Farm Mechanization

କୃଷକଙ୍କ କାର୍ଯ୍ୟ ହେଲା ସହଜ,ଚାଷ ପାଇଁ ଉତ୍କୃଷ୍ଟ ସ୍ୱରାଜ ଟ୍ରାକ୍ଟର

ଚାଷ କାର୍ଯ୍ୟର ପ୍ରାୟ ସମସ୍ତ କୌଶଳଗୁଡିକୁ ଟ୍ରାକ୍ଟର ସହିତ ସଂଶ୍ଲିଷ୍ଟ କରାଯାଇଛି । କୃଷି କ୍ଷେତ୍ରରେ ଆଜି ଟ୍ରାକ୍ଟରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

27 November, 2021 3:20 PM IST By: Sudesna Nayak

ଜନସଂଖ୍ୟା ଦିନକୁ ଦିନ ବଢିବା ସହିତ କୃଷି କାର୍ଯ୍ୟରେ ଆଧୁନିକ ଯନ୍ତ୍ରପାତିଗୁଡ଼ିକର ବ୍ୟବହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଚାଲିଛି । ଏହା ଦ୍ୱାରା ଅନେକ କାର୍ଯ୍ୟ ସୂଚାରୁ ରୂପେ ସ୍ୱଳ୍ପ ସମୟ ମଧ୍ୟରେ କରାଯାଇ ପାରୁଛି । ଯେତେ ସବୁ ଯନ୍ତ୍ରପାତି ବ୍ୟବହାର କରାଯାଉଛି ସେଗୁଡ଼ିକ ମଧ୍ୟରୁ ପ୍ରମୁଖ କାର୍ଯ୍ୟଗୁଡ଼ିକରେ ଟ୍ରାକ୍ଟର ବ୍ୟବହାର କରାଯାଉଛି । ଚାଷ କାର୍ଯ୍ୟର ପ୍ରାୟ ସମସ୍ତ କୌଶଳଗୁଡିକୁ ଟ୍ରାକ୍ଟର ସହିତ ସଂଶ୍ଲିଷ୍ଟ କରାଯାଇଛି । କୃଷି କ୍ଷେତ୍ରରେ ଆଜି ଟ୍ରାକ୍ଟରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଫସଲ ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ କରି ସାଇତିବା ପର୍ଯ୍ୟନ୍ତ ସବୁ ସମୟରେ କୃଷକମାନଙ୍କ ପାଇଁ ଟ୍ରାକ୍ଟରର ସାହାଯ୍ୟ ଲୋଡ଼ା ପଡ଼ୁଛି । ଏଣିକି କୃଷକଙ୍କ ବନ୍ଧୁ ପାଲଟିଯାଇଛି ଟ୍ରାକ୍ଟର ।

ସ୍ୱରାଜ ଟ୍ରାକ୍ଟର କମ୍ପାନୀ (Swaraj Tractor Company) ଏବେ କୃଷି କାର୍ଯ୍ୟକୁ ଆହୁରି ସରଳ କରିଦେଇଛି ।

ସ୍ୱରାଜ ଟ୍ରାକ୍ଟର ଏକ ଜଣାଶୁଣା ଟ୍ରାକ୍ଟର ବ୍ରାଣ୍ଡ, ଏହା କୃଷକଙ୍କ ପାଇଁ ଏକ ବିଶ୍ୱସ୍ତ ଟ୍ରାକ୍ଟର ବ୍ରାଣ୍ଡ, ଏହା ଏକ ସମ୍ପୂର୍ଣ୍ଣ ଭାରତୀୟ ଟ୍ରାକ୍ଟର, ଏହା ଭାରତୀୟ କୃଷି ଏବଂ କୃଷକଙ୍କ ଆବଶ୍ୟକତା ଅନୁଯାୟୀ ବିକଶିତ ହୋଇଛି, ସ୍ୱରାଜ ଟ୍ରାକ୍ଟର ଲକ୍ଷ ଲକ୍ଷ ଚାଷୀଙ୍କ ହୃଦୟ ଜିତିଛି, ଆଜି ବି ଚାଷୀମାନେ ଏହି ଟ୍ରାକ୍ଟରକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତି ।

ସ୍ୱରାଜ 735 FE(Swaraj 735 FE)

ସ୍ୱରାଜ 735 FEରେ 8 ଫରୱାର୍ଡ ଏବଂ 2 ରିଭର୍ସ ଗିଅର୍, 12V 88 Ah ବ୍ୟାଟେରୀ ଏବଂ 1000 କିଲୋଗ୍ରାମ ଉଠାଇବା କ୍ଷମତା ଅଛି । ଏହି ଟ୍ରାକ୍ଟର ଚାଷ, ଅମଳ ଇତ୍ୟାଦିର ବିଭିନ୍ନ କାର୍ଯ୍ୟ ପାଇଁ ଅତ୍ୟନ୍ତ ଉପଯୁକ୍ତ ।

ସ୍ୱରାଜ 742 FE(Swaraj 742 FE)

ସ୍ୱରାଜ 742 FEରେ ଏକ 3-ସିଲିଣ୍ଡର ଇଞ୍ଜିନ୍ ଅଛି । ଏହାସହିତ ଏଥିରେ ଚମତ୍କାର ମଲ୍ଟି ସ୍ପିଡ୍ ରିଭର୍ସ ଏବଂ ଫରୱାର୍ଡ PTO, ଡୁଆଲ୍-କ୍ଲଚ୍, ପାୱାର୍ ଷ୍ଟିଅରିଂ ଅଛି । ସ୍ୱରାଜ 742 FE କୃଷି କାର୍ଯ୍ୟରେ ଅତ୍ୟଧିକ ଭଲ ପ୍ରଦର୍ଶନ କରିଥାଏ ।

ସ୍ୱରାଜ 744 FE(Swaraj 744 FE)

ସ୍ୱରାଜ 744 FE ରେ ହାଇ ପାୱାର ଇଞ୍ଜିନ୍ ଅଛି । ଏଥିସହିତ ପାୱାର ଷ୍ଟିଅରିଂ, ଡୁଆଲ୍-କ୍ଲଚ୍ ଅଛି । ଏଥିରେ 12v 88 Ah ବ୍ୟାଟେରୀ ମଧ୍ୟ ଅଛି ।

ସ୍ୱରାଜ 855 FE(Swaraj 855 FE)

ସ୍ୱରାଜ 855 FE ଟ୍ରାକ୍ଟର ସାଧାରଣତ ମାଟି ଉଠେଇବା ଏବଂ କୃଷି କ୍ଷେତ୍ରରେ କଠିନ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି । ସ୍ୱରାଜ 855 FE ବିହନ ବୁଣିବା, ହଳ, ଶସ୍ୟ ଅମଳ ସହିତ ବିଭିନ୍ନ କ୍ଷେତ୍ରରେ ଏହା ବହୁତ ଭଲ ପ୍ରଦର୍ଶନ କରିଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)