Farm Mechanization

ଛତିଶଗଡ଼ରେ କୃଷି ଉପକରଣ ପ୍ରଦର୍ଶନୀ ଆୟୋଜିତ

କୃଷି ଉତ୍ପାଦନକୁ କୃଷି ଯନ୍ତ୍ରପାତିଗୁଡ଼ିକର ଯଥେଷ୍ଟ ଭୂମିକା ରହିଛି l ଏହାକୁ ଦୃଷ୍ଟିରେ ରଖି ଦିନକୁ ଦିନ ନୂଆ ନୂଆ କୃଷି ଯନ୍ତ୍ରପାତିଗୁଡିକ ଉଦ୍ଭାବନ କରାଯାଉଛି l

27 September, 2021 3:18 PM IST By: Sugyan Kumar Nayak

କୃଷି ଉତ୍ପାଦନକୁ କୃଷି ଯନ୍ତ୍ରପାତିଗୁଡ଼ିକର ଯଥେଷ୍ଟ ଭୂମିକା ରହିଛି l ଏହାକୁ ଦୃଷ୍ଟିରେ ରଖି ଦିନକୁ ଦିନ ନୂଆ ନୂଆ କୃଷି ଯନ୍ତ୍ରପାତିଗୁଡିକ ଉଦ୍ଭାବନ କରାଯାଉଛି l ଏହି ସମସ୍ତ କୃଷି ଉପକରଣଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା କୃଷକର ଶ୍ରମ ଏବଂ ସମୟ ଉଭୟ ବଞ୍ଚୁଛି l କୃଷି ଯନ୍ତ୍ରଗୁଡ଼ିକ ଚାଷ ପାଇଁ ସବୁଠାରୁ ବଡ ଆବଶ୍ୟକତା ହୋଇପାରିଛି କାରଣ ସେମାନଙ୍କ ସାହାଯ୍ୟରେ ସମୟ ଏବଂ ଶ୍ରମ ସଞ୍ଚୟ ହୁଏ | କୃଷକମାନଙ୍କୁ କୃଷି ଯନ୍ତ୍ରପାତି ବିଷୟରେ ବିଶେଷ ସୂଚନା ପ୍ରଦାନ ଲକ୍ଷ୍ୟରେ ଛତିଶଗଡରେ ଏକ ମେଳା ଆୟୋଜନ କରାଯାଇଥିଲା। ରାୟପୁର ଜିଲ୍ଲାର କୃଷି ମହାବିଦ୍ୟାଳୟରେ ଏକ ଦିନିଆ ବୈଷୟିକ ଏବଂ ଯନ୍ତ୍ରପାତି ପ୍ରଦର୍ଶନୀ  ଆୟୋଜିତ ହୋଇଥିଲା | ଏହି ମେଳାକୁ ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟର କୁଳପତି ଡ଼.ଏସ୍.କେ ପାଟିଲ ଉଦଘାଟିତ କରି l ଛତିଶଗଡ ସମେତ ଓଡ଼ିଶା ଏବଂ ମଧ୍ୟପ୍ରଦେଶର କୃଷକମାନେ ଏହି ମେଳାରେ ଭାଗ ନେଇଥିଲେ l ଏହି  ଏକ ଦିନିକିଆ ବୈଷୟିକ ଏବଂ  ଯନ୍ତ୍ରପାତି ପ୍ରଦର୍ଶନୀ ଆୟୋଜନରେ, କୃଷି ପ୍ରକ୍ରିୟାକରଣ ଏବଂ ଖାଦ୍ୟ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ଏସ୍. ପଟେଲ କୃଷକ ଉପକରଣ ବିଷୟରେ କୃଷକମାନଙ୍କୁ ସୂଚନା ଦେଇଥିଲେ। ।ଏହି   ଉପଯୋଗୀ ଉପକରଣଗୁଡ଼ିକ ଦ୍ଵାରା ରାଜ୍ୟର କୃଷକମାନେ ବହୁ ଲାଭବାନ୍ ହୋଇପାରିବେ।

ମେଳାରେ ଅନେକ ଯନ୍ତ୍ରପାତି ଉପସ୍ଥାପିତ ହୋଇଥିଲା | ଏହି ମେଳାରେ ବୀଜ ବୁଣିବାରେ ବ୍ୟବହୃତ ହାରୋ, ରୋଟାଭେଟର, ବିଭିନ୍ନ ପ୍ରକାରର ହଳ, ରାଇଜର, ପାୱାର ଟିଲର, ବିଭିନ୍ନ ବିହନ ଡ୍ରିଲର୍, ପ୍ଲାଣ୍ଟର ଇତ୍ୟାଦି ଚାଷରେ ବ୍ୟବହୃତ ସମସ୍ତ ଉପକରଣ ପ୍ରଦର୍ଶିତ ହୋଇଥିଲା | ଫସଲ ଅମଳ ପାଇଁ ଉପଯୁକ୍ତ ତୃଣକ, ମଲଚର, ଏବଂ ଅମଳକାରୀ, ଥ୍ରେସର ଇତ୍ୟାଦି ଉପକରଣ ଏବଂ ହୋଇଙ୍ଗରେ ବ୍ୟବହୃତ କୃଷି ଉପକରଣ ପ୍ରଦର୍ଶିତ ହୋଇଥିଲା | ଏହା ସହିତ, ମକାରୁ ମକା ମଞ୍ଜି ବାହାର କରିବା ପାଇଁ ସମସ୍ତ ପ୍ରକାରର ମେସିନ୍ ପ୍ରଦର୍ଶିତ ହେଲା | ଏହି ମେଳାରେ ଅନେକ ନୂତନ ଯନ୍ତ୍ରଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା |

ଏହି ମେଳାର ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ ଉନ୍ନତ କୃଷି ଯନ୍ତ୍ରର ସୂଚନା ଉପଲବ୍ଧ କରାଇବା ସହିତ କୃଷି ଯନ୍ତ୍ରର ଉପଯୋଗିତା ବିଷୟରେ ଅବଗତ କରାଇବା ଯାହା ଦ୍ଵାର ଫସଲର ଉତ୍ପାଦନ ବୃଦ୍ଧି ପାଇବା ସହ କୃଷକଙ୍କ ଆୟରେ ମଧ୍ୟ ବୃଦ୍ଧି ହେବ | 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)