ସିଆରଆଇ ପମ୍ପସ ସ୍ଥାୟୀତା ଏବଂ ଅକ୍ଷୟ ଶକ୍ତି ସମାଧାନ ପାଇଁ ଏହାର ପ୍ରତିବଦ୍ଧତାରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଗର୍ବିତ । ମାଗେଲ ଟାୟାଲା ସୌର କୃଷି ପମ୍ପ (MTSKP) ଅଧୀନରେ, ମହାରାଷ୍ଟ୍ର ଷ୍ଟେଟ୍ ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ୍ (MSEDCL), ମୁମ୍ବାଇ, ମହାରାଷ୍ଟ୍ର ଦ୍ୱାରା ଆନୁଷ୍ଠାନିକ ଭାବେ ୭୫୪ କୋଟି ମୂଲ୍ୟର ୨୫,୦୦୦ ସୋଲାର ପମ୍ପିଂ ସିଷ୍ଟମ୍ ଯୋଗାଣ ପାଇଁ ତାଲିକାଭୁକ୍ତ କରାଯାଇଛି । ଯାହା କମ୍ପାନୀ ପାଇଁ ଏକ ଖୁସିର ବିଷୟ l
ଏହି ତାଲିକାଭୁକ୍ତକରଣ ସହିତ,ସିଆରଆଇ ପମ୍ପସ ଅକ୍ଷୟ ଶକ୍ତି ସମାଧାନ ଗ୍ରହଣକୁ ପ୍ରୋତ୍ସାହିତ କରିବା, ମହାରାଷ୍ଟ୍ରର କୃଷି କ୍ଷେତ୍ରକୁ ଶକ୍ତି ପ୍ରଦାନ କରିବା ଏବଂ ଏକ ସବୁଜ, ଅଧିକ ସ୍ଥାୟୀ ଭବିଷ୍ୟତରେ ଯୋଗଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି କମ୍ପାନୀ ।
ଏହି ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସମ୍ପର୍କରେ ସିଆରଆଇ ଗ୍ରୁପର ଅଧ୍ୟକ୍ଷ ଜି ସୌନ୍ଦରରାଜନ ମନ୍ତବ୍ୟ ଦେଇଛନ୍ତି ଯେ, “ଏହି ସୋଲାର ପମ୍ପିଂ ସିଷ୍ଟମ ଯୋଗାଣ ପାଇଁ MSEDCL ଦ୍ୱାରା ମନୋନୀତ ହେବା ନେଇ ଆମେ ଗୌରବାନ୍ୱିତ । ବିଶ୍ୱସନୀୟ, ଶକ୍ତି-ଦକ୍ଷ, ସ୍ଥାୟୀ ପମ୍ପିଂ ସମାଧାନ ବିକଶିତ କରିବାରେ ଉଦ୍ଭାବନ ଏବଂ ଉତ୍କର୍ଷତା ପ୍ରତି ସିଆରଆଇ ପମ୍ପସ ର ଅତୁଟ ପ୍ରତିବଦ୍ଧତା ଏହି ଅର୍ଡର ମିଳିବାରେ ସହାୟକ ହୋଇଛି । ଆମର ଦୃଢ଼ କାର୍ଯ୍ୟକାରିତା ଦକ୍ଷତା, ଗଭୀର ଶିଳ୍ପ ଦକ୍ଷତା ଏବଂ ବିଭିନ୍ନ ଅଞ୍ଚଳରେ ବ୍ୟାପକ ନେଟୱାର୍କ ସହିତ, ସିଆରଆଇ ପମ୍ପସ ଏହି ସିଷ୍ଟମଗୁଡ଼ିକର ନିରବଚ୍ଛିନ୍ନ ବିତରଣ ଏବଂ ସ୍ଥାପନକୁ ସୁନିଶ୍ଚିତ କରେ । ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଶ୍ୱବ୍ୟାପୀ ପରିବର୍ତ୍ତନ ତ୍ୱରାନ୍ୱିତ ହେଉଥିବା ବେଳେ, ସିଆରଆଇ ପମ୍ପସ ସୋଲାର ପମ୍ପିଂ ସିଷ୍ଟମ୍ ପ୍ରଦାନ କରିବା ପାଇଁ ଗଭୀର ଭାବରେ ଉତ୍ସର୍ଗୀକୃତ ରହିଛି l ଯାହା ପରିବେଶ ପରିଚାଳନାକୁ ପ୍ରୋତ୍ସାହିତ କରେ ଏବଂ ଆଗାମୀ ପିଢ଼ି ପାଇଁ ଏକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରେ ।
୧୭୦,୦୦୦ରୁ ଅଧିକ ସୋଲାର ପମ୍ପିଂ ସିଷ୍ଟମ୍ ଏବଂ ଆଇଓଟି-ସମର୍ଥିତ ସ୍ମାର୍ଟ ପମ୍ପର ସଫଳ ପ୍ରତିଷ୍ଠା ସହିତ, ସିଆରଆଇ ପମ୍ପସ ସ୍ଥାୟୀ ଉଦ୍ଭାବନରେ ନୂତନ ମାନଦଣ୍ଡ ସ୍ଥାପିତ କରିବା ଜାରି ରଖିଛି । ଏହାର ଉନ୍ନତ ପମ୍ପିଂ ଜ୍ଞାନକୌଶଳ ମାଧ୍ୟମରେ, ସିଆରଆଇ ପମ୍ପସ ପ୍ରାୟ ୫,୨୦୦ ନିୟୁତ ୟୁନିଟର kWh ଶକ୍ତି ସଞ୍ଚୟ ଏବଂ ୪.୧୩ ନିୟୁତ ଟନ୍ କାର୍ବନ ନିର୍ଗମନ ହ୍ରାସ ସହିତ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି l ଯାହା ଶକ୍ତି ସଂରକ୍ଷଣ ଏବଂ ପରିବେଶ ସ୍ଥାୟୀତାରେ ଏହାର ଗଭୀର ଅବଦାନ ଉପରେ ଆଲୋକପାତ କରେ ।
କମ୍ପାନୀ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ :-
C.R.I. ଏହାର ବ୍ୟାପକ ବିଶ୍ୱସ୍ତରୀୟ ଉପସ୍ଥିତି ସହିତ ବିଶ୍ୱର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଫ୍ଲୁଇଡ ସମାଧାନ ପ୍ରଦାନକାରୀମାନଙ୍କ ମଧ୍ୟରେ ଉଚ୍ଚ ସ୍ଥାନରେ ରହିଛି । C.R.I. ପମ୍ପ, ମୋଟର, ଆଇଓଟି-ପରିଚାଳିତ ପମ୍ପ ଏବଂ କଣ୍ଟ୍ରୋଲର, ସୋଲାର ପମ୍ପିଂ ସିଷ୍ଟମ୍, ପାଇପ୍, ତାର ଏବଂ କେବୁଲ ଭଳି ଉତ୍ପାଦନ ପ୍ରଦାନ କରେ । ୯,୦୦୦ ଉତ୍ପାଦର ବିବିଧ ପୋର୍ଟଫୋଲିଓ ସହିତ, C.R.I. ୧୦୦ ପ୍ରତିଶତ ଷ୍ଟେନଲେସ୍ ଷ୍ଟିଲ ପମ୍ପ ଉତ୍ପାଦନ କରିବାରେ ବିଶ୍ୱର ଅଳ୍ପ କିଛି ଉତ୍ପାଦନକାରୀଙ୍କ ମଧ୍ୟରୁ ଅନ୍ୟତମ ।
C.R.I.ର ଉତ୍ପାଦଗୁଡିକ ୧୨୦ଟି ଦେଶର ୩୦,୦୦୦ ଆଉଟଲେଟ ନେଟୱାର୍କ ମାଧ୍ୟମରେ ଉପଲବ୍ଧ, ଯାହା ବିଶ୍ୱବ୍ୟାପୀ ୧,୫୦୦ ସେବା କେନ୍ଦ୍ର ଦ୍ୱାରା ସମର୍ଥିତ । ଛଅ ଦଶନ୍ଧିର ଉତ୍ପାଦନ ଅଭିଜ୍ଞତା ସହିତ, C.R.I. ପମ୍ପିଂ ଶିଳ୍ପରେ ଏକ ବିଶ୍ୱସ୍ତ ବ୍ରାଣ୍ଡ ଭାବରେ ଖ୍ୟାତି ଅର୍ଜନ କରିଛି । କମ୍ପାନୀର ଅତ୍ୟାଧୁନିକ ବୈଶ୍ୱିକ ଗବେଷଣା ଓ ବିକାଶ ବିଭାଗ, ଯାହାକୁ "ଫ୍ଲୁଡିନ୍ ଆଡଭାନ୍ସ ଟେକ୍ନୋଲୋଜି ସେଣ୍ଟର" ବୋଲି କୁହାଯାଏ, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଛି ।
ଏହାର ଉତ୍ପାଦନ ଦକ୍ଷତା ବ୍ୟତୀତ C.R.I. ୨୦ ଥର ସମ୍ମାନଜନକ ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରମୋସନ କାଉନସିଲ (EEPC) ପୁରସ୍କାର ଏବଂ ୮ ଥର ଭାରତ ସରକାରଙ୍କ ଠାରୁ ନ୍ୟାସନାଲ ଏନର୍ଜି କଞ୍ଜରଭେସନ (NEC) ପୁରସ୍କାର ମଧ୍ୟ ପାଇଛି । ଜଳ ଓ ବର୍ଜ୍ୟଜଳ, ସୋଲାର, ପ୍ରୋସେସ ଇଣ୍ଡଷ୍ଟ୍ରିଜ୍, ସ୍ୱେରେଜ ଏବଂ ଇଫ୍ଲୁଏଣ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ, ଏଚଭିଏସି, ଅଗ୍ନି ନିର୍ବାପକ, ଧାତୁ ଏବଂ ଖଣି, ଖାଦ୍ୟ ଏବଂ ପାନୀୟ, କୃଷି ଏବଂ ଆବାସିକ ପରି ବିଭିନ୍ନ କ୍ଷେତ୍ରକୁ ସିଆରଆଇ ପମ୍ପସ ସେବା ଯୋଗାଇଥାଏ ।
Read more