Government Schemes

Kisan Credit Card: ସରକାର ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

କିସାନ କ୍ରେଡିଟ୍ କାର୍ଡ ହେଉଛି ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସୁବିଧା, ଯାହା ସାହାଯ୍ୟରେ କୃଷକମାନେ ସ୍ୱଳ୍ପ ସୁଧରେ ଋଣ ନେଇପାରିବେ | ଏହା ଚାଷୀଙ୍କୁ ଆବଶ୍ୟକ ସମୟରେ ପର୍ଯ୍ୟାପ୍ତ ଋଣ ଯୋଗାଇଥାଏ |

01 November, 2023 3:27 PM IST By: Tanushree Mahapatra

କିସାନ କ୍ରେଡିଟ୍ କାର୍ଡ ହେଉଛି ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସୁବିଧା, ଯାହା ସାହାଯ୍ୟରେ କୃଷକମାନେ ସ୍ୱଳ୍ପ ସୁଧରେ ଋଣ ନେଇପାରିବେ | ଏହା ଚାଷୀଙ୍କୁ ଆବଶ୍ୟକ ସମୟରେ ପର୍ଯ୍ୟାପ୍ତ ଋଣ ଯୋଗାଇଥାଏ | ଯାହାଦ୍ୱାରା କୃଷକମାନଙ୍କୁ କାହାଠାରୁ ଟଙ୍କା ଉଦ୍ଧାର ମାଗିବାକୁ ପଡ଼ିବ ନାହିଁ l ଚାଷ ଖର୍ଚ୍ଚ ପରିଚାଳନା ବ୍ୟତୀତ ଏହା ଯେକୌଣସି ପରିସ୍ଥିତିରେ ଉପଯୋଗୀ ହୋଇପାରେ |

ସରକାରଙ୍କ ନିର୍ଦେଶ ଅନୁଯାୟୀ ବ୍ୟାଙ୍କଗୁଡିକ ଦ୍ୱାରା ଏହି କାର୍ଡ ପ୍ରଦାନ କରାଯାଇପାରିବ | ଯାହାଦ୍ୱାରା ଚାଷୀ ୧୪ ଦିନ ମଧ୍ୟରେ ଏହି କାର୍ଡ ପାଇ ପାରିବେ l  ଏପରି ପରିସ୍ଥିତିରେ, ଯଦି ଆପଣ କିସାନ୍ କ୍ରେଡିଟ୍ କାର୍ଡ ପାଇବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଏହା ପାଇଁଯେ କୌଣସି ନିକଟସ୍ଥ ବ୍ୟାଙ୍କରେ ଆବେଦନ କରିପାରିବେ | ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆବଶ୍ୟକ ହୋଇପାରେ | ଆସନ୍ତୁ ଜାଣିବା କିସାନ୍ କ୍ରେଡିଟ୍ କାର୍ଡ ବିଷୟରେ ସମ୍ପୂର୍ଣ୍ଣ ସୂଚନା l

ଭାରତରେ କୃଷକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ତେଣୁ ଫସଲ ବିଫଳତା ହେତୁ ଅନେକ ଥର ଚାଷୀଙ୍କୁ ବହୁ ଆର୍ଥିକ ବୋଝ ବହନ କରିବାକୁ ପଡେ l ଯେଉଁଥିପାଇଁ ଭାରତ ସରକାର ଏହି କୃଷକମାନଙ୍କ ପାଇଁ କିସାନ କ୍ରେଡିଟ୍ କାର୍ଡ ଯୋଜନା ଆରମ୍ଭ କରିଥିଲେ ଯାହା ଦ୍ୱାରା କୃଷକମାନଙ୍କୁ ଅତିରିକ୍ତ ଋଣ ପ୍ରଦାନ କରାଯାଇପାରିବ । ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ କୃଷକମାନଙ୍କୁ କିସାନ୍ କ୍ରେଡିଟ୍ କାର୍ଡ ସହିତ ଏକ ସେଭିଂ ଆକାଉଣ୍ଟ୍ ମଧ୍ୟ ଦିଆଯାଇଛି | ଯାହାଦ୍ୱାରା ସେମାନେ ଟଙ୍କା ଜମା ମଧ୍ୟ ରଖିପାରିବେ l

କୌଣସି କୃଷକ କିସାନ କ୍ରେଡିଟ କାର୍ଡ ପାଇଁ ଆବେଦନ କରିପାରିବେ । ତାଙ୍କ ପାଇଁ ଚାଷର ଦଲିଲ ରହିବା ଆବଶ୍ୟକ | ଏହା ସହିତ, ଗରିବ କୃଷକ, ଲିଜଧାରୀ ଏବଂ ଅଂଶଧନ କୃଷକ ମଧ୍ୟ ଆବେଦନ କରିପାରିବେ | ଏହି ଲୋକମାନଙ୍କ ବ୍ୟତୀତ କିସାନ୍ କ୍ରେଡିଟ୍ କାର୍ଡ ଅନ୍ୟ କୌଣସି ବ୍ୟକ୍ତିଙ୍କ ପାଇଁ ତିଆରି ହୋଇପାରିବ ନାହିଁ ଏହି କାର୍ଡ  l ତେବେ ଆପଣଙ୍କୁ ଏହି କିସାନ କ୍ରେଡିଟ କାର୍ଡ ପାଇବାକୁ ହେଲେ କିଛି ଜରୁରୀ କାଗଜପତ୍ର ଆବଶ୍ୟକ ହେବ l ତେବେ ଆସନ୍ତୁ ଜାଣିବା କଣ କଣ କାଗଜ ଆପଣଙ୍କୁ ଆବଶ୍ୟକ l ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ଆବେଦନ ଫର୍ମ, ପାସପୋର୍ଟ ଆକାର ଫଟୋ,ବାସସ୍ଥାନ ସାର୍ଟିଫିକେଟ୍,ଆଧାର କାର୍ଡର କପି ,ପାନ୍ କାର୍ଡ କପି, ଜମି ଦଲିଲ, ସହିତ ଚୁକ୍ତିଭିତ୍ତିକ ଜମି ସମ୍ବନ୍ଧୀୟ ଦଲିଲର କାଗଜପତ୍ର l ସରକାରଙ୍କ ସୂଚନା ଅନୁଯାୟୀ ଏହି କାଗଜ ଆପଣଙ୍କୁ ନିହାତି ଆବଶ୍ୟକ ପଡ଼ିବ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)