Farm Mechanization

ହାତରେ ସ୍ପ୍ରେ କରିବାକୁ ପଡ଼ିବନି କୀଟନାଶକ

ହାତରେ ସ୍ପ୍ରେ କରିବାକୁ ପଡ଼ିବନି କୀଟନାଶକ

29 October, 2019 3:20 PM IST By: KJ Staff

ଏଗ୍ରିକପ୍ଟର କରିବ ଔଷଧ ସ୍ପ୍ରେ
ଆଇ.ଆଇ.ଟି ମାଡ୍ରାସ ର ନୂତନ ଉଦ୍ଭାବନ..

ହାତରେ କୀଟନାଶକ ବା ଔଷଧ ସ୍ପ୍ରେ କରିଲା ବେଳେ ଚାଷୀ କୁ ବେଶ ପ୍ରସ୍ତୁତି ଏବଂ କଠିନ ପରିଶ୍ରମ ବ୍ୟତୀତ ,ଏହା ଶରୀର ପ୍ରତି ମଧ୍ୟ ବେଶ ଅହିତକାରୀ |
ତେବେ ଏହାକୁ ଲକ୍ଷ କରି ,ଚାଷୀ ଙ୍କ ସୁବିଧା ଲାଗି ଆଇ.ଆଇ.ଟି ମାଡ୍ରାସ ର କେତେକ ଛାତ୍ର ଏଗ୍ରିକପ୍ଟର ର ଉଦ୍ଭାବନ କରିଛନ୍ତି ଯାହା ସ୍ୱୟଂଚାଳିତ ଭାବେ କୀଟନାଶକ ବା ଔଷଧ ଜମି ରେ ସ୍ପ୍ରେ କରିପାରିବ |
ଏହା ବ୍ୟତୀତ ହାତରେ ସ୍ପ୍ରେ କରିବା ବେଳେ ଲାଗୁଥିବା ସମୟ ଅପେକ୍ଷା ଏହା ୧୦ ଗୁଣା ଅଧିକ ଦ୍ରୁତଗାଟି ରେ ସ୍ପ୍ରେ କରିବ ଏବଂ ଗଛ ର ଉଚିତ ଭାଗରେ ଭଲ ଭାବେ ମଧ୍ୟ କୀଟନାଶକ ବା ଔଷଧ ପ୍ରୟୋଗ କରିପାରିବ |

ମାଡ୍ରାସ ର ୩ ଟି ଛାତ୍ର ଏହି ପରି ଏକ ନୂତନ ପ୍ରଯୁକ୍ତି ବିଦ୍ୟା ର ଉଦ୍ଭାବନ କରିଛନ୍ତି |ଏହି ଏଗ୍ରୀକପ୍ଟର କେଉଁ ଗଛ କୁ ଅଧିକ ପୋକ ଲାଗିଛି ,କେଉଁଟି ଅଧିକ ରୋଗଗ୍ରସ୍ତ ତାହା ମଧ୍ୟ ବେଶ ଭଲ ଭାବେ ଯାଞ୍ଚ କରେ ଏବଂ ଆବଶ୍ୟକ ଏ ମାତ୍ରା ରେ ଔଷଧ ପ୍ରୟୋଗ କରିଥାଏ |
ଅତ୍ୟାଧୁନିକ କ୍ୟାମେରା ଲାଗିଥିବାରୁ ଏହା ଫସଲ ର ଖୁବ ନିକଟବର୍ତୀ ହୋଇ ଫୋଟୋ ନିଏ ଏବଂ ସ୍ୱୟଂଚାଳିତ ଭାବେ ସେ ଔଷଧ ର ମିଶ୍ରଣ ତିଆରି କରି ଉଚିତ ପରିମାଣ ରେ ସ୍ପ୍ରେ କରିଥାଏ |

ଏରୋସ୍ପେସ ଇଂଜିନିୟରିଂ ର ଛାତ୍ର ଋଷଭ ବର୍ମା କହିଛନ୍ତି ଯେ କୃଷି ଆମ ଦେଶ ର ଅର୍ଥଶାସ୍ତ୍ର ର ଭିତ୍ତିଭୂମି ,ଏହା କୁ ଅଧିକ ପ୍ରୋତ୍ସାହନ ଏବଂ ଚାଷୀ ଙ୍କ ସୁବିଧା ଲାଗି ଆମେ ଏହି ପରି ଏକ ବ୍ୟୟବହୁଳ ପ୍ରଯୁକ୍ତି ର ନିର୍ମାଣ କରିଛୁ |ଏହାର ନିର୍ମାତା ମାନେ ଏହା ଲାଗି ଏକ ପ୍ୟାଟେଣ୍ଟ ର ଦାବି ମଧ୍ୟ କରିଛନ୍ତି ଏବଂ ଏହାର ଦ୍ୱାରା ହାରାହାରି ୫.୧ ଲକ୍ଷ ରହିବ ବୋଲି ପ୍ରକାଶ |
ଏହି ଏଗ୍ରୀକପ୍ଟର ବିଶେଷ ଭାବେ ଔଷଧ ସ୍ପ୍ରେ କୁ ନିୟନ୍ତ୍ରିତ କରିଥାଏ ଏବଂ ସ୍ୱୟଂଚାଳିତ ଭାବେ ମିଶ୍ରଣ ମଧ୍ୟ ପ୍ରସୁତତା କରିଥାଏ ଫଳରେ ଚାଷୀ କେବେ ହେଲେ ଏହି ପରି କ୍ଷେତିକାରକ ଦ୍ରବ୍ୟ ର ସଂସ୍ପର୍ଶ ରେଆସେ ନାହିଁ |ଏହି ସୁବିଧା କେବଳ ଏଗ୍ରୀକପ୍ଟର ରେ ରହିଛି ଯାହା ଏହାକୁ ଅନ୍ୟ ସ୍ୱୟଂଚାଳିତ ଉପକରଣ ଠାରୁ ଭିନ୍ନ ରୂପାନ୍ତର ଦେଇଛି |

ଏହି ଉପକରଣ ପ୍ରକୃତରେ ଏକ ସ୍ମାର୍ଟ ହେଲିକପ୍ଟର ଯାହା ବର୍ତମାନ ୧୫ ଲିଟର ର ଔଷଧ କୁ ଏକକାଳୀନ ସ୍ପ୍ରେ କରିପାରିବ |କମ ଖର୍ଚ ରେ ଅଧିକ ଭଲ ଭାବେ ସ୍ପ୍ରେ କରିବାକୁ ଚାହୁଁଥିଲେ ଏହା ଏକ ଉତ୍ତମ ବିକଳ୍ପ ବୋଲି କହିଛନ୍ତି ଏରୋସ୍ପେସ ଇଂଜିନିୟରିଂ ର ଆଉ ଏକ ଛାତ୍ର କବି କୈଳାଶ |
ବର୍ତମାନ ଏହି ଏ ଗ୍ରୀକପ୍ଟର କୁ ଦେଶ ର ସମସ୍ତ ଅଂଚଳ ଲାଗି ପ୍ରସ୍ତୁତ କରାଯାଉଛି ଏବଂ ସେହି ଦିଗ ରେ ଏହାକୁ ପରିବର୍ତିତ ମଧ୍ୟ କରିବାର ଲକ୍ଷ ରଖିଛନ୍ତି ନିର୍ମାତା ମାନେ |