Education

ଜିଆ ଖତ : ଆଧୁନିକ ଚାଷ ର ଏକ ଅନୁରୂପ ଉପକରଣ

ଫସଲ ର ଅବଶିଷ୍ଟ ବର୍ଜ୍ୟ ,ଗୋରୁ ଗୁହାଳ ର ଆବର୍ଜନା ,ରୋଷେଇ sala ର paca ପନିପରିବା ଇତ୍ୟାଦି ଜୈବିକ ପଦାର୍ଥ କୁ ଜିଆ ବ୍ୟବହାର କରି ଯେଉଁ ଖତ ପ୍ରସ୍ତୁତ କରେ ତାହାକୁ ଜିଆ ଖତ କୁହାଯାଏ |

04 November, 2018 5:53 PM IST By: KJ Staff

ଫସଲ ର ଅବଶିଷ୍ଟ ବର୍ଜ୍ୟ ,ଗୋରୁ ଗୁହାଳ ର ଆବର୍ଜନା ,ରୋଷେଇଶାଳ ର ପଚା ପନିପରିବା ଇତ୍ୟାଦି ଜୈବିକ ପଦାର୍ଥ କୁ ଜିଆ ବ୍ୟବହାର କରି ଯେଉଁ ଖତ ପ୍ରସ୍ତୁତ କରେ ତାହାକୁ ଜିଆ ଖତ କୁହାଯାଏ |


ଏହାର ଉପକାରିତା :

  • ଏହାର ଗୁଣାତ୍ମକ ମାନ ଅନ୍ୟାନ୍ୟ ଖତ ଠାରୁ ଅଧିକ |
  • ସାଧାରଣ ଖତ ୭ ମାସ ଲାଗୁଥିବ ବେଳେ ଜିଆ ଖତ ୪ ମାସରେ ପ୍ରସ୍ତୁତ ହୋଇଥାଏ |
  • ଦୁର୍ଗନ୍ଧ ବିହୀନ ଓ ମନ୍ତରକା,ଜୀବନିକା ଯୁକ୍ତ ହୋଇ ଗଛ ର ଅବିବୃଦ୍ଧି ସାହାଯ୍ୟ କରିଥାଏ |
  • ଏହାର ବ୍ୟବହାର ରେ ମାଟି ର ଉର୍ବରତା ସାଙ୍ଗରେ ମାଟିର ଜଳଧାରଣ ଶକ୍ତି ବୃଦ୍ଧି ପାଇଥାଏ |

କୁଣ୍ଡ ପଦ୍ଧତ୍ତି ଦ୍ୱାରା ଏହାର ପ୍ରସ୍ତୁତି :
୨ ମିଟର ଲମ୍ବା ,୧ ମିଟର ଓସାର ଓ ୧ ମିଟର ଉଚ୍ଚର ବିଶିଷ୍ଟ ଏକ କୁଣ୍ଡ ତିଆରି କରି ଭିତର ଚଟାଣ ର ଗୋଟିଏ ପଟକୁ ଢ଼ାଳୁ ରଖି ଗୋଟିଏ କଣା କରନ୍ତୁ |କୁଣ୍ଡ ଭିତରେ ପ୍ରଥମେ ୨-୩ ଇଞ୍ଚ ଆକାରର ଛୋଟ ଇଟା ଖଣ୍ଡ କୁ ପକାଇ ତା ଉପରେ ୧ ଇଞ୍ଚ ର ନଈ ବାଲି ପକାନ୍ତୁ |ଏହା ଉପରେ ୨-୩ ଇଞ୍ଚ ବହଳ ରେ ଗୋବର ଖତ କୁ ପକାନ୍ତୁ | ଏହି ଜିଆ ଶଯ୍ୟା ରେ ଏକ ବର୍ଗ ମିଟର ପିଚା ୧୦୦୦ ଟି ସଂଖ୍ୟାରେ ଜିଆ ହିସାବରେ ଛଡା ଯାଏ |ଏହା ପରେ ୩-୪ ସପ୍ତାହର ଆଂଶିକ ସଢା ସଂଗୃହିତ ଜୈବିକ ପଦାର୍ଥ ପକାଯାଏ |ତା ଉପରେ ଗୋବର ପାଣି ଛିଞ୍ଚି ଗୋବର ପକାଯାଏ |ଏହାପରେ ପୁନର୍ବାର ଆଂଶିକ ସଢା ଫସଲର ବର୍ଜ୍ୟ ପକାଯାଏ |ଏହାପରେ ଗୋବର ପାଣି ଛିଞ୍ଚି ଗୋବର ସହିତ ଗାତ ଟିକୁ ସ୍ତର ସ୍ତର କରି ପୁର୍ଣ କରାଯାଏ |

ଏହା ପରେ ଜିଆ ମାନଙ୍କୁ ଛାଡି ଦିଅନ୍ତୁ ଓ ୨ ପରସ୍ତର ଅଖା ବସ୍ତା କୁ ସାମାନ୍ୟ ଓଦା କରି ଏହା ଉପରେ ଘୋଡାଇ ଦିଅନ୍ତୁ| ମଝିରେ ମଝିରେ ପାଣି ଛିଞ୍ଚନ୍ତୁ |
୨ ମାସ ପରେ ଖତ ପ୍ରସ୍ତୁତ ହୋଇ ଚା ପତି ପରି ଦିଶେ|
ଅମଳ ର ୩-୪ ଦିନ ପୂର୍ବରୁ ପାଣି ଛିଞ୍ଚିବା କମ କରିଦେଲେ ଜିଆ ମାନେ ତଳକୁ ପଳେଇଯାନ୍ତି |ଖତ କୁ ବାହାର କରି ଜାଲି ରେ ଛାଣି ଜମି ରେ ପ୍ରୟୋଗ କରନ୍ତୁ |ଏହା ପରେ ଜିଆ ମାନଙ୍କୁ ପୁନର୍ବାର ଜିଆ ଖତ ଲାଗି ପ୍ରସ୍ତୁତ କରନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)