Farm Mechanization

ଆପ ଜରିଆରେ ଭଡା ରେ ଆଣିପାରିବେ ଟ୍ରାକ୍ଟର

ଆପ ଜରିଆରେ ଭଡା ରେ ଆଣିପାରିବେ ଟ୍ରାକ୍ଟର

01 October, 2019 2:56 PM IST By: KJ Staff

ଚାଷୀଙ୍କ ଲାଗି ନୂତନ ସୁଯୋଗ !

କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଙ୍ଗଳବାର ୨୪ ତାରିଖ ଦିନ ଚାଷୀ ଙ୍କ ଲାଗି ଏକ ନୂତନ ଆପ ର ଶୁଭାରମ୍ଭ କରିଛନ୍ତି |ଏହି ଆପ ଜରିଆରେ ଚାଷୀ ଭାଈ ମାନେ ଭଡା ରେ ଟ୍ରାକ୍ଟର ଇତ୍ୟାଦି ଉପକରଣ ଆଣିପାରିବେ |
ସି.ଏଚ.ସି ଫାର୍ମ ମେସିନରି ଏବଂ କୃଷି କିସାନ ଆପ ଫର ଜିଓ ତ୍ୟାଗିଙ୍ଗ ନାମକ ୨ଟି ଆପ କୃଷକ ଙ୍କ ହିତରେ ଜାରି କରାଯାଇଛି |

ଏହି ଆପ ର ଶୁଭାରମ୍ଭ କରିଲା ବେଳେ ଶ୍ରୀଯୁକ୍ତ ତୋମାର କହିଥିଲେ ଯେ ସି.ଏଚ.ସି ଫାର୍ମ ଆପ ଜରିଆରେ ନିଜ ସୁବିଧା ରେ ୫୦ କି.ମି ମଧ୍ୟରେ ଥିବା ଯେ କୌଣସି ଭଡା ଉପଯୋଗୀ ସେଣ୍ଟର ରୁ ଉପକରଣ ଭଡା ରେ ଆଣିପାରିବେ ଏବଂ ଉପକରଣ ଟି ଆସି ଘର ଦୁଆର ମୁହଁ ରେ ପହଞ୍ଚିବ|
ଏପର୍ଯ୍ୟନ୍ତ ୪୦୦୦୦ ଟି କଷ୍ଟମ ହାଇଆରିଂ ସେଣ୍ଟର ଆଗରୁ ଥିଲା ବେଳେ ଏବେ ଆହୁରି ୧୨୦୦୦୦ ଟି ସେଣ୍ଟର ଏହି ଆପ ଜରିଆରେ ଉପଲବ୍ଧ କରାଇବାର ଯୋଜନା ରହିଛି |

କୃଷି କିସାନ ଆପ :


ଏହି ଆପ ଜରିଆରେ ଚାଷୀ ଭାଈ ମାନେ ନିଜ ଅଞ୍ଚଳରେ ସର୍ବାଧିକ ଅମଳ ଦେଉଥିବା ଫସଲ ଏବଂ ତାର ଉତ୍ତମ ମନ ର ମଞ୍ଜି କେଉଁ ସେଣ୍ଟର ରେ ଉପଲବ୍ଧ ହୋଇପାରିବେ ସେନେଇ ସୂଚନା ଦେବା ସହ ଯେଉଁ ଚାଷୀ ଭାଈ ମାନଙ୍କର ପାଖରେ ନୂତନ ପ୍ରଯୁକ୍ତି ବା ଉତ୍ତମ ବିହନ ରହିଛି ସେମାନେ ଏହାର ଏକ ପ୍ରଶିକ୍ଷଣ ଅନ୍ୟ ଚାଷୀ ମାନଙ୍କୁ ମଧ୍ୟ ଦେଇପାରିବେ ବୋଲି ଶ୍ରୀଯୁକ୍ତ ତୋମାର ମତ ଦେଇଥିଲେ |
ଏହା ବ୍ୟତୀତ ଏହି ଆପ ଜିଓ ତ୍ୟାଗିଙ୍ଗ ଏବଂ ଜିଓ ଫେଂସିଂ କରିବା ସହ ନିୟମିତ ପାଣିପାଗ ସୂଚନା ମଧ୍ୟ ଯୋଗାଇବା |ଏହା ସହ ଚାଷୀ ଭାଈ ମାନଙ୍କୁ ଏହି ଆପ ଜରିଆରେ ନିଜର ଅମଳ ବୃଦ୍ଧି କରିବାକୁ ପ୍ରୋତ୍ସାହିତ ମଧ୍ୟ କରାଯାଇଥିଲା |

ସିଏଚସି ଫାର୍ମ ମେସିନରି ଆପ

ଏହା ବିଭିନ୍ନ ଭାଷା ରେ ଉପଲବ୍ଧ କରାଯାଇଛି |ଏହି ଆପ ଜରିଆରେ କଷ୍ଟମ ସର୍ଭିସ ଯୋଗାଉଥିବା ସେଣ୍ଟର ମାନେ ନିଜର ପଞ୍ଜିକରଣ କରାଇପାରିବେ ଏବଂ ନିଜ ପାଖରେ ଉପଲବ୍ଧ ଥିବା ଉପକରଣ ର ଫୋଟୋ ସହ ଜିଓ ରେଫର୍ଣ୍ଣସ ଅର୍ଥାତ ନିଜର ଲୋକେସନ କୁ ଅପ୍ଲୋଡ କରିପାରିବେ |


ଏହି ୨ ଟି ଆପ ଜରିଆରେ କ୍ଷୁଦ୍ର ଏବଂ ନାମମାତ୍ରକ ଚାଷୀ ବିଶେଷ ଉପକୃତ ହେଇପାରିବେ |ସହଜ ଏବଂ ସରଳ ଉପାୟ ରେ ଉପକରଣ ଭଡା ରେ ପାଇବା ସହ ସେମାନେ ଠକାମୀ ରୁ ବଞ୍ଚିପାରିବେ ଏବଂ ନିଜର ଅମଳ ମଧ୍ୟ ବୃଦ୍ଧି କରିପାରିବେ |
ଏହା ବ୍ୟତୀତ ସରକାର ଙ୍କ ତରଫରୁ ବିଭିନ୍ନ ସ୍କିମ ମଧ୍ୟ ଲାଗୁ କରାଯାଇଛି ଯାହା ଜରିଆରେ କୃଷିଉପକରଣ କୁ ଭଡା ରେ ଯୋଗେଇଦିଆ ଯିବ|

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)