Farm Mechanization

ଚାଷୀଙ୍କୁ, ଏବେ ସମସ୍ତ ସୂଚନା ମିଳିବ ଏହି ପୋର୍ଟାଲରେ

ଆଳୁ ଏକ ଶୀତଦିନିଆ ଫସଲ । ଅଧିକ ଉତ୍ତାପ ହେଲେ ଫଳ ଭଲ ହୁଏ ନାହିଁ। ତେଣୁ ଶୀତଦିନେ ଏହା ଭଲ ଅମଳ ଦେଇଥାଏ । ଆଳୁର ଉନ୍ନତ କିସମ ଆଳୁ ଚାଷର ସଫଳତା ମୁଖ୍ୟତଃ ବିହନର କିସମ ଓ ମାନ ଉପରେ ନିର୍ଭର କରେ । ଆଳୁର ଇତିହାସ ଆଲୋଚନା କରିଲେ ଜଣାପଡ଼େ ଯେ, ଏହା ଏକ ବିଦେଶୀ ପରିବା l

01 September, 2023 10:30 AM IST By: Tanushree Mahapatra

ଆଳୁ ଏକ ଶୀତଦିନିଆ ଫସଲ । ଅଧିକ ଉତ୍ତାପ ହେଲେ ଫଳ ଭଲ ହୁଏ ନାହିଁ। ତେଣୁ ଶୀତଦିନେ ଏହା ଭଲ ଅମଳ ଦେଇଥାଏ । ଆଳୁର ଉନ୍ନତ କିସମ ଆଳୁ ଚାଷର ସଫଳତା ମୁଖ୍ୟତଃ ବିହନର କିସମ ଓ ମାନ ଉପରେ ନିର୍ଭର କରେ ।  ଆଳୁର ଇତିହାସ ଆଲୋଚନା କରିଲେ ଜଣାପଡ଼େ ଯେ, ଏହା ଏକ ବିଦେଶୀ ପରିବା l ଭାରତ ବାହାରୁ ଆସି ଭାରତରେ ଲୋକପ୍ରିୟତା ହାସଲ କରିଥିବା ପରିବା ହେଉଛି ଆଳୁ l

ପ୍ରଥମେ ଦକ୍ଷିଣ ଆମେରିକାରେ ଆଳୁ ଚାଷ ହେଉଥିଲା ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ସେଠାରୁ ଏହା ଅନ୍ୟ ଦେଶମାନଙ୍କୁ ଯାଇଥିଲା । ଆମ ଭାରତବର୍ଷକୁ ସପ୍ତଦଶ ଶତାବ୍ଦୀରେ ଇଉରୋପୀୟ ମାନଙ୍କ ଦ୍ଵାରା ଆଳୁ ଆସିଥିଲା । ଅବଶ୍ୟ ଆଜି କାଲି ଭାରତବର୍ଷର ପ୍ରତ୍ୟେକ ରାଜ୍ୟରେ ଆଳୁ ଚାଷ କରାଯାଉଅଛି । 

ଯଦିଓ ମୁଖ୍ୟତଃ ଏହା ପରିବା ଭାବରେ ବ୍ୟବହାର କରାଯାଏ, ତଥାପି ଆ ଏହା ଏମିତି ଏକ ପରିବା ଯାହାକୁ ସମସ୍ତ ପ୍ରକାରର ତରକାରୀରେ ମିଶାଯାଇପାରିବ l ଦେଶରେ ଏକ ମୁଖ୍ୟ ପରିବା ରୂପେ ବ୍ୟବହୃତ ହେଉଅଛି । ଆଳୁ ଚାଷ କ୍ରମେ କ୍ରମେ ଅଧିକ ଲାଭଜନକ ହେବା ଫଳରେ ଅନେକ ଚାଷୀ ଏହ। କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଜି ଆମେ ସେହି ଆଳୁର ବ୍ୟବସାୟିକ ଭିତିକ ଚାଷ ଉପରେ ଏକ ବିଶେଷ ଆଲୋଚନା କରିବା, ଯାହା ଫଳରେ ଆମର ଚାଷୀଭାଇମାନେ ବିଶେଷ ଭାବରେ ଉପକାର ପାଇପାରିବେ l

ସେହିପରି ୟୁପିର ଆଳୁ ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି | ବର୍ତ୍ତମାନ ସେମାନଙ୍କୁ ଷ୍ଟୋରେଜ୍ କିମ୍ବା ଷ୍ଟକ୍ ପାଇଁ ବୁଲିବାକୁ ପଡିବ ନାହିଁ | ରାଜ୍ୟର ଉଦ୍ୟାନ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ଏଭଳି ଏକ ପୋର୍ଟାଲ ପ୍ରସ୍ତୁତ କରୁଛି ଯେଉଁଥିରେ ରାଜ୍ୟରେ ଅବସ୍ଥିତ ସମସ୍ତ ଶୀତଳ ଭଣ୍ଡାରର ସ୍ଥାନ, ଉପଲବ୍ଧ ଷ୍ଟୋରେଜ୍ କ୍ଷମତା, ଷ୍ଟୋରେଜ୍ ଚାର୍ଜ ଇତ୍ୟାଦି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଅନଲାଇନରେ ଉପଲବ୍ଧ ହେବ । ଆବଶ୍ୟ କୃଷକମାନେ ମଧ୍ୟ ଏହି ପୋର୍ଟାଲରେ ଷ୍ଟୋରେଜ୍ ପାଇଁ ସେମାନଙ୍କର ବୁକିଂ କରିବାକୁ ସକ୍ଷମ ହେବେ | ଏହି ସୂଚନା ଉଦ୍ୟାନ କୃଷି ନିର୍ଦ୍ଦେଶକ ଡକ୍ଟର ଆର.କେ. ତୋମାର ଦେଇଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଯେତେବେଳେ ଆଳୁ ସଂରକ୍ଷଣର ସଙ୍କଟ ଦେଖାଦେଇଥିଲା ଏବଂ ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିଲା, ସେତେବେଳେ ମୁଜାଫରନଗରର ଜିଲ୍ଲା ମାଜିଷ୍ଟ୍ରେଟ୍ ରବି ରଂଜନ ତାଙ୍କ ଜିଲ୍ଲାରେ ଏପରି ଏକ ନିଆରା ପରୀକ୍ଷଣ କରିଥିଲେ, ଯାହା ଅତ୍ୟନ୍ତ ସଫଳ ଏବଂ ଏଥିପାଇଁ ତାଙ୍କ ଦଳକୁ ଭାରତ ସରକାର ନୂତନ ଉଦ୍ଭାବନ ପାଇଁ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ ।

ମୁଜାଫରନଗରର ଏହି ମଡେଲକୁ ଗ୍ରହଣ କରି ସମଗ୍ର ଉତ୍ତରପ୍ରଦେଶରେ ଏକ ପୋର୍ଟାଲ ତିଆରି କରିବାକୁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏହାକୁ ସରକାରଙ୍କୁ ମଧ୍ୟ ଉପସ୍ଥାପନ କରାଯାଇଥିଲା । ଯାହା ଉପରେ ଅନ୍ତିମ ନିଷ୍ପତ୍ତି ମଧ୍ୟ ଦିଆଯାଇଛି l ଖୁବ ଶୀଘ୍ର ଚାଷୀଙ୍କ ପାଇଁ ଏହି ପୋର୍ଟାଲ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ଯେଉଁଥିରେ କୃଷକମାନେ ସମସ୍ତ ସୂଚନା ସହଜରେ ପାଇବେ l ଆଳୁ ଚାଷୀଙ୍କୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବାକୁ ଉଦ୍ୟମ କରାଯାଉଛି ବୋଲି ଉଦ୍ୟାନ ନିର୍ଦ୍ଦେଶକ ମଧ୍ୟ ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶରେ ସମୁଦାୟ ୧୯୯୫ ଶୀତଳ ଭଣ୍ଡାର ଅଛି, ସେଥିମଧ୍ୟରୁ ଦୁଇଟି ହେଉଛି ସରକାରଙ୍କର  l

ଆଜିକାଲି ଲୋକମାନେ ପାରମ୍ପାରିକ ଚାଷ ପରିବର୍ତ୍ତେ ଉନ୍ନତ ଫସଲ ଚାଷ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ଚାଉଳ, ଗହମ ଏବଂ ଆଖୁ ପରେ ଆଳୁ ଭାରତରେ ସର୍ବାଧିକ ଚାଷ କରାଯାଏ l  ଆଳୁରେ ୮୦ ରୁ ୮୨ ପ୍ରତିଶତ ଜଳ ଏବଂ ୧୪ ପ୍ରତିଶତ ଷ୍ଟାର୍ଚ୍ଚ ଥାଏ l ଏହା ଏପରି ଏକ ପରିବା ଯାହାକି ଯେକୌଣସି ଦିନ ପାଇଁ ଗଚ୍ଛିତ କରି ରଖାଯାଇପାରିବ l

ସେହିପରି ଉତ୍ତରପ୍ରଦେଶ ଦେଶରେ ସର୍ବାଧିକ ଆଳୁ ଉତ୍ପାଦନ କରିଥାଏ । ଦେଶରେ ମୋଟ ଆଳୁ ଉତ୍ପାଦନର ୩୫ ପ୍ରତିଶତ ଏହି ରାଜ୍ୟର କୃଷକମାନେ ଉତ୍ପାଦନ କରନ୍ତି | ତେବେ ଏଥର କାନପୁର ଏବଂ କାନପୁର ଡିଭିଜନର ଫାରୁଖାବାଦରେ ୯୩ ହଜାର ହେକ୍ଟର ଜମିରେ ଆଳୁ ଫସଲ ବୁଣାଯାଇଥିଲା l ଏଥି ସହିତ କାନପୁର ବିଭାଗରେ ୩୦  ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ଆଳୁ ଉତ୍ପାଦନର ଏକ ଆକଳନ ପ୍ରକାଶ ପାଇଛି । ତେବେ ସରକାରଙ୍କ ଆଳୁ ବିକ୍ରି କରିବା ପାଇଁ ଏହି ପୋର୍ଟାଲ ନିଷ୍ପତ୍ତିଟି ଖୁବ ସ୍ୱାଗତଯୋଗ୍ୟ l ତେବେ ଏହିପରି ପୋର୍ଟାଲ ଯଦି ଓଡିଶା ରାଜ୍ୟରେ ମଧ୍ୟ ଉପଲବ୍ଧ ହୋଇପାରିଲେ ଏହା ଚାଷୀଙ୍କ ପାଇଁ ଖୁବ ଉପଯୋଗୀ ହୋଇପାରନ୍ତା ଏବଂ ଚାଷୀଙ୍କୁ ନିଜ ଦ୍ରବ୍ୟ କିମ୍ବା ପନିପରିବା ବିକ୍ରି କରିବା ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡନ୍ତା ନାହିଁ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)