ଫଳମାନଙ୍କ ଭିତରେ ରାଜା ହେଉଛି ଆମ୍ବ । ବାଇଗଣପଲେଇ, ସୁନ୍ଦରୀ, ଦଶହରି ଭଳି ଅନେକ କିସମର ଆମ୍ବର ନାଁ ଆପଣ ଶୁଣିଥିବେ । ହେଲେ ଏଭଳି ଏକ ଆମ୍ବ ବଗିଚା(mango orchard) ଅଛି ଯେଉଁଠି ମୋଦି, ଯୋଗୀଙ୍କଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆମ୍ବ ଦେଖିବାକୁ ମିଳିବେ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ବିହାରର କଟିହାର ଜିଲ୍ଲାର ରୌତାରା ଗାଁ ଏହି ସମୟରେ ମୋଦି, ଯୋଗୀ ଆମ୍ବକୁ ନେଇ ଚର୍ଚ୍ଚାରେ ରହିଛି ।
ରୌତାରା ଗାଁରେ ବାସକରନ୍ତି ଆମ୍ବ ମଣିଷ କାଳିଦାସ ବାନାର୍ଜୀ(Kalidas Banerjee ) । ବୃତ୍ତିରେ ଚାଷୀ କାଳିଦାସଙ୍କ 10 ଏକରର ବଗିଚାରେ ପାଖାପାଖ 500 ଆମ୍ବ ଗଛ ରହିଛି । ଏହି ବଗିଚାରେ ଆପଣଙ୍କୁ ସ୍ବାଧିନତା ସଂଗ୍ରାମୀ ଚିତ୍ତରଞ୍ଜନ ଦାସ, ମହାପୁରୁଷ ସ୍ବାମୀ ବିବେକାନନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ଆମ୍ବ ରହିଛି ।
ପିଲା ଦିନରୁ ହିଁ ଆମ୍ବ ଚାଷ କରି କରି ସଫଳ ହୋଇଥିବା କାଳିଦାସ ଆମ୍ବ ମଣିଷ(mango man) ନାଁରେ ପରିଚିତ । ସେ ସର୍ବଦା କଲମି ପଦ୍ଧତିରେ ଆମ୍ବର ନୂଆ ପ୍ରଜାତି ପ୍ରସ୍ତୁତ କରନ୍ତି । ଏହାର ସ୍ବାଦ ଅନ୍ୟ ଆମ୍ବଠୁ ସମ୍ପୂର୍ଣ୍ଣ ଭିନ୍ନ । ଭିନ୍ନ କିସମର ସ୍ବାଦିଷ୍ଟ ଆମ୍ବର ନାମକରଣ କରନ୍ତି କାଳିଦାସ । ଏହାପରେ କୃଷି ବିଶ୍ବ ବିଦ୍ୟାଳୟରେ ଏହାର ପରୀକ୍ଷା କରନ୍ତି । ଆଉ ନୂଆ ନାଁର ଆମ୍ବକୁ ରାଜ୍ୟର ବିଭିନ୍ନ ବଜାରକୁ ବିକ୍ରି ପାଇଁ ପଠାନ୍ତି ।
ଗୋଲମରିଚ ଚାଷ ଦେଇଥିଲା ପଦ୍ମଶ୍ରୀ ସମ୍ମାନ
ବରଗଡରେ ଫଳୁଛି ଜାପାନୀ ଆମ୍ବ, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଆମ୍ବ ମଣିଷ କାଳିଦାସଙ୍କ କହିବାନୁଯାୟୀ, ବର୍ତ୍ତମାନସୁଦ୍ଧା ନିଜ ବଗିଚାରେ ଅନେକ ମହାପରୁଷ, ସ୍ବାଧିନତା ସଂଗ୍ରାମୀ ଓ ରାଜନେତାଙ୍କ ନାଁରେ ଆମ୍ବର ନାମକରଣ କରିଛନ୍ତି । ସ୍ବାଧିନତା ସଂଗ୍ରାମୀ ଚିତ୍ତରଞ୍ଜନ, ସ୍ବାମୀ ବିବେକାନନ୍ଦଙ୍କ ନାଁରେ ଗତ କିଛି ବର୍ଷରୁ ବଜାରରେ ଆମ୍ବ ବିକ୍ରି ହୋଇ ଆସୁଛି । ଏବେ ଦେଶର ପ୍ରଧାନମନ୍ତ୍ରୀ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ କାଳିଦାସଙ୍କ କଲମି ଆମ୍ବ ବଜାରକୁ ଆସିଛି । ନିଜ ଜୀବନରେ ଥରେ ଦେଶର ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ନାଁରେ ନୂଆ ଆମ୍ବ ଉତ୍ପାଦନର ଲକ୍ଷ ରଖିଛନ୍ତି କାଳିଦାସ ।
କାଳିଦାସଙ୍କ ଆମ୍ବର ନୂଆ ପ୍ରଜାତି ବେଶ ସ୍ବାଦିଷ୍ଟ ଓ ମିଠା, ହେଲେ ମୋଦି ଓ ଯୋଗୀଙ୍କ ନାଁରେ ଫଳୁଥିବା ଆମ୍ବ ବହୁତ ଖାସ । ଏହା ସୁଗାର ଫ୍ରି ଆମ୍ବ ଓ ଏହା ବହୁତ ସୁଆଦିଆ । ଏଠଆରୁ ଆମ୍ବ ଦେଶର ଅନେକ ରାଜ୍ୟ ଯଥା, ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ମଧ୍ୟପ୍ରଦେଶ ଓ ଓଡିଶା ପଠାଯାଏ ।