Farm Mechanization

କୃଷକଙ୍କ ପାଇଁ ଖୁସି ଖବର, ଡ୍ରୋନରେ କୀଟନାଶକ ସ୍ପ୍ରେ କଲେ ୨୫୦୦ ସବସିଡି

କୃଷି ହେଉଛି ଦେଶର ମେରୁଦଣ୍ଡ l ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାରେ କୃଷିର ଏକ ବଡ ଅବଦାନ ରହିଛି l ଦେଶର ଅନେକ କୃଷି ପ୍ରଣାଳୀ ଦେଶ ବାହାରେ ଆଦୃତି ଲାଭ କରିଛି l କେନ୍ଦ୍ର ଏବଂ ବିଭିନ୍ନ ଆର୍ଯ୍ୟ ସରକାର କୃଷିକୁ ବିଭିନ୍ନ ପ୍ରକାର ଯୋଜନାରେ ସାମିଲ କରୁଛନ୍ତି l ଯାହାଦ୍ୱାରା କୃଷି ଆଗକୁ ବଢିବା ସହିତ ଚାଷୀର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇପାରିବ l

19 November, 2023 11:30 AM IST By: Tanushree Mahapatra

କୃଷି ହେଉଛି ଦେଶର ମେରୁଦଣ୍ଡ l ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାରେ କୃଷିର ଏକ ବଡ ଅବଦାନ ରହିଛି l ଦେଶର ଅନେକ କୃଷି ପ୍ରଣାଳୀ ଦେଶ ବାହାରେ ଆଦୃତି ଲାଭ କରିଛି l କେନ୍ଦ୍ର ଏବଂ ବିଭିନ୍ନ ଆର୍ଯ୍ୟ ସରକାର କୃଷିକୁ ବିଭିନ୍ନ ପ୍ରକାର ଯୋଜନାରେ ସାମିଲ କରୁଛନ୍ତି l

ଯାହାଦ୍ୱାରା କୃଷି ଆଗକୁ ବଢିବା ସହିତ ଚାଷୀର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇପାରିବ l ଆଜିକାଲି କୃଷି କାର୍ଯ୍ୟରେ କୃଷି ଯନ୍ତ୍ରର ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି | କୃଷି କାର୍ଯ୍ୟକୁ ସହଜ କରିବା ଏବଂ ସମୟ ସଞ୍ଚୟ କରିବା ପାଇଁ ପ୍ରତ୍ୟେକ କୃଷକ କୃଷି ଯନ୍ତ୍ରପାତି ସାହାଯ୍ୟରେ ଛୋଟ ଚାଷ କାର୍ଯ୍ୟ ମଧ୍ୟ କରିବା ଆରମ୍ଭ କରିଛନ୍ତି | କୃଷି ଯନ୍ତ୍ରର ବ୍ୟବହାର ସହିତ, କମ୍ ସମୟ ଏବଂ ପରିଶ୍ରମରେ ଚାଷ କାର୍ଯ୍ୟ ସମାପ୍ତ ହୋଇପାରୁଛି |

ବିଶେଷ କଥା ହେଉଛି କୃଷି ଯନ୍ତ୍ରପାତି ଉପରେ ସରକାର ମଧ୍ୟ ସବସିଡି ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ କୃଷି ଉପକରଣ ଉପରେ ସବସିଡି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି | ବର୍ତ୍ତମାନ ଡ୍ରୋନଗୁଡିକ ମଧ୍ୟ କୃଷି ଉପକରଣର ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି l ଅନ୍ୟାନ୍ୟ ଯନ୍ତ୍ରପାତି ପରି ଏହା ଉପରେ ମଧ୍ୟ ସରକାର ସବସିଡି ଦେଉଛନ୍ତି। ବର୍ତ୍ତମାନ ଆମ ଦେଶର କୃଷକମାନେ ଚାଷରେ ଖୁବ୍ କମ୍ ଡ୍ରୋନ୍ ବ୍ୟବହାର କରିବାରେ ସକ୍ଷମ ହୋଇଥିବାବେଳେ ସରକାର ଚାଷରେ ଡ୍ରୋନ୍ ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି । ଯାହାଦ୍ୱାରା ଚାଷୀ ଏହାକୁ ଅଧିକ ରୁ ଅଧିକ ବ୍ୟବହାର କରିପାରିବେ l

ବିହାର ସରକାରଙ୍କ ଏକ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଡ୍ରୋନ୍ ସାହାଯ୍ୟରେ କୃଷକଙ୍କ କ୍ଷେତରେ କୀଟନାଶକ ଔଷଧ ବ୍ୟବହାର କରାଯାଉଛି l ଆଜିର ସମୟରେ ଡ୍ରୋନ୍ ହେଉଛି ଏପରି ଏକ କୃଷି ଉପକରଣ ଯାହା ସାହାଯ୍ୟରେ କୃଷକମାନେ ଖୁବ କମ୍ ସମୟ ମଧ୍ୟରେ ସହଜରେ କୀଟନାଶକ ସ୍ପ୍ରେ କରିପାରୁଛନ୍ତି l କେବଳ ଏତିକି ନୁହେଁ, ଏଥିପାଇଁ ରାଜ୍ୟ ସରକାର ଚାଷୀଙ୍କୁ ଏକର ପିଛା ୨୫୦ ଟଙ୍କା ସବସିଡି ମଧ୍ୟ ପ୍ରଦାନ କରୁଛନ୍ତି । ଡ୍ରୋନ୍ ସ୍ପ୍ରେ ଉପରେ ଜଣେ କୃଷକ ଏହି ଯୋଜନା ଅନୁଯାୟୀ ସର୍ବାଧିକ ୨୫୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇପାରିବେ l

ଆପଣଙ୍କୁ କହିରଖୁଛୁ ଯେ ପାଇଲଟ୍ ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାର 38,000 ଏକର ରବି ଫସଲରେ ଡ୍ରୋନ୍ ସହିତ କୀଟନାଶକ ସ୍ପ୍ରେ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଅଧୀନରେ, ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାରେ ଏକ ହଜାର ଏକର ଜମିରେ ଡ୍ରୋନ୍ ସହିତ କୀଟନାଶକ ସ୍ପ୍ରେ କରାଯିବ। ସବସିଡିରେ ନିଜ କ୍ଷେତରେ କୀଟନାଶକ ସ୍ପ୍ରେ କରିବାକୁ ଚାହୁଁଥିବା କୃଷକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ସବସିଡି ଅନୁଯାୟୀ ଅନେକ ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ ଯାହାଦ୍ୱାରା ଚାଷୀଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇପାରିବ l ଚାଷୀ ଏହି ଯୋଜନାରେ ସାମିଲ ହେବା ଦ୍ୱାରା ଅନେକ ସହାୟତା ପାଇବେ ସରକାରଙ୍କ ତରଫରୁ l ଯେଉଁଥିରେ ଖୁବ କମ ସମୟ ଖର୍ଚ୍ଚ କରିବାକୁ ପଡିବ ଜଣେ ଚାଷୀକୁ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)