା ବା କଫି |ଅଧିକାଂଶ ଲୋକେ ସକାଳୁ ନିଦ୍ରା ଭଙ୍ଗ ହେବା ମାତ୍ରେ ଚା ବା କଫି କୁ ଲୋଡିଥାନ୍ତି |ତେବେ ୪-୫ ଥର ଚା ବା କଫି ପୀଇବା ବଦଳରେ ବିଶେଷଜ୍ଞନ ଙ୍କ ମତରେ ଯଦି ଗ୍ରୀନ ଟି ପି ପିଇବାର ଅଭ୍ୟାସ କରାଯାଏ ତେବେ ତାହା ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ |

 

-ବର୍ତମାନ ଜୀବନଶୈଳୀ ରେ ଏକ ବିଶେଷ ଭୂମିକା ଗ୍ରହଣ କରିଛି ଫାଷ୍ଟ ଫୁଡ |ବିଭିନ୍ନ ପ୍ରକାର ରୋଗ ର କାରଣ ଏହି ଫାଷ୍ଟ ଫୁଡ ଆପଣଙ୍କ ସ୍ମୃତି ଶକ୍ତି ହ୍ରାସ କରିବାରେ ମୁଖ୍ୟ ଭାବେ ଅଂଶ ଗ୍ରହଣ କରିଥାଏ |ଓଜନ ବୃଦ୍ଧି ହେବା ସହ କଲେଷ୍ଟେରୋଲ ଜନିତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ |ଫାଷ୍ଟ ଫୁଡ ବଦଳରେ ନିୟମିତ ଭାବେ ଫଳ ଖାଆନ୍ତୁ ,ଦିନକୁ ଅତି କମରେ ୨ ଲିଟର ପାଣି ପିଅନ୍ତୁ ,ଏହା ଶରୀର ସୁସ୍ଥ ରଖିବା ସହ ମସ୍ତିସ୍କ ର କୋଷିକା କୁ ସୁସ୍ଥ ରଖିଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)