Farm Mechanization

କୃଷକଙ୍କ କାର୍ଯ୍ୟ ହେବ ସହଜ ; TAFE ଲଞ୍ଚ କରିଲା ନୂଆ ଟ୍ରାକ୍ଟର

TAFE ଲଞ୍ଚ କରିଛି ଉତ୍ତମ ଗୁଣବତ୍ତା ଓ ଆଧୁନିକ ଟେକ୍ନୋଲୋଜି ଯୁକ୍ତ 50ଏଚପି ରେଞ୍ଜ ଯୁକ୍ତ 8055 ଫ୍ରେଗୁସୋନ ଟ୍ରାକ୍ଟର |

07 June, 2022 5:03 PM IST By: Rajashree

ନୂତନ ଟେକ୍ନୋଲୋଜି ସାହାର୍ଯ୍ୟରେ ଧୀରେ ଧୀରେ ମଣିଷର ସମସ୍ତ କାର୍ଯ୍ୟ ସହଜ ଓ ସରଳ ହୋଇପାରୁଛି | ଦିନକୁ ଦିନ କୃଷି କାର୍ଯ୍ୟରେ ମଧ୍ୟ ଆଧୁନିକ ଯନ୍ତ୍ରପାତିଗୁଡ଼ିକର ବ୍ୟବହାର ବଢ଼ି ବଢ଼ି ଚାଲିଛି l ଯାହାଦ୍ୱାରା କୃଷି କ୍ଷେତ୍ରରେ ଅନେକ କାର୍ଯ୍ୟ ସ୍ୱଳ୍ପ ସମୟ ମଧ୍ୟରେ କରାଯାଇ ପାରୁଛି | କୃଷି କ୍ଷେତ୍ରରେ ଆଜି ଟ୍ରାକ୍ଟରର (Tractors)ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି l ଫସଲ ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ କରି ସାଇତିବା ପର୍ଯ୍ୟନ୍ତ ସବୁ ସମୟରେ କୃଷକମାନଙ୍କ ପାଇଁ ଟ୍ରାକ୍ଟରର ଏକ ଗୁରୁତ୍ୱପୂର୍ଣ ଭୂମିକା ତୁଲାଉଛି କହିଲେ ଅଚ୍ୟୁତ ହେବ ନାହିଁ l

ବଜାରରେ ବିଭିହ୍ନ ଟେକ୍ନୋଲୋଜି ଯୁକ୍ତ ଟ୍ରାକ୍ଟର ମିଳୁଥିବା ବେଳ ନିକଟରେ TAFE ଲଞ୍ଚ କରିଛି (TAFE – Tractors)ଉତ୍ତମ ଗୁଣବତ୍ତା ଓ ଆଧୁନିକ ଟେକ୍ନୋଲୋଜି ଯୁକ୍ତ 50ଏଚପି ରେଞ୍ଜ ଯୁକ୍ତ 8055 ଫ୍ରେଗୁସୋନ ଟ୍ରାକ୍ଟର |

ଏହି ଟ୍ରାକ୍ଟରର (Tractors) କ୍ଷମତା 50 hp ରହିଛି | ଏହାର ମୂଲ୍ୟ ମଧ୍ୟ କୃଷକଙ୍କୁ ସୁହାଇଲା ଭଳି ରହିଛି , ଏହି ଟ୍ରାକ୍ଟରର(Tractors) ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବହୁତ ସ୍ୱଳ୍ପ ଅଟେ | କୃଷକମାନଙ୍କୁ ଏହା ଦ୍ୱାରା ବହୁତ ଲାଭ ମିଳିପାରିବ | ଏହି ଟ୍ରାକ୍ଟରର ଅନ୍ୟ ଏକ ଲାଭଦାୟକ ଦିଗ ହେଉଛି ଏହାର ପୁନଃବିକ୍ରୟ ମୂଲ୍ୟ ମଧ୍ୟ ଅପେକ୍ଷାକୃତ ଭାବରେ ଉଚ୍ଚ ରହିଥାଏ |

ଉଦ୍ୟାନ କୃଷି ନିମନ୍ତେ ଏହା ଗୋଟିଏ ବହୁତ ଉପଯୋଗୀ ଟ୍ରାକ୍ଟର ହେଉଛି ଏହି ମେସି ଫର୍ଗୁସନ 8055 DI (Massey Fergusontractors) l ଆମ୍ବ, କମଳା, ଅଙ୍ଗୁର ଭଳି ଉଦ୍ୟାନ କୃଷି ଏବଂ ସୋୟାବିନ, ମକା, କପା, ଏବଂ ଆଖୁ ଇତ୍ୟାଦି ଚାଷ ନିମନ୍ତେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ |

TAFEର (TAFE – Tractors)ଏହି ଟ୍ରାକ୍ଟର 8 ଫରୱାର୍ଡ ଏବଂ 2 ରିଭର୍ସ ଗିଅର୍, 12V 88 Ah ବ୍ୟାଟେରୀ ଏବଂ 1000 କିଲୋଗ୍ରାମ ଉଠାଇବା କ୍ଷମତା ଅଛି । ଏହି ଟ୍ରାକ୍ଟର ଚାଷ, ଅମଳ ଇତ୍ୟାଦିର ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ଅତ୍ୟନ୍ତ ଉପଯୁକ୍ତ ।

TAFEର ଏହି ଟ୍ରାକ୍ଟରରେ (TAFE – Tractors)ହାଇ ପାୱାର ଇଞ୍ଜିନ୍ ଅଛି , ଏଥିସହିତ ପାୱାର ଷ୍ଟିଅରିଂ, ଡୁଆଲ୍-କ୍ଲଚ୍ ଅଛି | ଏଥିରେ 12v 88 Ah ବ୍ୟାଟେରୀ ମଧ୍ୟ ଅଛି |

କୃଷକଙ୍କ କାର୍ଯ୍ୟ ହେଲା ସହଜ,ଚାଷ ପାଇଁ ଉତ୍କୃଷ୍ଟ ସ୍ୱରାଜ ଟ୍ରାକ୍ଟର

ସମସ୍ତ ପ୍ରକାର ଚାଷ ପାଇଁ ସର୍ବୋତ୍ତମ ଏବଂ ଶସ୍ତା ମିନି ଟ୍ରାକ୍ଟର |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)