Farm Mechanization

ଜବରଦସ୍ତ ଲୁକ, ଅତ୍ୟାଧୁନିକ ଟେକ୍ନୋଲୋଜୀ; ଜାଣନ୍ତୁ କାହିଁକି ଚାଷୀଙ୍କ ପାଇଁ ଖାସ Eicher Prima G3 ?

ବିଶ୍ୱର ତୃତୀୟ ସର୍ବବୃହତ ଟ୍ରାକ୍ଟର ନିର୍ମାତା ଟାଫେ(Tafe) ଟ୍ରାକ୍ଟର୍ସ ଓ ଫାର୍ମ ଇକ୍ବିପମେଣ୍ଟ ଲିମିଟେଡ୍ ନିକଟରେ ଲଞ୍ଚ କରିଛି ଏଇଚର ପ୍ରାଇମା G3 ସିରିଜର ନୂଆ ଟ୍ରାକ୍ଟର । ଏହି ଟ୍ରାକ୍ଟରରେ ରହିଛି ଅତ୍ୟାଧୁନିକ ଟେକ୍ନୋଲୋଜୀ, ଯାହା ଚାଷୀଙ୍କୁ କୃଷି କ୍ଷେତ୍ରରେ ବଳ ଯୋଗାଇବ ।

14 May, 2022 3:13 PM IST By: KJ Staff

ବିଶ୍ୱର ତୃତୀୟ ସର୍ବବୃହତ ଟ୍ରାକ୍ଟର ନିର୍ମାତା ଟାଫେ(Tafe) ଟ୍ରାକ୍ଟର୍ସ ଓ ଫାର୍ମ ଇକ୍ବିପମେଣ୍ଟ ଲିମିଟେଡ୍ ନିକଟରେ ଲଞ୍ଚ କରିଛି ଏଇଚର ପ୍ରାଇମା G3 ସିରିଜର ନୂଆ ଟ୍ରାକ୍ଟର । ଏହି ଟ୍ରାକ୍ଟରରେ ରହିଛି ଅତ୍ୟାଧୁନିକ ଟେକ୍ନୋଲୋଜୀ, ଯାହା ଚାଷୀଙ୍କୁ କୃଷି କ୍ଷେତ୍ରରେ ବଳ ଯୋଗାଇବ । ଏଇଚର ପ୍ରାଇମା ଜି୩ ଏକ ନୂଆ ସିରିଜ୍ ପ୍ରିମିୟମ ଷ୍ଟାଇଲିଂ, ପ୍ରଗତିଶୀଳ ଟେକ୍ନୋଲୋଜି ଓ ଉଯୁକ୍ତ ଆରାମ ପ୍ରଦାନ କରୁଛି ।

ଦଶନ୍ଧି ଧରି ଏଇଚର ବ୍ରାଣ୍ଡ ଉଭୟ କୃଷି କ୍ଷେତ୍ରରେ ନିଜର ବିଶ୍ୱାସ, ନିର୍ଭରଯୋଗ୍ୟତା, ଓ ବହୁମୂଖୀତା ପାଇଁ ପରିଚିତ । ପ୍ରାଇମା ଜି୩ ଆଧୁନିକ ଭାରତର ପ୍ରଗତିଶୀଳ କୃଷକଙ୍କ ପାଇଁ ସେମାନଙ୍କ ନୂଆ ଆକାଂକ୍ଷା ସହ ଅଧିକ ଉତ୍ପାଦକତା ଓ ଆରାମ ଯୋଗାଇବ ।


ପ୍ରାଇମା ଜି୩ରେ ସ୍ୱତନ୍ତ୍ର ଏରୋଡାଇନାମିକ ସହ ନୂତନ ପିଢିର ଜ୍ଞାନ କୌଶଳରେ ଡିଜାଇନ କରାଯାଇଛି । ଏହାର ୱାନ୍ ଟଚ୍ ଫ୍ରଣ୍ଟ ୱାନ, ସିଙ୍ଗଲ ପ୍ରିସ୍ ବନେଟ୍ ସହ ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନ୍ ରହିଛି । ହାଇ ଇନଟେନସିଟି ୩D କୁଲିଙ୍ଗ୍ ଟେକ୍ନୋଲୋଜି ଓ ରାପ୍-ଆରାଉଣ୍ଡ ହେଡ୍ ଲ୍ୟାମ୍ପ ସହ ବୋଲ୍ଡ ଗ୍ରିଲ୍ ସୁନ୍ଦର ଲୁକ ପ୍ରଦାନ କରୁଛି ।


ପ୍ରାଇମା ଜି୩ ଏର୍ଗୋନୋମିକାଲି ଡିଜାଇନ ଏଲିଭେଟେଡ୍ କମ୍ଫି ଲୁ୍ୟକ୍ସ ସିଟିଙ୍ଗ୍ ସହିତ ଏହା ଉଭୟ ଦିନ ଓ ରାତିରେ ସର୍ବାଧିକ ସୁରକ୍ଷା ପାଇଁ ଡିଜାଇନ୍ କରାଯାଇଛି । ଏହାର ଅନନ୍ୟ ‘ଲିଡ୍ ମି ହୋମ୍’ ଫିଚର ରାତିରେ ଏକ ଇଲୁମିନେଟେଡ୍ ମାର୍ଗ ପ୍ରଦାନ କରୁଛି ଯାହା ସୁରକ୍ଷାକୁ ସୁନିଶ୍ଚିତ କରିବ ।

କୃଷକଙ୍କ କାର୍ଯ୍ୟ ହେଲା ସହଜ,ଚାଷ ପାଇଁ ଉତ୍କୃଷ୍ଟ ସ୍ୱରାଜ ଟ୍ରାକ୍ଟର

ଗୁଡ ନ୍ୟୁଜ ; ଟ୍ରାକ୍ଟର କିଣିବାକୁ ମିଳିବ ୫୦ ପ୍ରତିଶତ ସବସିଡି, ଫାଇଦା ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)