Education

ଆଜି ବିଶ୍ୱଜଙ୍ଗଲ ଦିବସ !

ଆଜି ବିଶ୍ୱଜଙ୍ଗଲ ଦିବସ !

21 March, 2019 4:44 PM IST By: KJ Staff
ଜଙ୍ଗଲ ପୃଥିବୀ ରେ ପ୍ରାକୃତିକ ସମ୍ପଦ ଯାହା ପୃଥିବୀ କୁ ଜୀବନ ଧାରଣ କରିବାର କ୍ଷମତା ଦେଇଥାଏ |ବିଭିନ୍ନ ପଶୁ ପକ୍ଷୀ ଙ୍କର ବାସଭବନ ହୋଇଥିବା ବେଳେ ,ମନୁଷ୍ୟ ଉପଯୋଗୀ ବିଭିନ୍ନ ସାମଗ୍ରୀ ଯଥା ଜାଳେଣି ,ଝୁଣା ,କାଠ ,ଚାଙ୍ଗୁଡ଼ି ଇତ୍ୟାଦି ମଧ୍ୟ ଜଙ୍ଗଲ ରୁ ମିଳିଥାଏ |ଏହା ବ୍ୟତୀତ ବାୟୁମଣ୍ଡଳ ରେ ବିଭିନ୍ନ ଗ୍ୟାସ ର ପରିମାଣ ସନ୍ତୁଳନ ରେ ମଧ୍ୟ ଜଙ୍ଗଲ ବହୁ ପ୍ରଭାବ ପକାଇଥାଏ |ଜଙ୍ଗଲ କୁ ପ୍ରକୃତି ର ଆଶୀର୍ବାଦ କହିଲେ ଭୁଲ ହେବ ନାହିଁ |ତେବେ ଏହି ଜଙ୍ଗଲ ର ସଂରକ୍ଷଣ ଓ ବୃଦ୍ଧି ନିମନ୍ତେ ଆଜି ର ଦିନ !ବିଶ୍ୱ ଜଙ୍ଗଲ ଦିବସ | ଜଙ୍ଗଲ ରେ ନିଆଁ ଲାଗିବ ଘଟଣା ପରିବେଶ ଓ ଜଙ୍ଗଲ ବିଭାଗ ପାଇଁ ଚିନ୍ତା ର ବିଷୟ ପାଲଟିଛି |ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଜଙ୍ଗଲରେ ନିଆଁକୁ ଆୟତ କରିବା ଓ ଲିଭାଇବା ପାଇଁ ବିଭିନ୍ନ ନୂତନ ଉପକରଣ ଫରେଷ୍ଟ ଗାର୍ଡ ମାନଙ୍କୁ ଦିଆଯାଇଛି | ସେ କହିଛନ୍ତି ଯେ ବହୁ ଚେଷ୍ଟା ପରେ ଓଡ଼ିଶାରେ ୨୦୧୫-୧୭ ମଧ୍ୟରେ ୭୭୫ ବର୍ଗ କିଲୋମିଟର ଜଙ୍ଗଲ ଅଞ୍ଚଳର ବଢିଛି |ଭାରତ ରେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ପ୍ରତିବର୍ଷ ସବୁଜ ଶକ୍ତି ନିୟମିତ ବହୁଛି ଏବଂ ୨୦୦୦ ମସିହା ରୁ ଏବେ ପର୍ଯ୍ୟନ୍ତ ୪୦୦୦ ବର୍ଗ କିଲୋମିଟର ସବୁଜ ଶକ୍ତି ର ଅଭିବୃଦ୍ଧି ହୋଇଛି | ଉଜୁଡା ଜଙ୍ଗଲ ର ପୁନରୁଦ୍ଧାର ପାଇଁ ଆମେ ଜଙ୍ଗଲ ଯୋଜନା ,ଗ୍ରୀନ ମହାନଦୀ ମିଶନ ,କାମ୍ପା ପରି ଯୋଜନା ର ଆରମ୍ଭ କରିଛୁ |ସେହିପରି ପରିବେଶବିତ ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ନୂଆଗଛ ଲଗାଇବା ବଦଳରେ ଜଙ୍ଗଲରେ ଥିବା ପ୍ରାକୃତିକ ଗଛ ର ସୁରକ୍ଷା ଏବଂ ସଂରକ୍ଷଣ ଲାଗି ପଦକ୍ଷେପ ନେବା ଉଚିତ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)