Farm Mechanization

ଚାଷ ରେ ମଞ୍ଜି ବୁଣା ଯନ୍ତ୍ର ..

ବର୍ତମାନ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ,ବେକାରୀ ସମସ୍ୟା ,ଚାଷଜମିର ଅଭାବ,କମ ଚାଷଜମିରୁ ଅଧିକ ଫସଲ ଉତ୍ପାଦନ ଇତ୍ୟାଦି ସମସ୍ୟା ଦେଖାଯାଉଛି |

15 December, 2018 4:41 PM IST By: KJ Staff

ବର୍ତ୍ତମାନ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ,ବେକାରୀ ସମସ୍ୟା ,ଚାଷଜମିର ଅଭାବ,କମ ଚାଷଜମିରୁ ଅଧିକ ଫସଲ ଉତ୍ପାଦନ ଇତ୍ୟାଦି ସମସ୍ୟା ଦେଖାଯାଉଛି |ଏଣୁ ଏଭି ପରିସ୍ଥିତିରେ ଅଧିକ ଫସଲ ପାଇଁ କୃଷିରେ ଆଧୁନିକ ଯନ୍ତ୍ରପାତି ପ୍ରୟୋଗ ପ୍ରୟୋଗ କରି କୃଷିକୁ ଏକ ଲାଭଜନକ ବ୍ୟବସାୟ ରେ ପରିଣତ କରିବାର ସମସ୍ୟା ଆସିଛି |ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରେ ମଞ୍ଜି ବୁଣା ମେସିନ |କିପରି କାର୍ଯ୍ୟ କରେ ଏହି ମେସିନ ଜାଣିବା ଲାଗି ଆଗକୁ ପଢନ୍ତୁ …

ମଞ୍ଜି ବୁଣା ମେସିନ ସହଜରେ ଉଚିତ ବ୍ୟବଧାନରେ ୨-୩ ଟି ମଞ୍ଜି (ଏହାର ମାତ୍ରା ପରିବର୍ତନ କରିହେବ )ସ୍ୱଳ୍ପ ସମୟ ମଧ୍ୟରେ ବୁଣିପାରେ |ତେବେ ଏହାର ବିଶେଷ ଉପାଦେୟତା :

  • ମଞ୍ଜିକୁ ଧାଡିରେ ବୁଣିବ
  • ମଞ୍ଜିକୁ ମଞ୍ଜି ଓ ଧାଡିକୁ ଡ଼ାକି ବ୍ୟବଧାନ ନିୟନ୍ତ୍ରିତ କରିବା
  • ସମାନ ଗଭୀରତା ରେ ମଞ୍ଜି ବୁଣିବା
  • ଗଛ ସଂଖ୍ୟା ଠିକ ରଖିବା
  • ମଞ୍ଜିର ଖର୍ଚ କମ କରି ଅଧିକ ଅମଳ ଦେବା
  • ଏହା ସମୟ ଓ ମଜୁରୀ ଉଭୟ ଖର୍ଚ କମ କରେ

ତେବେ ଏହି ମେସିନ ବିଭିନ୍ନ ପ୍ରକାର ହୋଇପାରିବ ..

ଏକାଧାଡିଆ ମଞ୍ଜି ବୁଣା ଯନ୍ତ୍ର :
ଏହି ଯନ୍ତ୍ରଦ୍ୱାରା ଏକ ହଳ ବଳଦ ଦ୍ୱାରା ଧାନ ,ଗହମ ,ମକା,ବାଦାମ ଇତ୍ୟାଦି ଗୋଟିଏ ଦିନରେ ପ୍ରାୟେ ୦.୭୫ ଏକର ଜମିରେ ବିହନ ବୁଣା ଯାଇପାରିବ |ଏହାର ଓଜନ ରାୟେ ୫ କି.ଗ୍ରା ଓ ଦାମ ୩୦୦ ଟଙ୍କା|

ଦୁଇଧାଡ଼ି ବିବିଧ ମଞ୍ଜି ବୁଣା ଯନ୍ତ୍ର :
ଏହାଦ୍ୱାରା ବିଭିନ୍ନ ଫସଲ ଯଥା ଧାନ ,ଗହମ ବୁଟ ଚିନାବାଦାମ ଆଦି ବୁଣା ଯାଇଥାଏ |ଏହା ଦ୍ୱାରା ଦିନକୁ ୧.୨୫ ଏକର ଜମିରେ ମଞ୍ଜି ବୁଣି ହୁଏ |ଏହାର ଓଜନ ପ୍ରାୟେ ୧୫ କି.ଗ୍ରା ଓ ଦାମ ୧୨୦୦ ଟଙ୍କା |

ତିନିଧଡିଆ ବିହନ ବୁଣାଯନ୍ତ୍ର :

ଜଣେ ଲୋକ ଏହି ଯନ୍ତ୍ର ସାହାଯ୍ୟରେ ଦିନକୁ ୨ ଏକର ଜମିରେ ଧାନ ଓ ଗହମ ମଞ୍ଜି ବୁଣିପାରିବ |ଏହାର ଓଜନ ପ୍ରାୟେ ୧୦ କ.ଗ୍ରା ଓ ଦାମ ୭୦୦ ଟଙ୍କା |


ତିନି ଧାଡି ବିବିଦ୍ଧ ମଞ୍ଜିବୁଣା ଯନ୍ତ୍ର :
ଜଣେ ଲୋକଏହି ଯନ୍ତ୍ର ସାହାଯ୍ୟ ରେ ବିଭିନ୍ନ କପ ବଦଳାଇ ଧାନ ,ଗହମ ,ବୁଟ,ଚିନାବାଦାମ ଓ ଗଜା ଧାନ ତିନିଧାଡିରେ ୨ଏକର ଜମିରେ ବୁଣିପାରିବ |ଏହାର ଓଜନ ପ୍ରାୟେ ୨୦ କି.ଗ୍ରା ଓ ମୂଲ୍ୟ ପ୍ରାୟେ ୧୬୦୦ ଟଙ୍କା |

ଚାରି ଧାଡ଼ିଆ ବଳଦ ଟଣା ବିହନ ଓ ସାରା ବୁଣାଯନ୍ତ୍ର :
ଗୋଟିଏ ହଳ ବଳଦ ଦ୍ୱାରା ଏହି ଯନ୍ତ୍ର ସାହାଯ୍ୟରେ ଧାନ ,ଗହମ ,ବୁଟ ,ଚିନାବାଦାମ ,ଗଜାଧାନ, ଆଦି ୨.୫ ଏକର ଜମିରେ ବୁଣିପାରିବ|ଏହାର ଓଜନ ପ୍ରାୟେ ୫୮ କି.ଗ୍ରା ଓ ଦାମ ୩୫୦୦ ଟଙ୍କା |

ବଳଦ ନଥିଲେ ମଧ୍ୟ ଏହିପରି ଯନ୍ତ୍ରର ବ୍ୟବହାର ଟ୍ରାକଟର ସାହାଯ୍ୟରେ କରିହେବ ଯାହା କାର୍ଯ୍ୟରତ ଥିଲା ସମୟରେ ଏଠାରେ ଏକ ନମୁନା ଉଦ୍ଧାରଣ ସ୍ୱରୂପ ଦିଆଯାଇଛି | |ଧାନ ର ତଳି ରୋଇବା ଲାଗି ମଧ୍ୟ ଏକ ବିଶେଷ ଯନ୍ତ୍ର ଉପଲବ୍ଧ ଯାହାର ନାମ ଧାନ ତଳି ରୁଆ ଯନ୍ତ୍ର(ରାଇସ ଟ୍ରାନ୍ସପ୍ଲାଣ୍ଟର)

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)