Government Schemes

ଏହି ଦିନ ଆକାଉଣ୍ଟକୁ ଆସିବ ମହଙ୍ଗା ଭତ୍ତା.....!

ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ଭତ୍ତାକୁ ଅପେକ୍ଷା କରିଥିବା ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର l କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ଅପେକ୍ଷାର ଏବେ ଅନ୍ତ ହେବାକୁ ଯାଉଛି । ଆଉ ଯଦି ସବୁକିଛି ଠିକ୍ ରହେ, ତେବେ କେନ୍ଦ୍ର ସରକାର ଦୁର୍ଗା ପୂଜା ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି l

11 October, 2023 9:42 AM IST By: Tanushree Mahapatra

ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ଭତ୍ତାକୁ ଅପେକ୍ଷା କରିଥିବା ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର l କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ଅପେକ୍ଷାର ଏବେ ଅନ୍ତ ହେବାକୁ ଯାଉଛି । ଆଉ ଯଦି ସବୁକିଛି ଠିକ୍ ରହେ,ତେବେ କେନ୍ଦ୍ର ସରକାର ଦୁର୍ଗା ପୂଜା ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି l ଆଉ ଏଥିରେ ପୂର୍ବତନ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ରିଲିଫ ଭତ୍ତା ମଧ୍ୟ ଘୋଷଣା କରିପାରନ୍ତି । 

ସାଧାରଣତଃ ସୂଚନା ଅନୁଯାୟୀ, ପ୍ରତିବର୍ଷ ଦୁର୍ଗା ପୂଜା ଏବଂ ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥାନ୍ତି । ସୂଚନା ଅନୁଯାୟୀ, ନବରାତ୍ରୀ ସମୟରେ କିମ୍ବା ଦୁର୍ଗା ପୂଜା ସମୟରେ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ସାଧାରଣତଃ ପ୍ରତିବର୍ଷ ଦୁର୍ଗା ପୂଜା ସମୟରେ ହିଁ କ୍ୟାବିନେଟ ବୈଠକ କରି କେନ୍ଦ୍ର ସରକାର ଡିଏ ବୃଦ୍ଧି ପାଇଁ ସବୁଜ ସଙ୍କେତ ଦେଇଥାନ୍ତି । ଏଭଳି ପରିସ୍ଥିତିରେ ସରକାର ଅକ୍ଟୋବର ୧୫ ପୂର୍ବରୁ ଡିଏ ଏବଂ ଡିଆର ବୃଦ୍ଧି କରିପାରନ୍ତି ବୋଲି ଏକପ୍ରକାର ସମ୍ଭାବନା ରହିଛି ।

ଏହା ମଧ୍ୟ ଆଶା କରାଯାଉଛି ଯେ ଖୁବ ଶୀଘ୍ର ସରକାର ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା କରୁଛନ୍ତି । ଯଦି ସବୁକିଛି ସଠିକ ରୁହେ, ତେବେ ଏଥର ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ତେବେ ସାମ୍ପ୍ରତିକ ଭାବେ ମହଙ୍ଗା ଭତ୍ତା ୪୨ ପ୍ରତିଶତ ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି କାରଣରୁ, ସେମାନଙ୍କ ଦରମା ଏବଂ ପେନ୍‌ସନ୍‌ରେ ଭଲ ବୃଦ୍ଧି ହେବ। ବର୍ଦ୍ଧିତ DA ଏବଂ DR ଜୁଲାଇ ୧ରୁ ପ୍ରଯୁଜ୍ୟ ବୋଲି ବିବେଚନା କରାଯିବ, ଏପରି ପରିସ୍ଥିତିରେ, ଏହି ଲୋକମାନେ ଅକ୍ଟୋବର ପାଇଁ ବର୍ଦ୍ଧିତ ବେତନ ପାଇବା ସହିତ ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ବକେୟା ରାଶି ମଧ୍ୟ ପାଇପାବେ। ତେବେ ଚଳିତ ବର୍ଷ ମହଙ୍ଗା ଭତ୍ତା କେତେ ବୃଦ୍ଧି ହେବ ତାହା ସ୍ପଷ୍ଟ ହୋଇନାହିଁ। ସରକାରଙ୍କ ସରକାରୀ ଘୋଷଣା ପରେ ହିଁ ମହଙ୍ଗା ଭତ୍ତାର ବୃଦ୍ଧି କ’ଣ ସ୍ପଷ୍ଟ ହେବ।

ଯଦି ଏଥର ମଧ୍ୟ DA ଏବଂ DRରେ ୪ ପ୍ରତିଶତ ବୃଦ୍ଧି ଘଟେ, ତେବେ ଏହା କ୍ରମାଗତ ଭାବେ ତୃତୀୟ ଥର ହେବାକୁ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି । ଏପରି ପରିସ୍ଥିତିରେ, ଏଥର ମଧ୍ୟ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହେବାର ସମସ୍ତ ସମ୍ଭାବନା ରହିଛି ଯାହାକୁ ନେଇ କର୍ମଚାରୀ ଆଶାବାଦୀ ଅଛନ୍ତି । ତେବେ ମହଙ୍ଗା ଭତ୍ତା ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇବ , କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବାର୍ଷିକ ୮,୦୦୦ ଟଙ୍କାରୁ ବୃଦ୍ଧି ପାଇ ୨୭,୦୦୦ ଟଙ୍କାକୁ ବୃଦ୍ଧି ହୋଇଯିବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)