Farm Mechanization

ଚଳିତ ବର୍ଷ ୨୦,୫୨୮ଟି ମହିନ୍ଦ୍ରା ଟ୍ରାକ୍ଟର ବିକ୍ରି

ଚାଷୀଙ୍କ ବିଶ୍ୱାସ ଓ ଭରସା ମହିନ୍ଦ୍ରା ଟ୍ରାକ୍ଟର !

03 September, 2024 2:48 PM IST By: Tanushree Mahapatra

ମହିନ୍ଦ୍ରା ଟ୍ରାକ୍ଟର ଦେଶର ସର୍ବଶ୍ରେଷ୍ଠ ଟ୍ରାକ୍ଟର l ଯାହା କେବଳ ଆମ ଦେଶ ଭାରତ ନୁହେଁ ଅନ୍ୟ ଦେଶ ବିଦେଶରେ ମହିନ୍ଦ୍ରା ଟ୍ରାକ୍ଟର ନିଜର ପରିଚୟ ସୃଷ୍ଟି କରିଛି l ଏହି ଟ୍ରାକ୍ଟର ଚାଷ ଭୂମିରେ ଆଣିଛି ପରିବର୍ତ୍ତନ l ଚାଷ ପାଇଁ ଚାଷୀ ଏହି ଟ୍ରାକ୍ଟରକୁ ଭରସା କରୁଛନ୍ତି l ଏହି ଟ୍ରାକ୍ଟର ଚାଷୀଙ୍କ ବିଶ୍ୱାସ ଜିତି ପାରିଛି l ଅନେକ ଚାଷୀଙ୍କୁ ଚାଷ ଜମିରେ ସୁନା ଫଲାଇବାରେ ସାହାଯ୍ୟ କରିଛି l ମହିନ୍ଦ୍ରା ଟ୍ରାକ୍ଟର ଏପରି ନୂତନ ଟ୍ରାକ୍ଟର ପ୍ରସ୍ତୁତ କରିଛି ଯାହା ମହିଳା ମାନେ ମଧ୍ୟ ଚଳାଇପାରିବେ l ବିଭିନ୍ନ କୃଷିରେ ଚାଷୀ ଏହାକୁ ନିଜର ସାଥି କରିଛନ୍ତି l

ନିକଟରେ ମହିନ୍ଦ୍ରା ଟ୍ରାକ୍ଟର ନିଜର ୬୦ ବର୍ଷ ସ୍ଥାପନା ଦିବସ ପାଳନ କରିଥିଲା l  ମହିନ୍ଦ୍ରା ଗୋଷ୍ଠୀର ଅଂଶ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଫାର୍ମ ଯନ୍ତ୍ରପାତି କ୍ଷେତ୍ର (FES) l ଚଳିତ ବର୍ଷ ଅଗଷ୍ଟ ମାସ ପାଇଁ ଟ୍ରାକ୍ଟର ବିକ୍ରୟ ଆକଳନ ଘୋଷଣା କରିଛି କମ୍ପାନୀ। ଅଗଷ୍ଟ ୨୦୧୪ ରେ ଘରୋଇ ବଜାରରେ ବିକ୍ରି କରିଛି ୨୦,୫୨୮  ୟୁନିଟ୍ ଟ୍ରାକ୍ଟର l ଗତ ବର୍ଷ ସମାନ ଅବଧିରେ ୨୧,୬୭୬ ୟୁନିଟ୍ ତୁଳନାରେ ଅଗଷ୍ଟ ୨୦୨୪ ମଧ୍ୟରେ ମୋଟ ଟ୍ରାକ୍ଟର ବିକ୍ରୟ ଘରୋଇ କ୍ଷେତ୍ର ଏବଂ ରପ୍ତାନି କ୍ଷେତ୍ରରେ ୨୧,୯୧୭  ୟୁନିଟ୍ ରହିଥିଲା l ଏହି ମାସର ରପ୍ତାନି ୧୩୯୯ ୟୁନିଟ୍ ରେ ରହିଥିଲା ​​l

ଏହି ପ୍ରଦର୍ଶନ ଉପରେ ମନ୍ତବ୍ୟ ଦେଇ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଲିମିଟେଡର କୃଷି ଉପକରଣ ସେକ୍ଟର ସଭାପତି ଶ୍ରୀ ହେମନ୍ତ ସିକ୍କା କହିଛନ୍ତି ଯେ, “ଅଗଷ୍ଟ ମାସରେ ଆମେ ଘରୋଇ ବଜାରରେ ୨୦,୫୧୮ ଟ୍ରାକ୍ଟର ବିକ୍ରି କରିଛୁ । ଦକ୍ଷିଣ, କେନ୍ଦ୍ରୀୟ, ପଶ୍ଚିମ ଏବଂ ଅଧିକାଂଶ ଉତ୍ତର ପ୍ରଦେଶରେ ସଂଗୃହିତ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ଥିବାବେଳେ କେତେକ ପୂର୍ବ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଏହା ଅଭାବ ରହିଛି। ଯାହାପାଇଁ ଫସଲ ଚାଷ ହେବାରେ ଅସୁବିଧା ମଧ୍ୟ ଦେଖିବାକୁ ମିଳୁଛି l

ଜଳଭଣ୍ଡାରର ସ୍ତର ଯଥେଷ୍ଟ ଉନ୍ନତ ହୋଇଛି ଏବଂ ଧାନ, ଡାଲି, ଶସ୍ୟ ଜାତୀୟ ଏବଂ ଆଖୁ ଫସଲ ତଥା ଖରିଫ ବିହନ ବୁଣିବା ଗତ ବର୍ଷ ତୁଳନାରେ ଭଲ ରହିଛି ଅମଳ ମଧ୍ୟ ଭଲ ଆଶା କରାଯାଉଛି l ଆଗାମୀ ମୌସୁମୀ, ସାଧାରଣ ମୌସୁମୀ, ବମ୍ପର ଖରିଫ ଫସଲ ଏବଂ କୃଷକମାନଙ୍କ ପାଇଁ ଅନୁକୂଳ ବାଣିଜ୍ୟ ଅବସ୍ଥା ଟ୍ରାକ୍ଟର ଶିଳ୍ପର ଅଭିବୃଦ୍ଧି ଘଟାଇବାର ସମ୍ଭାବନା ମଧ୍ୟ ରହିଛି l ରପ୍ତାନି ବଜାରରେ ୧୩୯୯ ଟ୍ରାକ୍ଟର ବିକ୍ରି କରିଛୁ, ଯାହା ଗତ ବର୍ଷ ତୁଳନାରେ ୩୬% ବୃଦ୍ଧି ପାଇଛି। ”

ଅଧିକ ପଢ଼ନ୍ତୁ

ଏଥର ଚାଷୀଙ୍କୁ ମିଳିବ ସାର ଓ ବିହନ କିଣିବାକୁ ଅର୍ଥ !

Subhadra Yojana: ମୋହନ ସରକାରଙ୍କ ବଡ଼ ଘୋଷଣା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)