Farm Mechanization

ଗାଈ ଗୋବର ରୁ କାଠ

ଗାଈ ଗୋବର ରୁ କାଠ

16 July, 2019 1:55 PM IST By: KJ Staff

ଗୋପାଳନ କରୁଥିଲେ ଗାଈ ର ଗୋବର କୁ ବର୍ଜ୍ୟ ଭାବେ ନିଷ୍କାସନ କରିବା ଏକ ସମସ୍ୟା ହୋଇପାରେ |କେତେକ ଚାଷୀ ଏଥିରୁ ଜୈବିକ ଖତ ବା ଜିଆ ଖତ ପ୍ରସ୍ତୁତ କରୁଥିଲା ବେଳେ ଅନ୍ୟ କେତେକ ଚାଷୀ ଏଥି ଲାଗି ବାୟୋ ଗ୍ୟାସ ର ପ୍ରକଳ୍ପ ନିର୍ମାଣ କରନ୍ତି |ତେବେ ଏହାର ଅନ୍ୟ ଏକ ଉତ୍ତମ ଉପାୟ ହେଉଛି ଗୋବର ରୁ କାଠ ନିର୍ମାଣ |

ଗୋବର ରୁ କାଠ ନିର୍ମାଣ କରିବା ମେସିନ !


ଏହି ମେସିନ ରେ ଥିବା ସ୍କୃ ମେକାନିଯିମ ଦ୍ୱାରା କାର୍ଯ୍ୟ କରେ |ଏହା ଗୋବର ଏବଂ କୁଟା ,ନଡା ବା ଅନ୍ୟାନ୍ୟ ଜୈବିକ ବର୍ଜ୍ୟ ବସ୍ତୁ କୁ କାଠ ରେ ପରିବର୍ତନ କରିଥାଏ |ଏଥିରେ ରହିଛି ୫ ଏଚ.ପି ର ୩ ଫେସ ମୋଟର ଏବଂ ଗୋଟେ ଦିନ ରେ ଏହା ୧୩ ରୁ ୧୪ ୟୁନିଟ ର ବିଜୁଳି ଦରକାର ପଡିଥାଏ ,ଏହା ସହ ଘଣ୍ଟା ପ୍ରତି ୨୦୦ ଟି କାଠ ତିଆରି କରିଥାଏ |

୧ କାଠ ହାରାହାରି ୧ କି.ଗ୍ରା ଓଜନ ର ହୋଇଥାଏ |ଏଥିରେ ଶତକଡା ୧୦ ଭାଗ ର ଜଳୀୟ ଅଂଶ ଥିଲା ବେଳେ ଏହାକୁ ଖରା ରେ ଶୁଖାଯାଏ |ଖରା ଅଧିକ ଥିଲେ କାଠ ୧ ଦିନ ରେ ପ୍ରସ୍ତୁତ ହୋଇଯାଏ ଅଥବା ୨ ଦିନ ଆବଶ୍ୟକ ହୋଇଥାଏ |

ଏହାର ବ୍ୟବହାର :


ସ୍ମସାନ ରେ ଏହାର ସର୍ବାଧିକ ବ୍ୟବହାର କରାଯାଇଥାଏ ,ଏହା ଖୁବ ଶୀଘ୍ର ଜଳିଯାଏ ଏବଂ ଏଥିରୁ ଅଙ୍ଗାରକାମ୍ଳ ବାହାରିବା ପରିବର୍ତେ ଅମ୍ଳଜାନ ବାହାରିଥାଏ |
ଏହାର ବଜାର ରେ କି.ଗ୍ରା ପ୍ରତି ୪-୫ ଟଙ୍କା ନିର୍ଧାରିତ କରିଥାଏ |
ଏହା ଦ୍ୱାରା ବର୍ଜ୍ୟ ବସ୍ତୁ ନିଷ୍କାସନ ସମସ୍ୟା ରୁହେ ନାହିଁ |
କାଠ ପରି ବହୁ ମୂଲ୍ୟ ଇନ୍ଧନ ଯୋଗାଣ ସମ୍ଭବ ହୁଏ |
ଏଥିରୁ ଆପଣ ଆବଶ୍ୟକ ଅନୁଯାୟୀ ବଡ ବା ଛୋଟ କାଠ ନିର୍ମାଣ କରିପାରିବେ
ବର୍ତମାନ ସମୟ ରେ କାଠ ର ଚଢା ଦର କୁ ଦୃଷ୍ଟି ରେ ରଖିଲେ ,ଏହା ଏକ ଉତ୍ତମ ଉପାୟ ବୋଲି ଜଣାଯାଏ |

 

ଏହାର ଦର:


ମେସିନ ର ଦର ୪୫,୦୦୦ ଟଙ୍କା ଥିଲା ବେଳେ ୧୮ % ଜି.ଏସ.ଟି ଲାଗୁ ହେଲା ପରେ ଏହାର ଦାମ ଏବେ ୫୩,୦୦o ଟଙ୍କା ନିର୍ଧାରିତ ହୋଇଛି |
ଏହାକୁ କିଣିବା ଲାଗି ଆମ ସହ ଯୋଗାଯୋଗ କରିପାରିବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)