Government Schemes

PM KISAN ଚାଷୀଙ୍କୁ ସରକାର ଦେବେ ୧୦,୦୦୦ ଟଙ୍କା....!

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l

23 October, 2023 4:57 PM IST By: Tanushree Mahapatra

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l

ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତ  ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ ।

ଏହି ଯୋଜନା ଚାଷୀମାନଙ୍କୁ ପ୍ରତିବର୍ଷ ଆର୍ଥିକ ସହାୟତା ଯୋଗାଇଥାଏ l ପ୍ରତି ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ସ୍ଥାନାନ୍ତର କରନ୍ତି ସରକାର । ତେବେ ବର୍ତ୍ତମାନ ଏହି ଯୋଜନା ଅଧୀନରେ ଚାଷୀଙ୍କୁ ଦିଆଯାଇଥିବା କିସ୍ତି ପରିମାଣ ବୃଦ୍ଧି କରିବାକୁ ଦାବି ହେଉଛି । ଏକ ରିପୋର୍ଟ ଅନୁଯାୟୀ କୃଷକଙ୍କ ଆର୍ଥିକ ସ୍ଥିତିକୁ ବିଚାର କରି ଆର୍ଥିକ ସହାୟତା ବୃଦ୍ଧି ପାଇଁ ଦାବି କରାଯାଇଛି ବାରମ୍ବାର । ଆଇସିଆଇଆର ରିପୋର୍ଟରେ ପିଏମ କିସାନ ଯୋଜନା ଅଧୀନରେ ପରିମାଣ ବୃଦ୍ଧି କରିବାକୁ ଦାବି କରାଯାଉଛି ।

ICIR ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ କୃଷକମାନଙ୍କୁ ବାର୍ଷିକ ମାତ୍ର ୬ ହଜାର ଟଙ୍କା ଦିଆଯାଉଛି । ଏଥିରେ କୌଣସି ପରିବର୍ତ୍ତନ କରାଯାଇ ଏ ପର୍ଯ୍ୟନ୍ତ କରାଯାଇ ନାହିଁ l କିନ୍ତୁ ଦେଶରେ ବିଭିନ୍ନ ଜିନିଷର ମୁଦ୍ରାସ୍ଫୀତି ଅନେକ ଥର ବୃଦ୍ଧି ପାଇଥିବା ନଜିର ରହିଛି । ଦେଶରେ ଏଭଳି ପରିସ୍ଥିତିରେ ବର୍ତ୍ତମାନର ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଆର୍ଥିକ ସହାୟତା ଅତି କମରେ ୧୦ ହଜାର ଟଙ୍କା ହେବା ଉଚିତ୍ ବୋଲି କୁହାଯାଉଛି ଦାବିରେ ।

ଭାରତରେ ସର୍ବାଧିକ ସଂଖ୍ୟକ କ୍ଷୁଦ୍ର ଚାଷୀ ରହିଛନ୍ତି l ଯେଉଁମାନଙ୍କର ୨ ହେକ୍ଟରରୁ କମ୍ ଜମି ରହିଛି ଏବଂ ବଡ ଚାଷୀଙ୍କ ସଂଖ୍ୟା ବହୁତ କମ୍ ରହିଛି । ତେବେ ନିକଟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧୦ ହଜାର କୋଟି ଟଙ୍କା ସଞ୍ଚୟ କରିଥିବା ନଜର ରହିଛି l କାରଣ କେନ୍ଦ୍ର ଓ ରାଜ୍ୟ ସରକାର ଅଯୋଗ୍ୟ କୃଷକମାନଙ୍କୁ ଏହି ତାଲିକାରୁ ବାଦ ଦେଇଛନ୍ତି । ଏହି କାରଣରୁ ଦେଶରେ ଭୂମିହୀନ କୃଷକ, ଦିନ ମଜୁରିଆ କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଚାହିଦା ସୃଷ୍ଟି କରାଯାଇଛି  ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)