Farm Mechanization

ସୋଲାର ବବଳ ଡ୍ରାୟର

ସୋଲାର ବବଳ ଡ୍ରାଏର ଏକ ସ୍ବଳ୍ପମୂଲ୍ୟ ଯୁକ୍ତ ,ସରଳ ସୁନ୍ଦର ପ୍ରୌଦ୍ୟୋଗିକୀ ଯାହା ସୌରଶକ୍ତି ର ବ୍ୟବହାର ଦ୍ୱାରା ଧାନ ବା ଅନ୍ୟାନ୍ୟ ବୀଜ କୁ ସୁଖେଇବାରେ ସାହାଯ୍ୟ କରିଥାଏ |

19 November, 2018 10:38 AM IST By: KJ Staff

ସୋଲାର ବବଳ ଡ୍ରାୟର  ଏକ ସ୍ବଳ୍ପମୂଲ୍ୟ ଯୁକ୍ତ ,ସରଳ ସୁନ୍ଦର ପ୍ରୌଦ୍ୟୋଗିକୀ ଯାହା ସୌରଶକ୍ତି ବ୍ୟବହାର ଦ୍ୱାରା ଧାନ ବା ଅନ୍ୟାନ୍ୟ ବୀଜ କୁ ସୁଖେଇବାରେ ସାହାଯ୍ୟ କରିଥାଏ |ଏହାର ନିର୍ମାଣ ବେଶ ସରଳ ହୋଇଥିବାରୁ ,ବହନୀୟତା ରେ ବିଶେଷ ସମସ୍ୟା ହୁଏ ନାହିଁ  ଏବଂ  ଇନ୍ଧନ ଉପରେ ନିର୍ଭରଶୀଳ ହୋଇ ,ଏହା ସ୍ୱତନ୍ତ୍ର ଭାବେ ସୌର ଶକ୍ତି ପ୍ରୟୋଗ କରିଥାଏ ଫଳରେ ଏହା ଚାଷୀମାନଙ୍କୁ ଅଳ୍ପଅମୂଲ୍ୟ ରେ  ଉପଲବ୍ଧ ହୋଇପାରିବ |ଏହା ବିଭିନ୍ନ ଆକାର ହୋଇପାରିବ ,ମାତ୍ର ବର୍ତ୍ତମାନ ଏହା . - ଟନ ସାମର୍ଥ୍ୟ ରଖିଛି |

ଏହା ଗୁଣାତ୍ମକ ଭାବେ ପାରମ୍ପରିକ ଧାନ ସୁଖେଇବା ପ୍ରଣାଳୀ ଠାରୁ ଅଧିକ ଉପଯୋଗୀ ଏବଂ ଏଥିରେ ଧାନ ମାତ୍ରା ରେ କୌଣସି ପ୍ରଭାବ ପଡେ ନାହିଁ କାରଣ ଏହାଦ୍ୱାରା ଧାନ କୁ ଖରା, ବର୍ଷା ,ଜନ୍ତୁ ବା ଯାନ୍ତ୍ରିକ ଆଦି ସମସ୍ତ ସମସ୍ୟା ରୁ ସୁରକ୍ଷା ମିଳିଥାଏ |ଏଥିରେ ପ୍ରାୟେ ଟନ ଧାନ ମାତ୍ର ଗୋଟେ ଦିନ ରେ ଶୁଖା ଯାଇପାରିବ ଏବଂ ଖରା କମ ହେଉଥିଲେ ଏହି ସମୟସୀମା ରେ ସାମାନ୍ୟ ବୃଦ୍ଧି ଦେଖାଯାଇଥିଏ ( ଦିନ )|ଏଥିରେ ହାରାହାରି ଘଣ୍ଟା କୁ ଶତକଡା . ଭାଗ ଆଦ୍ରତା ହ୍ରାସ ପାଇଥାଏ |ଏହାର ମୂଳ ଉଦେଶ୍ୟ ଧାନ କୁ ବର୍ଷା ରୁ ସୁରକ୍ଷା ଦେବା,ସୌର ଶକ୍ତି ରୁ ଉସ୍ମତା ରେ ପରିବର୍ତ୍ତିତ କରିବା ଏବଂ ପରିଶେଷରେ ଏହାକୁ ଧାନ ଶୁଖାଇବାରେ ରେ ବ୍ୟବହାର କରିବା |

ସୋଲାର ବବଳ ଡ୍ରାୟର   ଟି ପ୍ରଣାଳୀ ରେ ସୌର ଶକ୍ତି ବ୍ୟବହାର କରିଥାଏ |ପ୍ରଥମେ ଧାନ ସୁଖାଉଥିବା ସୁଡ଼ଙ୍ଗ ବା ଟନେଲ ,ସୌରଶକ୍ତି ରୁ ଉସ୍ମତା ସଂଗ୍ରହ କରେ ଫଳରେ ତା ମଧ୍ୟରେ ଥିବା ବାୟୁ ତାପମାତ୍ରା ବୃଦ୍ଧି ପାଇଥାଏ ଏବଂ ତାଦ୍ଵାରା ଧାନ ଶୀଘ୍ର ସୁଖିଥାଏ |ଅନ୍ୟପକ୍ଷରେ ଏହାର ଦକ୍ଷତା ବୃଦ୍ଧି ଲାଗି ଏଥିରେ ଲାଗିଥିବା ଫଟୋ -ଭୋଲଟାଇକ ସେଲ ଦ୍ୱାରା ପ୍ରସ୍ତୁତ ବିଦ୍ୟୁତ ଶକ୍ତି କୁ ବ୍ୟବହାର କରି ଏଥିରେ ଲାଗିଥିବା ଫ୍ୟାନ୍ ଅଧିକ ରୁ ଅଧିକତମ ଗରମ ପବନ ସୁଡ଼ଙ୍ଗ ଭିତରକୁ ନିର୍ଧାରିତ କରେ ଏବଂ ଧାନ ଶୁଖାଇବାରେ  ସାହାଯ୍ୟ କରେ | ଫଟୋ -ଭୋଲଟାଇକ ସେଲ ସହ ଏକ ୧୨ ବୋଲ୍ଟ ରିଚାର୍ଜଏବୁଲ ବେଟେରି ଲାଗିଥାଏ ତେଣୁ ଏହାକୁ ରାତିରେ ମଧ୍ୟ ବ୍ୟବହାର କରିହେବ |ଧାନ ରୁ ବାଷ୍ପୀଭୂତ ହେଉଥିବା ଆଦ୍ରତା କୁ ମଧ୍ୟ ସେଇ ଗରମ ପବନ ନିଷ୍କାସନ କରିବାରେ ସାହାଯ୍ୟ  କରିଥାଏ |

ଦୌଡ଼ି ସହ ଉଭୟ ପଟ ରେ ବନ୍ଧା ହେଇଥିବା ରୋଲର ସାହାଯ୍ୟ ରେ ଧାନ କୁ ଉଲଟ-ପାଲଟ କରିହୁଏ ତେଣୁ ତାହା ଖୁବ କମ ସମୟରେ ଅଧିକ ଦକ୍ଷତା ସହ ସୁଖିଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)