Government Schemes

Ayushman Yojana: ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପାଇବେ,ଆୟୁଷ୍ମାନ ଯୋଜନା ଲାଭ

ବୁଧବାର କ୍ୟାବିନେଟ ବୈଠକରେ ହୋଇଛି ବଡ଼ ନିଷ୍ପତ୍ତି l ଆୟୁଷ୍ମାନ ଭାରତ ଯୋଜନାରେ ବରିଷ୍ଠ ନାଗରିକମାନେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କଭର ପାଇବେ।

12 September, 2024 2:25 PM IST By: Tanushree Mahapatra

ବୁଧବାର ଦିନ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି। ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧଙ୍କୁ ମିଳିବ ‘ଆୟୁଷ୍ମାନ ଯୋଜନା’ର ସୁବିଧା । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ନେଇ କହିଛନ୍ତି ୪.୫ କୋଟି ପରିବାରର ମାଗଣା ସ୍ୱାସ୍ଥ୍ୟ ବୀମା କଭର କରାଯିବା ସହିତ ୬ କୋଟି ବରିଷ୍ଠ ନାଗରିକଙ୍କ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ପାଇବେ l

ଯୋଗ୍ୟ ହିତାଧିକାରୀଙ୍କୁ ଏକ ନୂତନ ପୃଥକ କାର୍ଡ ମଧ୍ୟ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ପରେ ଆୟୁଷ୍ମାନ ଯୋଜନାକୁ ନେଇ ଥିବା ସମସ୍ତ ଦ୍ଵନ୍ଦ ଦୂର ହୋଇଛି l ଏହା ଏକ ମାଗଣା ସ୍ୱାସ୍ଥ୍ୟ ଯୋଜନା l ଯାହାଦ୍ୱାରା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥାଏ ସରକାରଙ୍କ ତରଫରୁ l

ଅଧିକ ପଢ଼ନ୍ତୁ - 

ଏହି କାର୍ଡରେ ସରକାର ଦେଉଛନ୍ତି ମାଗଣା ସ୍ୱାସ୍ଥ୍ୟସେବା, କରନ୍ତୁ ଆବେଦନ

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ସମସ୍ତ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ନାଗରିକଙ୍କୁ ବୀମା ସୁବିଧା ପ୍ରଦାନ କରାଯିବ। ଆୟୁଷ୍ମାନ ଭାରତ ଯୋଜନାରେ ବରିଷ୍ଠ ନାଗରିକମାନେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କଭର ପାଇବେ। ସବୁଠାରୁ ବଡ଼ ବିଷୟ ହେଉଛି ଯେଉଁ ନାଗରିକ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ରହିଛନ୍ତି, ସେମାନେ ଆୟୁଷ୍ମାନ ଭାରତକୁ ଯିବାର ବିକଳ୍ପ ସହଜ ରହିବ। ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ । ତେବେ ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ AB PM-JAY ଅଧୀନରେ ଏକ ନୂଆ କାର୍ଡ ପ୍ରଦାନ କରାଯିବ।

କିଏ କିଏ ଲାଭ ପାଇବ ?

୭୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଯେଉଁମାନେ କେନ୍ଦ୍ର ଜନସ୍ୱାସ୍ଥ୍ୟ ଯୋଜନା (CGHS), ପୂର୍ବତନ ସେବାୟତ ଯୋଗଦାନ ସ୍ୱାସ୍ଥ୍ୟ ଯୋଜନା (ECHS) ଏବଂ ଆୟୁଷ୍ମାନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ପରି ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ବୀମା ଯୋଜନାର ସୁବିଧା ଗ୍ରହଣ କରୁଛନ୍ତି l ଜାତୀୟ ସ୍ୱାସ୍ଥ୍ୟ ନୀତି ଅଧୀନରେ ୨୦୧୭ ମସିହାରେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଦେଶର ମନୋନୀତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା କରାଯାଇପାରିବ ମାଗଣାରେ । ଏହି ଯୋଜନା ଅଧୀନରେ, ଡାକ୍ତରଖାନାରେ ଭର୍ତ୍ତି ହେବାର ୧୦ ଦିନ ପୂର୍ବରୁ ଏବଂ ପରେ ଖର୍ଚ୍ଚ ଫେରସ୍ତ ପାଇଁ ଏକ ନିୟମ ରହିଛି l ବର୍ତ୍ତମାନ ପର୍ଯ୍ୟନ୍ତ ୫ କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇଛନ୍ତି l ବିଶେଷ କଥା ହେଉଛି ଡାକ୍ତରୀ ପରୀକ୍ଷା, ଅପରେସନ୍,ଔଷଧ ଏବଂ ଏପରିକି ପରିବହନ ପାଇଁ ଖର୍ଚ୍ଚ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ l ଗରିବ ସହିତ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏହାର ଲାଭ ଉଠାଇପାରୁଛନ୍ତି l

ଅଧିକ ପଢ଼ନ୍ତୁ -

Ayushman Bharat Yojana: ଚିକିତ୍ସା ପାଇଁ କିପରି ଅଭିଯୋଗ କରିବେ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)