Farm Mechanization

ଡଗ-ବୋଟ କରିପାରିବ କି ମଜୁରୀଆଙ୍କ କାମ???

ବର୍ତ୍ତମାନ ଯୁଗ ରେ ମଜୁରୀ ର ଚଢା ଦର ର ସମସ୍ୟା ବହୁତ୍ ବଢିଗଲାନି।ଚାଷୀ ମାନେ ଏହି କାରଣରୁ ପନି ପାରିବ ଚାଷ ଇତ୍ୟାଦି କରିବାକୁ ରୁଚି ପ୍ରକାଶ କରୁନାହାଁନ୍ତି କାରଣ ରକ୍ଷଣ ଭକ୍ଷଣ କରିବା ଲାଗି ମୂଲିଆ ମଜୁରୀ ମିଳିବା ବେଶ୍ କଷ୍ଟ।ତେଣୁ ଆଧୁନିକ ଯୁଗରେ ଯଦି ଏହା କୁତ୍ରିମ ଭାବେ ରୋବୋଟ ସାହାଯ୍ୟରେ କରିହୁଏ ତେବେ ଏହି କାର୍ଯ୍ୟ ଅତି ସରଳ ଭାବେ କରିହୁଅନ୍ତା

08 December, 2018 9:07 PM IST By: KJ Staff

ବର୍ତ୍ତମାନ ଯୁଗ ରେ ମଜୁରୀ ର ଚଢା ଦର ର ସମସ୍ୟା ବହୁତ୍ ବଢିଗଲାନି।ଚାଷୀ ମାନେ ଏହି କାରଣରୁ ପନି ପାରିବ ଚାଷ ଇତ୍ୟାଦି କରିବାକୁ ରୁଚି ପ୍ରକାଶ କରୁନାହାଁନ୍ତି କାରଣ ରକ୍ଷଣ ଭକ୍ଷଣ କରିବା ଲାଗି ମୂଲିଆ ମଜୁରୀ ମିଳିବା ବେଶ୍ କଷ୍ଟ।ତେଣୁ ଆଧୁନିକ ଯୁଗରେ ଯଦି ଏହା କୁତ୍ରିମ ଭାବେ ରୋବୋଟ ସାହାଯ୍ୟରେ କରିହୁଏ ତେବେ ଏହି କାର୍ଯ୍ୟ ଅତି ସରଳ ଭାବେ କରିହୁଅନ୍ତା । ମାତ୍ର ଏହା ହୁଏତ କୃଷି ଉତ୍ପାଦନ କୁ ବ୍ୟୟବହୁଳ କରିଦେଇପାରେ ଏବଂ ଫଳ ଫୁଲ ତୋଳିବା ପରି ସୁକ୍ଷ୍ମ କାମ ହୁଏତ ରୋବୋଟ୍ ସାହାଯ୍ୟରେ କରି ହେବା ନାହିଁ।
ଏହି ସବୁ ସମସ୍ୟା କୁ ଲକ୍ଷ କରି "ରୀଆକ୍ଟ ରୋବୋଟିକ" କମ୍ପାନୀ ମଜୁରୀ ଖର୍ଚ୍ଚ କୁ ଶତକଡ଼ା ୨୦ ଭାଗ କମେଇବାର ଉପାୟ ବାହାର କରିଛି।ସେହି କମ୍ପାନୀ କୁତ୍ରୀମ ବୁଦ୍ଧିମତା କୁ ବ୍ୟବହାର କରି ଏକ ରୋବୋଟିକ ଡଗ ବା କୁକୁର ର ଉଦ୍ଭାବନ କରିଛନ୍ତି।ଏହି ରୋବୋଟ୍ ରେ ଲାଗିଥିବା ଗୋଡ଼ ରୂପକ ଚକ ବହୁ ଦକ୍ଷତା ସହ ନିଜେ ଚାଲି ଜମି ରେ କାର୍ଯ୍ୟ କରିପାରିବ। ମାତ୍ର କେତେକ କ୍ଷେତ୍ର ରେ ସିଢି,ବା ମାଟି ଗୋଡ଼ି ଥିଲେ କାର୍ଯ୍ୟ କରିପାରିବେ ନାହିଁ।

ବର୍ତ୍ତମାନ ଏହି ରୋବୋଟ୍ ର ବଜାର ଦର୍ ବେଶ୍ ଅଧିକ ତେଣୁ କମ୍ପାନୀ ର ସି. ଇ.ଓ ଗ୍ରିଗୋରି ରେକୋନ୍ କହିଛନ୍ତି," ଆମେ ଗୋଡ଼ ଥିବା ଏକ ରୋବୋଟ୍ ତିଆରି କରିଛୁ, ଡଗ-ବୋଟ ,ଯାହା ଏକ ସମ୍ପୂର୍ଣ୍ଣ ଫଳ ର ଟ୍ରେ କୁ ଏକ ଅନ୍ୟ ରୋବୋଟ୍ କୁ ଦେଇପାରିବ ଯାହା ଅନ୍ତିମ ପେକ୍ ହାଉସ ର ଠିକଣା ମନେ ରଖିଥିବ।ଏହାର ଜମି ରେ ଶେଷ ପରୀକ୍ଷା ୨୦୧୯ ରେ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଗ୍ରିଗୋରି।
ଏବେ ପ୍ରଶ୍ନ ଉଠୁଛି ଏହା କେଉଁ ପ୍ରକାର ଜମି ରେ କାମ କରିବା ଏବଂ କେଉଁ ଫଳ ତୋଳିବା ଲାଗି ଉପଯୋଗୀ? ଏହାର ବଜାର ଦର କେତେ ରହିବା ଏବଂ ଏହାର କାର୍ଯ୍ୟ ଦକ୍ଷତା କଣ ରହିବା ?
ଏହି ସବୁ ପ୍ରଶ୍ନ ର ଉତ୍ତର ଜମି ରେ ପରୀକ୍ଷା ହେଲା ପରେ ଜଣା ପଡ଼ିବ ବୋଲି କହିଛନ୍ତି କମ୍ପାନୀ ସି. ଇ. ଓ ଏବଂ ୨୦୨୦ ସୁଦ୍ଧା ଏହା ଉପଯୁକ୍ତ ମାତ୍ରା ରେ ବଜାରରେ ଉପଲବ୍ଧ ହୋଇପାରିବ।

ଜମି ର ୨୦୦ ମଜୁରିଆଙ୍କ ବଦଳରେ ୪୦ ଟି ଡଗ- ବୋଟ ବ୍ୟବହାର କରିପାରିବେ।ଏହାର ସର୍ବୋଚ୍ଚ ଓଜନ ୨୦ କି. ଗ୍ରା ,ତେଣୁ ସୁକ୍ଷ୍ମ ଫଳ ଯେପରି ସେଉ ,ନାସପାତି ଇତ୍ୟାଦି ତୋଳି ପାରିବ। ମାତ୍ର ଏହା ବଜାରରେ ଭଡ଼ା ରେ ଉପଲବ୍ଧ କରିବାର ଯୋଜନା କରାଯାଇଛି କାରଣ ବର୍ଷକୁ କେବଳ ୩-୪ ମାସ ହୁଏତ ଫଳ ତୋଳିବାକୁ ପଡ଼ିବ।ଏହି ରୋବୋଟ୍ ବିଭିନ୍ନ ସେଂଶର୍, ଏବଂ ମେମୋରି ଚିପ୍ ଦ୍ୱାରା କାର୍ଯ୍ୟ କରିବା ତେଣୁ ଜମି ପରୀକ୍ଷା,ଫଳ ତୋଳିବା ଇତ୍ୟାଦି କାମ ଖୁବ୍ ସହଜରେ କରିପାରିବ।

କଣ ଭାବୁଛନ୍ତି ଏହି ରୋବୋଟ୍ ବିଷୟରେ?? ଏହା ଉପକାରୀ ହେବ ନା ନାହିଁ?? ଆପଣଙ୍କ ମତାମତ ଆମ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ, କମେଣ୍ଟ ବାକ୍ସ ରେ ନିହାତି ମତାମତ ଦେବେ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)