Government Schemes

ଚଳିତ ବର୍ଷ ଦୁବାଇ ଓ ୟୁଏଇକୁ ଓଡ଼ିଶାରୁ ୯୭୫ କେ.ଜି ମିଲେଟ ରପ୍ତାନି

ପ୍ରଥମେ ରାଜ୍ୟ ଏବଂ ପରେ ଦେଶ ଆଉ ଏବେ ପୁରା ବିଶ୍ୱ (world) ରେ ମିଲେଟ କୁ ପ୍ରାଧାନ୍ୟ ଦିଆଯାଉଛି । ମିଲେଟ (millet )ରୁ ପ୍ରସ୍ତୁତି ଖାଦ୍ୟ ଏବେ ବିଶ୍ୱ ବଜାର ରେ ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରୁଥିବା ଦେଖିବାକୁ ମିଳିଲାଣି ।

16 March, 2023 10:38 AM IST By: Tanushree Mahapatra

ପ୍ରଥମେ ରାଜ୍ୟ ଏବଂ ପରେ ଦେଶ ଆଉ ଏବେ ପୁରା ବିଶ୍ୱ (world) ରେ ମିଲେଟ କୁ ପ୍ରାଧାନ୍ୟ ଦିଆଯାଉଛି । ମିଲେଟ (millet )ରୁ ପ୍ରସ୍ତୁତି ଖାଦ୍ୟ ଏବେ ବିଶ୍ୱ ବଜାର ରେ ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରୁଥିବା ଦେଖିବାକୁ ମିଳିଲାଣି  । ଏଥିରୁ ତିଆରି ସମସ୍ତ ଖାଦ୍ୟ ଖାଈବାବୁ ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକର  । ଛୋଟ ଛୁଆ ରୁ ବୃଦ୍ଧ ତଥା ଗର୍ଭସ୍ଥ ମାଁ ମାନଙ୍କ ପାଇଁ ଏ ବେ ଏହା ଲାଭମାନ ହୋଇଛି  ।

ପ୍ରଥମେ ଗାଁ ଗହଳି ରେ ମିଲେଟ ବା ରାଗି ଖାଇବାକୁ ଲୋକ ଭଲ ପାଉଥିଲେ କିନ୍ତୁ ଏବେ ଏହାର ଚାହିଦା ବଢ଼ିବାରେ ଲାଗିଛି  । ଆଉ ଏବେ ଏହାର  ପ୍ରଚାର ପ୍ରସାର ଲାଗି ସରକାର ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି  । ଓଡିଶା ସରକାର ଏବେ ଏହାକୁ ଛୋଟ ପିଲାଙ୍କ ମଧ୍ୟାନ ଖାଦ୍ୟ ରେ ସାମିଲ କରିଛନ୍ତି  ।  ଏହାର ପ୍ରଚାର ପ୍ରସାର ଲାଗି ଓଡିଶା ରାଜ୍ୟ ସରକାର (odisha govt ) ଏହାକୁ ମିଶନ ଶକ୍ତିରେ ସାମିଲ  କରିଛନ୍ତି  ।

ଓଡ଼ିଶାର ଅନେକ ସ୍ଥାନରେ ମାଣ୍ଡିଆ ଚାଷ ହୋଇଥାଏ ହେଲେ କୋରାପୁଟ ମାଣ୍ଡିଆର( koraput millet ) ରହିଛି ବିଶେଷ ସ୍ୱତନ୍ତ୍ରତା । କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା ମାଣ୍ଡିଆରେ ଅଧିକା ପୋଷକତତ୍ୱ (protin)  ରହୁଥିବା କୁହନ୍ତି ବିଶେଷଜ୍ଞ । ଯାହା ଅନ୍ୟ କେଉଁଠି ମିଳେନାହିଁ । ଏଥିରେ ଭରପୁର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ରହିଛି । ତେଣୁ ଏହାର ଉତ୍ପାଦନ ବଢ଼ାଇ କୋରାପୁଟକୁ ମାଣ୍ଡିଆର ହବ୍ (millet hub ) କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ଓଡିଶା ରାଜ୍ୟ ସରକାର । ପୂର୍ବରୁ କୋରାପୁଟରେ ଲୋକେ ସେମାନଙ୍କ ଆବଶ୍ୟକତା ଅନୁସାରେ ଚାଷ କରୁଥିଲେ । ପରିବାର ପାଇଁ ଯେତିକି ଦରାକାର ସେତିକି ଚାଷ କରୁଥିଲେ ଚାଷୀ । ଏହାର ଗୁଣ ଓ ପୋଷକ ତତ୍ୱ ଜାଣିବା ପରେ ଏବେ ଏହି ମାଣ୍ଡିଆର ଚାହିଦା ବଢିବା ସହିତ ବ୍ୟବସାୟର ବାଟ ଖୋଲିଛି ।

ଓୟୁଏଟି (OUAT) ପକ୍ଷରୁ ଚାଷୀଙ୍କୁ ମିଲେଟ୍ ଚାଷ ପାଇଁ ନୂତନ ଜ୍ଞାନକୌଶଳ ସହ ପରିଚିତ କରାଯାଉଛି । ମାଣ୍ଡିଆ, ସୁଆଁ, ବାଜରା, ଜହ୍ନା ଓ ବିଲସୁଆଁ ଭଳି ମିଲେଟର ବିଭିନ୍ନ କିସମ ପ୍ରସ୍ତୁତ କରିଛି ଓୟୁଏଟି । ମାଣ୍ଡିଆର ୭ଟି କିସମ (types)ପ୍ରସ୍ତୁତ ହୋଇଥିବା ବେଳେ ସୁଆଁର ୫ଟି କିସମ ପ୍ରସ୍ତୁତ କରି ଚାଷ କରାଯାଉଛି । ରାଗି ଥ୍ରେସର୍ ଜରିଆରେ ଏକ ଘଣ୍ଟାରେ ୯୦ କିଲେଗ୍ରାମ ମାଣ୍ଡିଆକୁ ଅମଳ କରି ଚୋପା ଛଡ଼ାଯାଉଛି । ଯାହା ସମୟ ସହ ଖର୍ଚ୍ଚ କମାଉଛି । ଏଯାଏଁ ୮୦୦ ରାଗି ଥ୍ରେସର ଓୟୁଏଟି ପକ୍ଷରୁ ଏସଏଚଜିଙ୍କୁ ଦିଆଯାଇଛି ।

ତେବେ ଏବେ ଓଡିଶା ରାଜ୍ୟ ର ମିଲେଟ ଦେଶ ସାରା ପ୍ରସିଦ୍ଧ ହେବା ପରେ ଦେଶ ବାହାରେ ମଧ୍ୟ ପ୍ରସିଦ୍ଧ ହୋଇଛି l ଚଳିତବର୍ଷ ପୂର୍ବ ଭାରତର ପ୍ରଥମ ରାଜ୍ୟ ଓଡ଼ିଶାରୁ ୯୭୫ କେ.ଜି ମିଲେଟ ଦୁବାଇ ଓ ୟୁଏଇକୁ ଏପିଇଡିଏ ମାଧ୍ୟମରେ ରପ୍ତାନି ହୋଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା ନୁଯାୟୀ ୨୦୧୮-୧୯ ମସିହାରୁ ଚାଷୀମାନଙ୍କଠାରୁ ଉତ୍ପାଦିତ ହେଉଥିବା ମାଣ୍ଡିଆକୁ ଟିଡିସିସି ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯିବାର ବ୍ୟବସ୍ଥା ରହିଛି l

ଗତକାଲି ଏ ନେଇ ବିଧାନସଭାରେ ଶ୍ରୀ ସ୍ବାଇଁ କହିଛନ୍ତି ଯେ ୨୦୧୭ ମସିହାରୁ ରାଜ୍ୟରେ ଓଡ଼ିଶା ମିଲେଟ ମିସନ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ଚାଷୀଙ୍କୁ ହେକ୍ଟର ପ୍ରତି ମାଣ୍ଡିଆକୁ ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ବିଭିନ୍ନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ସୁବିଧା ମଧ୍ୟ ରହିଛି । ତେବେ ସୂଚାନଯୋଗ୍ୟ ଯେ ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୬୩୧୩,୦୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୨୦୨୨-୨୩ ବର୍ଷଠାରୁ ଏହି ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରାଯିବାର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ରାଜ୍ୟରେ ୨୦୨୧-୨୨ ମସିହାରେ ୧୫୬.୦୬ ମେଟ୍ରିକ୍ ଟନ୍‌ ମାଣ୍ଡିଆ ଉତ୍ପାଦନ ହୋଇଛି । ୨୦୧୮-୧୯‌‌ରେ ୧୭,୯୮୫ କ୍ବିଣ୍ଟାଲ, ୨୦୧୯-୨୦ରେ ୯୪,୭୪୫, ୨୦୨୦-୨୧ରେ ୨,୦୩,୮୪୩, ୨୦୨୧-୨୨ରେ ୩,୨୩,୦୧୯ ଓ ୨୦୨୨-୨୩ରେ ୩,୮୫,୧୭୩ କ୍ବିଣ୍ଟାଲ ମାଣ୍ଡିଆ କିଣାଯାଇଥିବା ବେଳେ ଏହାକୁ ପାଖାପାଖି ୩୭,୫୭୦ କୃଷକ ବିକ୍ରି କରିଛନ୍ତି । ରାଜ୍ୟ ସରକାରଙ୍କ ମାଣ୍ଡିଆ ପ୍ରତି ଥିବା ମନୋଭାବ ଆଜି ମାଣ୍ଡିଆ ଚାଷୀଙ୍କୁ ଦେଶ ତଥା ଦେଶ ବାହାରେ ପରିଚୟ ଦେଇ ପାରିଛି l

କୃଷି ଉନ୍ନତି ପାଇଁ ବଢିଛି କୃଷି ଯାନ୍ତ୍ରୀକରଣର ବ୍ୟବହାର

ଆପଣ ଜାଣିଛନ୍ତି କି, ଖରା ଦିନରେ ପିଉଥିବା ଲସିର କ'ଣ ରହିଛି ଫାଇଦା ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)