Government Schemes

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା

କେନ୍ଦ୍ର ସରକାରୀ କର୍ମଚାରୀ ଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ନିକଟ ଅତୀତରେ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ବୃଦ୍ଧି କରିଛନ୍ତି ।

13 April, 2023 2:40 PM IST By: Tanushree Mahapatra

କେନ୍ଦ୍ର ସରକାରୀ କର୍ମଚାରୀ ଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର  । ନିକଟ ଅତୀତରେ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଏପ୍ରିଲ୍ ୩୦ତାରିଖରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଅର୍ଥ ଆସିବାକୁ ଯାଉଛି ।

ସୂଚନା ଅନୁଯାୟୀ ଯଦି ଆପଣ ଜଣେ କେନ୍ଦ୍ର କର୍ମଚାରୀ, ତେବେ ଏପ୍ରିଲ୍ ମାସରେ ଆପଣଙ୍କ ଆକାଉଣ୍ଟରେ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ଆସିବାକୁ ଯାଉଛି  । ତେବେ କେନ୍ଦ୍ରର ମୋଦି ସରକାର ଏହି ମାସରେ ବର୍ଦ୍ଧିତ ଦରମା ସହିତ ମହଙ୍ଗା ଭତ୍ତା ମଧ୍ୟ ପ୍ରଦାନ କରିବାକୁ ଯାଉଛନ୍ତି । ୧ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ ଏହାର ପ୍ରତ୍ୟକ୍ଷ ଲାଭ ପାଇବେ ବୋଲି ଆଶା କରାଯାଉଛି  । ସବୁଠାରୁ ବଡ କଥା ହେଲା ଏହା ସହିତ ଆପଣ ମହଙ୍ଗା ଭତ୍ତାର ବକେୟା ଭାବେ ୩ ମାସର ଟଙ୍କା ମଧ୍ୟ ପାଇବ ।

ତେବେ ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨୦୨୨ରେ AI CPI-IW ର ଡାଟା ପ୍ରାୟ ୧୩୨.୩ରେ ପହଞ୍ଚିଥିଲା, ଯାହା ପରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି ଯାହା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର । ମାର୍ଚ୍ଚ ୨୪ରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ପ୍ରାୟ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରିଥିଲେ । ବର୍ଦ୍ଧିତ ଦରମା ସହିତ କେନ୍ଦ୍ର କର୍ମଚାରୀମାନେ ବକେୟା ଭାବରେ ୩ ମାସର ଟଙ୍କା ପାଇବେ ।

ସମଗ୍ର ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଅନୁଯାୟୀ କେନ୍ଦ୍ର ସରକାର କର୍ମଚାରୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସବୁବେଳେ ପ୍ରୟାସ କରନ୍ତି । ଏହା ସହିତ କର୍ମଚାରୀଙ୍କ ଦରମା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇଥାଏ ପ୍ରତିବର୍ଷ  । ସେହିପରି ସରକାର ବର୍ଷକୁ ୨ ଥର ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି । ଏହି ଅର୍ଥ ସରକାରୀ କର୍ମଚାରୀ, ପବ୍ଲିକ୍ ସେକ୍ଟରର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦିଆଯାଉଥାଏ ।

ମହଙ୍ଗା ଭତ୍ତା ହେଉଛି କେବଳ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ବେତନର ଏକ ଅଂଶ । ଏହାର ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତିର ପ୍ରଭାବ ହ୍ରାସ କରିବା । ବଢୁଥିବା ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କ ଦରମା ସମୟ ସମୟରେ ବଦଳିଯାଏ । ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇରେ ଡିଏକୁ ଦୁଇଥର ସଂଶୋଧନ କରାଯାଏ । ଡିଏ (DA)ଜୀବନର ମୂଲ୍ୟ ସହିତ ଜଡିତ । କର୍ମଚାରୀମାନେ ସହରାଞ୍ଚଳ, ଅର୍ଦ୍ଧ ସହରୀ କିମ୍ବା ଗ୍ରାମାଞ୍ଚଳରେ କାର୍ଯ୍ୟ କରନ୍ତି କି ନାହିଁ ଏହା ଉପରେ ନିର୍ଭର କରେ । ୨୦୦୬ରେ, କେନ୍ଦ୍ର ସରକାର ଭତ୍ତା ହିସାବର ସୂତ୍ର ବଦଳାଇଲେ । ବର୍ତ୍ତମାନ ଏହା ନୂଆ ସୂତ୍ରରେ ଗଣନା କରାଯାଇଛି ।

ଏବେ ବିଦ୍ୟୁତ୍ ବିଲ୍ ହୋଇଯିବ ମାଗଣା !

କେଉଁମାନେ ପାଇପାରିବେ PM କିଷାନ ଯୋଜନାର ଲାଭ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)