Farm Mechanization

ପ୍ରିମିୟମ ଷ୍ଟାଇଲିଂରେ ବଜାରକୁ ଆସିଲା କୁଵତା ଟ୍ରାକ୍ଟର

ଟ୍ରାକ୍ଟର କମ୍ପାନୀ କୁଵତା ନିକଟରେ ଲଞ୍ଚ କରିଛି ନୂଆ ସିରିଜ ଓ ପ୍ରିମିୟମ ଷ୍ଟାଇଲିଙ୍ଗ ଯୁକ୍ତ ଟ୍ରାକ୍ଟର | ଏହି ଟ୍ରାକ୍ଟରରେ ଥିବା ଅତ୍ୟାଧୁନିକ ଟେକ୍ନୋଲୋଜୀ ଚାଷୀଙ୍କୁ ଚାଷ କ୍ଷେତ୍ରରେ ବିଭିହ୍ନ ପ୍ରକାର ସୁବିଧା ଯୋଗାଇବାର କ୍ଷମତା ରଖିଛି |

14 June, 2022 12:05 PM IST By: Rajashree

ଟ୍ରାକ୍ଟର କମ୍ପାନୀ କୁଵତା (Kubota tractor) ନିକଟରେ ଲଞ୍ଚ କରିଛି ନୂଆ ସିରିଜ ଓ ପ୍ରିମିୟମ ଷ୍ଟାଇଲିଙ୍ଗ ଯୁକ୍ତ ଟ୍ରାକ୍ଟର | ଏହି ଟ୍ରାକ୍ଟରରେ ଥିବା ଅତ୍ୟାଧୁନିକ ଟେକ୍ନୋଲୋଜୀ ଚାଷୀଙ୍କୁ ଚାଷ କ୍ଷେତ୍ରରେ ବିଭିହ୍ନ ପ୍ରକାର ସୁବିଧା ଯୋଗାଇବାର କ୍ଷମତା ରଖିଛି | କୁଵତା ଏ ସିରିଜ୍ ପ୍ରିମିୟମ ଷ୍ଟାଇଲିଂ, ପ୍ରଗତିଶୀଳ ଟେକ୍ନୋଲୋଜି ଓ ଉଯୁକ୍ତ ଆରାମ ପ୍ରଦାନକାରୀ ଟ୍ରାକ୍ଟର ଅଟେ ।

ଦଶନ୍ଧି ଧରି କୁଵତା ଟ୍ରାକ୍ଟର ( tractor) ଉଭୟ କୃଷି କ୍ଷେତ୍ରରେ ନିଜର ବିଶ୍ୱାସ, ନିର୍ଭରଯୋଗ୍ୟତା, ଓ ବହୁମୂଖୀତା ପାଇଁ ପରିଚିତ । କୁଵତା ଏ ସିରିଜ୍ (Kubota tractor) ଆଧୁନିକ ଭାରତର ପ୍ରଗତିଶୀଳ କୃଷକଙ୍କ ପାଇଁ ସେମାନଙ୍କ ନୂଆ ଆକାଂକ୍ଷା ସହ ଅଧିକ ଉତ୍ପାଦକତା ଓ ଆରାମ ଦାୟକ ହେବ । କୁଵତା ଏ ସିରିଜ୍(Kubota tractor) ସ୍ୱତନ୍ତ୍ର ଏରୋଡାଇନାମିକ ସହ ନୂତନ ପିଢିର ଜ୍ଞାନ କୌଶଳରେ ଡିଜାଇନ କରାଯାଇଛି । ଏହାର ୱାନ୍ ଟଚ୍ ଫ୍ରଣ୍ଟ ୱାନ, ସିଙ୍ଗଲ ପ୍ରିସ୍ ବନେଟ୍ ସହ ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନ୍ ରହିଛି ଯାହା ଇନଟେନସିଟି ୩D କୁଲିଙ୍ଗ୍ ଟେକ୍ନୋଲୋଜି ଓ ରାପ୍-ଆରାଉଣ୍ଡ ହେଡ୍ ଲ୍ୟାମ୍ପ ସହ ଏକ ବୋଲ୍ଡ ଗ୍ରିଲ୍ ଏବଂ ସୁନ୍ଦର ଲୁକ ପ୍ରଦାନ କରୁଛି |

କୁଵତା ଏ ସିରିଜ୍ (Kubota tractor) ଏର୍ଗୋନୋମିକାଲି ଡିଜାଇନ ଏଲିଭେଟେଡ୍ କମ୍ଫି ଲୁ୍ୟକ୍ସ ସିଟିଙ୍ଗ୍ ସହିତ ଏଥିରେ ସର୍ବାଧିକ ସୁରକ୍ଷା ପାଇଁ ବିଭିନ୍ନ ଡିଜାଇନ୍ କରାଯାଇଛି । ଏହାର ଅନନ୍ୟ ‘ଲିଡ୍ ମି ହୋମ୍’ ଫିଚର ରାତିରେ ଏକ ଇଲୁମିନେଟେଡ୍ ମାର୍ଗ ପ୍ରଦାନ କରୁଛି ଯାହା ଚାଷ କ୍ଷେତ୍ରରେ ସୁରକ୍ଷାକୁ ସୁନିଶ୍ଚିତ କରୁଛି |

କୁଵତା ଏ ସିରିଜ(Kubota tractor) 8 ଫରୱାର୍ଡ ଏବଂ 2 ରିଭର୍ସ ଗିଅର୍, 18V 88 Ah ବ୍ୟାଟେରୀ ଏବଂ 1000 କିଲୋଗ୍ରାମ କ୍ଷମତା ବିଶିଷ୍ଟ ରହୁଛି | କୁଵତା ଏ ସିରିଜ୍ ଏହି ଡିଜାଇନ ଟ୍ରାକ୍ଟର ଚାଷ, ଅମଳ ଇତ୍ୟାଦିର ବିଭିନ୍ନ କାର୍ଯ୍ୟ ପାଇଁ ଅତ୍ୟନ୍ତ ଉପଯୁକ୍ତ |

କୁଵତା ଏ ସିରିଜ ଟ୍ରାକ୍ଟର (Kubota tractor) ସାଧାରଣତଃ ମାଟି ଉଠେଇବା ଏବଂ କୃଷି କ୍ଷେତ୍ରରେ କଠିନ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି, ବିହନ ବୁଣିବା, ହଳ, ଶସ୍ୟ ଅମଳ ସହିତ ବିଭିନ୍ନ କ୍ଷେତ୍ରରେ ଏହା ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖା ଯାଇଛି |

ସମସ୍ତ ପ୍ରକାର ଚାଷ ପାଇଁ ସର୍ବୋତ୍ତମ ଏବଂ ଶସ୍ତା ମିନି ଟ୍ରାକ୍ଟର |

କୃଷକଙ୍କ କାର୍ଯ୍ୟ ହେଲା ସହଜ,ଚାଷ ପାଇଁ ଉତ୍କୃଷ୍ଟ ସ୍ୱରାଜ ଟ୍ରାକ୍ଟର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)