Farm Mechanization

ଚାଷ କରି କୋଟିପତି ହେବାର ସହଜ ଉପାୟ

ଚାଷ କରି କୋଟିପତି ହେବାର ସହଜ ଉପାୟ

24 October, 2019 5:47 PM IST By: KJ Staff

କାହିଁକି କରିବେ ଗ୍ରୀନହଉସ ରେ ଚାଷ


ପରିବେଶ ପରିବର୍ତନ ଦ୍ୱାରା କୃଷି କାର୍ଯ୍ୟ ବହୁ ମାତ୍ର ରେ ପ୍ରଭାବିତ ହେଉଛି |ଅଧିକ ରୋଗ ପୋକ ସମସ୍ୟା ,ବିଳମ୍ବ ରେ ଅମଳ ବା ରୋଇବା ଇତ୍ୟାଦି ବର୍ତମାନ ଖୁବ ସାଧାରଣ ହୋଇଗଲାଣି |ତେବେ ଏହା ଦ୍ୱାରା ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବା ସହ ଦେଶରେ ଖାଦ୍ୟ ଅଭାବ ହେବାର ମଧ୍ୟ ଆଶଙ୍କା ରହିଛି |ଏନେଇ ଗ୍ରୀନ ହାଉସ ବା ପଲି ହାଉସ ଚାଷ ଏକ ଉତ୍ତମ ବିକଳ୍ପ ଭାବେ ଗ୍ରହଣ କରିହେବ |

ଗ୍ରୀନ ହାଉସ ବା ପଲି ହାଉସ କଣ ?

ଗ୍ଲାସ ବା ଧଳା ପଲିଥିନ ପରି ବସ୍ତୁ ରେ ନିର୍ମିତ ଏକ ଘର ସଦୃଶ ଆକୃତି କୁ ପଲି ହାଉସ କୁହାଯାଏ |ଏଥିରେ ଆପଣ ନିୟନ୍ତ୍ରିତ ପରିବେଶ ରେ ଚାଷ କରିପାରିବେ |ଅଧିକ ତାପମାତ୍ରା ,ବର୍ଷା ରୋଗ ପୋକ ଦମନ ଇତ୍ୟାଦି କାର୍ଯ୍ୟ ପଲିହାଉସ ରେ ବେଶ ସୁବିଧା ରେ ହୋଇପାରିବ|

କେଉଁ ଫସଲ ହେଇପାରିବ ଚାଷ ?

ଅମୃତଭଣ୍ଡା ,ଷ୍ଟ୍ରବେରି ପରି ଫଳ ,କୋବି,କଖାରୁ ଜାତୀୟ ଫସଲ ,ଭେଣ୍ଡି ,ଲଙ୍କା,ଧନିଆ,ପିଆଜ ,ଶାଗ,ତାମତର ଇତ୍ୟାଦି ପରି ପନିପରିବା ,ଯାର୍ବେରା ,ଗେଣ୍ଡୁ ,ଗୋଲାପ ,ଅର୍କିଡ଼ ପରି ଫୁଲ ଏଥିରେ ଚାଷ କରାଯାଇପାରିବ

ଏଥିରେ ଚାଷ କରିବାର ଉପାଦେୟତା ?

ଜୈବିକ ଚାଷ କରି ଲାଭବାନ ହେବାକୁ ଚାହୁଁଥିଲେ ପଲି ହାଉସ ରେ ଚାଷ କରିବା ଏକ ଉତ୍ତମ ବିକଳ୍ପ |
-ବିଶେଷ କରି ଆପଣ ଯେ କୌଣସି ଫସଲ ,ଯେ କୌଣସି ଋତୁ ରେ ନିୟନ୍ତ୍ରିତ ପରିବେଶ ସହ ଚାଷ କରିପାରିବେ |ଏହା ଦ୍ୱାରା ଆପଣ ବର୍ଷା ସାରା ଚାଷ କରିପାରିବେ |
-ରୋଗ ପୋକ ସମସ୍ୟା ରୁ ମଧ୍ୟ ଏକ ବହୁ ମାତ୍ରା ରେ ଲାଘବ ଦେଇଥାଏ |
-ଅମଳ ର ମାନ ବେଶ ଅଧିକ ରହିଥାଏ |ଜମି ରେ ଚାଷ କରିବା ଅପେକ୍ଷା ପଲି ହାଉସ ର ଉତ୍ପାଦ ଅଧିକ ଆକର୍ଷଣୀୟ ଏବଂ ବଜାରରେ ଏହାର ଦ୍ୱାରା ନିଶ୍ଚିନ୍ତ ଅଧିକ ରହିଥାଏ |


-ଜଳ ନିଷ୍କାସନ ର ସମସ୍ୟା ହୁଏ ନାହିଁ ଏବଂ ସେହିପରି ପାଣି ଜମି ରହିଲା ଭଳିଆ ପରିସ୍ଥିତି ମଧ୍ୟ ଅଧିକ ଦେଖିବାକୁ ମିଳେ ନାହିଁ |
-ଏହା ଦ୍ୱାରା ଅମଳ ୫ ରୁ ୧୦ ଗୁଣ ଅଧିକ ହୋଇଥାଏ |
-ଫସଲ ଲାଗି ଆବଶ୍ୟକ ପରିବେଶ ଏହା ଦ୍ୱାରା ଯୋଗାଇବା ସହଜ ହୋଇଥାଏ|
-ଫସଲ ଶୀଘ୍ର ଅମଳ ଦେଇଥାଏ |

ମନେ ରଖନ୍ତୁ ପଲି ହାଉସ ରେ ଚାଷ କରିବା ପ୍ରଥମ ଥର ଲାଗି ଅଧିକ ବ୍ୟୟବହୁଳ ହୋଇପାରେ ମାତ୍ରା ଖୁବ ଶୀଘ୍ର ଆପଣ ଏହା ଦ୍ୱାରା ଲାଭବାନ ହୋଇପାରିବେ |ଏହା ଦ୍ୱାରା ଶସ୍ୟ ଜାତୀୟ ଫସଲ ଚାଷ କରିବା କଷ୍ଟକର ହୋଇପାରେ ମାତ୍ର ବିଶେଷ ଫଳ ,ପନିପରିବା ବା ଉଦ୍ୟାନ କୃଷି ଜନିତ ଅଧିକାଂଶ ଫସଲ ଏହା ଦ୍ୱାରା ଚାଷ କରି ଆପଣ ନିଶ୍ଚିନ୍ତ ଭାବେ ଆୟ ଦ୍ବିଗୁଣିତ କରିପାରିବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)