Government Schemes

ପିଏମ୍-କିସାନ୍‍ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର ୨୭ ଲକ୍ଷ କୃଷକ ଉପକୃତ। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ( ପିଏମ୍‍-କିସାନ୍‍) ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯାଇଛି। ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ।

30 September, 2025 11:46 AM IST By: Sudesna Nayak

ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର ୨୭ ଲକ୍ଷ କୃଷକ ଉପକୃତ। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ( ପିଏମ୍‍-କିସାନ୍‍) (PM-KISAN) ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯାଇଛି। ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ।

ବର୍ଷା, ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ୩ ରାଜ୍ୟର ଚାଷୀମାନଙ୍କୁ ଏହି କିସ୍ତି ପ୍ରଦାନରେ ପ୍ରାଥମିକତା ଦିଆଯାଇଛି। ଏହି କିସ୍ତି ପ୍ରଦାନ ପାଇଁ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଭାବିତ ତିନି ରାଜ୍ୟ ପଞ୍ଜାବ (Punjab),ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର କୃଷିମନ୍ତ୍ରୀ, ସାଂସଦ ବରିଷ୍ଠ ପଦାଧିକାରୀଙ୍କ ସହ କୃଷକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ନିକଟ ଅତୀତରେ ବର୍ଷା ବିତ୍ପାତ ହେତୁ ତିନୋଟି ରାଜ୍ୟ ଭୟାବହ ବନ୍ୟା ଏବଂ ଭୂସ୍ଖଳନର ସମ୍ମୁଖୀନ ହୋଇ ବହୁ କ୍ଷୟକ୍ଷତି ସହିଛନ୍ତି। ଏହି ପରିସ୍ଥିତିରେ ଚାଷ କ୍ଷେତ୍ରରେ ବହୁତ କ୍ଷୟ କ୍ଷତି ହୋଇଥିବାରୁ, କୃଷକମାନେ (farmers) ଓ ସେମାନଙ୍କ ପରିବାର ଖୁବ ଦୁଃଖର ସମୟ ଅତିବାହିତ କରୁଛନ୍ତି। ଏହି ସହାୟତା ସେମାନଙ୍କର ଏହି ଦୁଃଖକୁ ଲାଘବ କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି।

ଏହିକ୍ରମରେ ଆଜିର ପିଏମ୍‍-କିସାନ (PM-KISAN)କିସ୍ତି ପ୍ରଦାନ ଅନେକ ଗୁରୁତ୍ୱ ବହନ କରୁଛି। ୨୭ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି କିସ୍ତି ଆକାରରେ ୫୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ୨ଲକ୍ଷ ୭୦ ହଜାର ମହିଳା ଚାଷୀ ରହିଛନ୍ତି। ସେମାନେ ଏହି ସହାୟତାକୁ ବ୍ୟବହାର କରି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଆବଶ୍ୟକ ସାହସ ଜୁଟାଇପାରିବେ ବୋଲି ଆଶା କରାଯାଇଛି।

pib.gov.in

ସାରାଦେଶର କୃଷିକ୍ଷେତ୍ରର ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ

ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି