Gardening

Chhat Bagwani Yojana: ମିଳିବ ୨୫୦୦୦ ସବସିଡି ଟଙ୍କା

ବିହାର ସରକାର ଲୋକଙ୍କୁ ଗଛ ଲଗାଇବା ଏବଂ ନିଜ ଘରେ ବଗିଚା କରିବା ପାଇଁ ଉତ୍ସାହିତ କରୁଛନ୍ତି....

26 June, 2024 2:46 PM IST By: Tanushree Mahapatra

ଚାଷୀଙ୍କ ପାଇଁ ବିଭିନ୍ନ ସମୟରେ ସରକାର ଅନେକ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l ଯାହାକୁ ବ୍ୟବହାର କରି ଚାଷୀ ଆତ୍ମନିର୍ଭରଶୀଳ ହୋଇଛନ୍ତି l ଆବଶ୍ୟକ ଠାରୁ ଅଧିକ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି l ତେବେ ଏହୁ ଆର୍ଟିକଲ ମାଧ୍ୟମରେ ଆମେ ବିହାର ସରକାରଙ୍କ ଦ୍ୱାରା ପ୍ରଚଳିତ ଏକ ସବସିଡି ଯୋଜନା ବିଷୟରେ ଆଲୋଚନା କରିବୁ l କିପରି ସେଠାରେ ଲୋକଙ୍କୁ ସରକାର ସବସିଡି ପ୍ରଦାନ କରି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଚାଷକାର୍ଯ୍ୟ ପାଇଁ l

ବିହାର ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ବିହାର “ ଛତ  ବାଗୱାନୀ ଯୋଜନା “ l ଏହି ଯୋଜନା ହେଉଛି ବିହାର ସରକାର ଏବଂ ବିହାର ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ମୁଖ୍ୟ ଯୋଜନା l ଏହି ଯୋଜନା ମାଧ୍ୟମରେ ବିହାର ସରକାର ଲୋକଙ୍କୁ ଗଛ ଲଗାଇବା ଏବଂ ନିଜ ଘରେ ବଗିଚା କରିବା ପାଇଁ ଉତ୍ସାହିତ କରୁଛନ୍ତି । ଏହି ଛତ ପାର ବାଗୱାନି ଯୋଜନା ୨୦୨୪ ଅଧୀନରେ ଆବେଦନକାରୀମାନେ ସରକାର ଦେଇଥିବା ସବସିଡି ରାଶି ବ୍ୟବହାର କରି ନିଜ ଘରେ ଚାରା ରୋପଣ ଏବଂ ରକ୍ଷଣାବେକ୍ଷଣ କରିପାରିବେ।

ଏହି ଯୋଜନାରେ ବିହାର ଲୋକଙ୍କୁ କିପରି ମିଳୁଛି ଲାଭ ?

-ଛତ ପର ବାଗୱାନୀ ଯୋଜନା ବିହାରର ମୁଖ୍ୟ ଲାଭ ହେଉଛି, ଏହି ଯୋଜନା ମାଧ୍ୟମରେ ସହରାଞ୍ଚଳରେ ସବୁଜତା ସୃଷ୍ଟି କରିବା ।

-ଏହି ଯୋଜନା ଅଧୀନରେ ଲୋକମାନେ ନିଜ ଘରର ଛାତ ଉପରେ କୃଷିକାର୍ଯ୍ୟ କରିବାକୁ ଉତ୍ସାହିତ ହେଉଛନ୍ତି l ଯାହାଦ୍ୱାରା ସେମାନଙ୍କୁ ଲାଭ ମିଳୁଛି ଫ୍ରେସ ପାନିପରିବା ଫଳ ଖାଇ ପାରୁଛନ୍ତି l

-ଏହି ଯୋଜନା ଅଧୀନରେ ସରକାର ବଗିଚା ପାଇଁ ଲୋକଙ୍କୁ ସବସିଡି ଯୋଗାଉଛନ୍ତି।

-ଏହି ଯୋଜନା ମାଧ୍ୟମରେ ୨୫ ,୦୦୦ ଟଙ୍କା ହିତାଧିକାରୀଙ୍କୁ ଦିଆଯାଉଛି l  ଏହି ଯୋଜନା ଅଧୀନରେ ୩୦% ମହିଳାଙ୍କ ଅଂଶଗ୍ରହଣ ମଧ୍ୟ ସୁନିଶ୍ଚିତ କରାଯାଉଛି l

-ଏହି ଯୋଜନା ଅଧୀନରେ ୧୬% ଅନୁସୂଚିତ ଜାତି ଏବଂ ଜନଜାତିର ଅଂଶଗ୍ରହଣ ମଧ୍ୟ ସୁନିଶ୍ଚିତ କରାଯାଉଛି l

-ଏହି ଯୋଜନା ଅଧୀନରେ, ଛାତରେ ବଗିଚା କରିବା ପାଇଁ ସରକାରଙ୍କୁ ମଧ୍ୟ ବୈଷୟିକ ସହାୟତା ଯୋଗାଇ ଦିଆଯିବ ଯେଉଁଥିରେ ପ୍ରତି ୧୮ ମାସରେ ଦୁଇଥର ବୈଷୟିକ ସହାୟତା ମଧ୍ୟ ଦିଆଯିବ l

-ଏହି ଯୋଜନା ଅଧୀନରେ ଲୋକମାନେ ନିଜ ଘରେ ଜୈବିକ ପ୍ରଣାଳୀରେ ଫଳ, ଫୁଲ ଏବଂ ପନିପରିବା ଚାଷ ଲାରି ମଧ୍ୟ ନିଜର ଆୟ ସଞ୍ଚୟ କରିପାରିବେ ।

-ଏହି ଯୋଜନା ହେତୁ, ଲୋକମାନେ ସେମାନଙ୍କର ଛାତକୁ ସୁନ୍ଦର କରିପାରିବେ ଏବଂ ସବୁଜ ପରିବେଶ ମଧ୍ୟ ସୃଷ୍ଟି କରିପାରିବେ l

ଏହି ଯୋଜନା ପାଇଁ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ :-

-ଆଧାର କାର୍ଡ

-ପରିଚୟ ପତ୍ର

-ଆବାସିକ ପ୍ରମାଣପତ୍ର

-ଘର ମାଲିକାନା ଦଲିଲ

-NOC ଯେଉଁଠାରେ ସେ ବାସ କରନ୍ତି

-ଜମି ଦଲିଲ

-ପାନ୍ କାର୍ଡ

-ଜାତି ପ୍ରମାଣପତ୍ର

-ଆୟ ପ୍ରମାଣପତ୍ର

-ପାସପୋର୍ଟ ସାଇଜ୍ ଫଟୋ

-ମୋବାଇଲ୍ ନମ୍ବର

କିପରି ଏହି ଯୋଜନାରେ ଚୟନ ହୁଅନ୍ତି ହିତାଧିକାରୀ :-

-ବିହାର ରାଜ୍ୟର ଏହି ଯୋଜନା ଅଧୀନରେ ଆବେଦନକାରୀଙ୍କ ଠାରୁ ଆବେଦନ ଗ୍ରହଣ କରିବା ପରେ, ଆବେଦନକାରୀଙ୍କୁ ପ୍ରାଥମିକତା ଆଧାରରେ ଅଧିକାରୀମାନେ ଚୟନ କରନ୍ତି l

-ଯେଉଁଥିରେ ଲଟେରୀ ସିଷ୍ଟମ ଆଧାରରେ ଲୋକଙ୍କ ନାମ ପଞ୍ଜିକରଣ ହୋଇଥାଏ l

-ଅନେକ ଥର ଚୟନ ପ୍ରକ୍ରିୟା ମଧ୍ୟ ପ୍ରଥମେ ସର୍ଭିସ୍ ଆଧାରରେ ସମାପ୍ତ ହୁଏ l

-ମନୋନୀତ ପ୍ରାର୍ଥୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଏ ଏବଂ ଏହି ଆଧାରରେ ଆବେଦନକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ l

ଅଧିକ ପଢ଼ନ୍ତୁ

8th Pay Commission: ଫେରିବ ପୁରୁଣା ପେନସନ ଯୋଜନା!

Petrol Price: କମିଲା ପେଟ୍ରୋଲ ରେଟ୍‌

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)