Farm Mechanization

ଗଛ କୁ ଦିଅନ୍ତୁ ଗ୍ରୀନ ହାଉସ ର ସୁରକ୍ଷା

ଗ୍ରୀନ ହାଉସ କହିଲେ ଗଛ କୁ ଉପଲବ୍ଧ ଏକ ସୁରକ୍ଷିତ ବାତାବରଣ କୁ ବୁଝାଏ ଯାହା ସୂର୍ଯ୍ୟଙ୍କର ଖେତିକାରକ ରଶ୍ମି ତଥା ଅନ୍ୟାନ୍ୟ ପ୍ରାକୃତିକ ଭାରସାମ୍ୟ ରୁ ଫସଲ କୁ ସୁରକ୍ଷିତ କରିଥାଏ |ଏଥିରେ ବିଭିନ୍ନ ପ୍ରକାର ର କଭର ଯଥା ପି.ଭି.ସି,ପୋଳିକାର୍ବୋନେଟ ,ଟ୍ୱେଫଜେଲ ଇତ୍ୟାଦି ରୁ ତିଆରି ହୋଇଥାଏ ଯାହା ୱାଟର ପ୍ରୁଫ ହେବାରୁ ଫସଲ କୁ ଅଧିକ ଖରା ବର୍ଷ ବାୟୁ ରୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ,ଅମଳ ବୃଦ୍ଧି ଲାଗି ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରିଥାଏ |

04 November, 2018 6:23 PM IST By: KJ Staff

ଗ୍ରୀନ ହାଉସ ଏକ ଅତ୍ୟାଧୁନିକ ଚାଷ ପ୍ରଣାଳୀ ର ଭିନ୍ନତାମ ଢାଞ୍ଚା |

ଗ୍ରୀନ ହାଉସ କହିଲେ ଗଛ କୁ ଉପଲବ୍ଧ ଏକ ସୁରକ୍ଷିତ ବାତାବରଣ କୁ ବୁଝାଏ ଯାହା ସୂର୍ଯ୍ୟଙ୍କର ଖେତିକାରକ ରଶ୍ମି ତଥା ଅନ୍ୟାନ୍ୟ ପ୍ରାକୃତିକ ଭାରସାମ୍ୟ ରୁ ଫସଲ କୁ ସୁରକ୍ଷିତ କରିଥାଏ |ଏଥିରେ ବିଭିନ୍ନ ପ୍ରକାର ର କଭର ଯଥା ପି.ଭି.ସି,ପୋଳିକାର୍ବୋନେଟ ,ଟ୍ୱେଫଜେଲ  ଇତ୍ୟାଦି ରୁ ତିଆରି ହୋଇଥାଏ ଯାହା ୱାଟର ପ୍ରୁଫ ହେବାରୁ ଫସଲ କୁ ଅଧିକ ଖରା ବର୍ଷ ବାୟୁ ରୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ,ଅମଳ ବୃଦ୍ଧି ଲାଗି ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରିଥାଏ |

ଏହାର ଉପକାରିତା:

୧)ଏହା ସମ୍ପୂର୍ଣ ଭାବେ ୱାଟର ପ୍ରୁଫ ଓ କ୍ଷୁଦ୍ରରୋଧକ ଅଟେ |

୨)ଏହା ହାଲୁକା କିନ୍ତୁ ବହୁତ ମଜବୁତ ଓ ଦୀର୍ଘସ୍ଥାୟୀ

୩ଏହା ଖେତିକାରକ ସୂର୍ଯ୍ୟ ରଶ୍ମି ଯଥା ୟୁ.ଭି.ରଶ୍ମି ଠାରୁ ସୁରକ୍ଷା ଦେଇଥାଏ |

୪)ଖରା ଓ ବର୍ଷ ରେ ଫସଲ ନଷ୍ଟ ହେବାର ସମ୍ଭାବନା କମ ଥାଏ |

୫) ବାରମ୍ବାର ବ୍ୟବହାର କଲେ ଏହା ଖରାପ ହୁଏ ନାହିଁ |

୬)ଏହା ସାଧାରଣ ପ୍ଲାଷ୍ଟିକ ପାଲା ଠାରୁ ୩ ଗୁଣ ଅଧିକ ଦିନ ଯାଏ |

୭)ଏହା ବିଭିନ୍ନ ରଙ୍ଗ ରେ ଉପାଲାଭଦ ମାତ୍ର ଫସଲ ଲାଗି ସବୁଜ ଓ ଧଳା ରଙ୍ଗ ଅଧିକ ଉପକାରୀ |

୮)ଏହା ଭିତରେ ପରିବେଶ ନିୟନ୍ତ୍ରିତ ହୋଇଥିବାରୁ ରୋଗପୋକ ଆକ୍ରମଣ ରହିଥାଏ |

୯)ଏହା ଦ୍ୱାରା ସନ୍ତୁଳିତ ପରିବେଶ ହେତୁ ବର୍ଷ ସାରା ଚାଷ କରିବା  ସହଜ ସାଧ୍ୟ |

ଗ୍ରୀନ ହୋଉସେ ନିର୍ମାଣ ଲାଗି ଆପଣ ବାଉଁଶ ବା ଜି.ଆଇ. ଧାତୁ ର ପାଇପ ବ୍ୟବହାର କରି ଫ୍ରେମ ତିଆରି କରିପାରିବେ ଏବଂ ତ ପରେ ବିଭିନ୍ନ ଉପଲବ୍ଧ ବିକଳ୍ପ ରୁ ଚୟନ କରି ପାଲ ବା କଭର  ଦ୍ୱାରା ଘୋଡାଇ ପାରିବେ |ଏହା ଦ୍ୱାରା ଫସଲ ଭଲ ହୁଏ ଓ ଚାଷୀ ଲାଭବାନ ହୋଇଥାନ୍ତି |

କେତୋଟି ଅପକାରିତା :

୧)ଗ୍ରୀନ ହାଉସ ପ୍ରକଳ୍ପ  ପ୍ରଥମ  ଥର ପ୍ରତିଷ୍ଠାପନ କରିବା ବ୍ୟୟବହୁଳ |
୨)ଏହାର କଭର କୁ  ପ୍ରତ୍ୟେକ ୫-୧୦ ବର୍ଷ ପରେ ବଦଳାଇବାକୁ ହୁଏ |
୩)ଏହାର ଯତ୍ନ ନେବା ଅତିଆବଶ୍ୟକ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)